HP ଭାରତରେ AI ଫିଚର ସହିତ ଲଞ୍ଚ କଲା ଅନେକ ଲାପଟପ୍, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ

HP ଭାରତରେ AI ଫିଚର ସହିତ ନୂଆ ଲାପଟପ୍ ଉପସ୍ଥାପନ କରିଛି । ଏହି HP ଲାପଟପଗୁଡିକ ହେଉଛି- HP EliteBook, HP ProBook ଏବଂ HP OmniBook ସିରିଜରେ ଉପସ୍ଥାପନ କରାଯାଇଛି । ଷ୍ଟାର୍ଟ-ଅପ୍, ଷ୍ଟୁଡେଣ୍ଟସ୍, ବିଜନେସ୍ ଏବଂ ରିଟେଲ୍ ୟୁଜର୍ସଙ୍କ ପାଇଁ ଇଣ୍ଡଷ୍ଟ୍ରିର ଡିମାଣ୍ଡକୁ ଆଖିରେ ରଖି ଏହି ଲାପଟପ୍ ଉପସ୍ଥାପନ କରାଯାଇଛି । କମ୍ପାନୀ ଏଥିରେ ଅନ୍-ଡିଭାଇସ୍ AI ଫିଚର ପ୍ରଦାନ କରିଛି । ଏଥିରେ ମଲ୍ଟି-ଟାସ୍କିଂ ପାଇଁ Intel, AMD ଏବଂ Qualcomm ର NPU ଭଳି ପ୍ରୋସେସର ଦିଆଯାଇଛି । ଏହା ସହିତ ଏହି ଲାପଟପଗୁଡିକ Microsoft Windows 11 Pro, Copilot + ସହିତ ଲେସ୍ ।
HP EliteBook 8 ସିରିଜର ଲାପଟପଗୁଡିକ ସ୍ବତନ୍ତ୍ର ଭାବରେ ୱାରକିଂ ପ୍ରଫେସ୍ନାଲ୍ ପାଇଁ ଡିଜାଇନ୍ କରାଯାଇଛି । ଏହି ସିରିଜର ଲାପଟପରେ ଆପଣଙ୍କୁ ନେଷ୍ଟ-ଜେନ୍ AI, ରିୟଲ-ଟାଇମ୍ ନଏଜ୍ କନସିଲେସନ୍ ଏବଂ ଅଟୋ-ଫ୍ରେମିଂ ଭଳି ଫିଚର୍ସ ପାଇବେ । ଡିଭାଇସରେ ଥିବା AI ଫିଚର ଯୋଗୁଁ ୟୁଜର୍ସମାନେ ଏହି ଲାପଟପଗୁଡିକରେ ଭିଡିଓ କନଫରେନ୍ସିଂ ସମେତ ମଲ୍ଟି ଟାସ୍କିଂ କରିପାରିବେ । ଏହି ଲାପଟପଗୁଡିକ ପାୱାରଫୁଲ୍ ପାର୍ଡୱେର ଏବଂ ବ୍ୟାଟେରୀ ସହିତ ଆସିଥାଏ । ଏଥି ସହ ଏଥିରେ ଫାଷ୍ଟ ଚାର୍ଜିଂ ଫିଚର ମଧ୍ୟ ମିଳିବ ।
ଅନ୍-ଡିଭାଇସ୍ AI ଫିଚର୍ସ :
HP AI Companion : HP ଏହି ସମସ୍ତ AI ଲାପଟପରେ ଉନ୍ନତ AI ଫିଚର୍ସ ପ୍ରଦାନ କରିଛି । ଏହା ଏକ ଆଡଭାନ୍ସ ରିସର୍ଚ ଆସିଷ୍ଟେଣ୍ଟ ଭାବରେ କାର୍ଯ୍ୟ କରେ । ଏହାର ଖାସ୍ କଥା ହେଉଛି ଏହା ଅଫଲାଇନରେ ମଧ୍ୟ ପ୍ରତ୍ୟେକ ରିୟଲ ଟାଇମରେ ପ୍ରଶ୍ନର ଉତ୍ତର ଦେଇପାରିବ । ଏଥି ସହ ଏହା ମାଧ୍ୟମରେ ଲାପଟପରେ ରିସର୍ଚ୍ଚ ବେସ୍ଡ ଡାଟା ଫାଇଲ୍ ପ୍ରସ୍ତୁତ କରାଯାଇପାରିବ ।
Poly Camera Pro : HP ର ଲାଟେଷ୍ଟ AI ଲାପଟପଗୁଡିକରେ ପଲି କ୍ୟାମେରା ପ୍ରୋ ଫିଚର୍ସ ରହିବ, ଯାହା ଭର୍ଚୁଆଲ୍ ମିଟିଂକୁ ଉନ ନତ କରିବ । ଏଥିରେ ଆପଣ ଅଷଯା-ଫ୍ରେମିଂ, ମଲ୍ଟି-କ୍ୟାମେରା, ଷ୍ଟ୍ରିମିଂ ଏବଂ କଷ୍ଟମାଇଜେସନର ଅନେକ ଅପ୍ସନ ପାଇବେ । କେବଳ ଏତିକି ନୁହେଁ, ଭିଡିଓ କଲିଂ ସମୟରେ, ଅଡିଓକୁ ଟ୍ୟୁନିଂ କରି ବାହା ନଏଜକୁ ନିୟନ୍ତ୍ରଣ କରିବାରେ ସୁବିଧା ମଧ୍ୟ ରହିବ ।
My HP : ଏହି AI ଫିଚର ଲାପଟପର ପରଫରମାନ୍ସ ଏବଂ ବ୍ୟାଟେରୀକୁ ଅପ୍ଟିମାଇଜ୍ କରିବା ପାଇଁ କାମ କରିବ, ଯାହା ଦ୍ବାରା ୟୁଜର୍ସମାନେ ଗୁଡ୍ ଏକ୍ସପେରିୟନ୍ସ ପାଇପାରିବେ । କେବଳ ଏତିକି ନୁହେଁ ଏହି ଫିଚର ଲାପଟପକୁ ଅଧିକ ଚାର୍ଜ ହେବାରୁ ମଧ୍ୟ ରକ୍ଷା କରେ । ଏଥିରେ ଏକ ସ୍କ୍ରିନ୍ ଟାଇମ୍ ଏବଂ ଡିସଷ୍ଟାନ୍ସ ଟ୍ରାକିଂ ସିଷ୍ଟମ ମଧ୍ୟ ରହିବ । ଯାହା ଲାପଟପର ପୁରା ସ୍କ୍ରିନ୍ ପାଖକୁ ଆସିଲେ ଆପଣଙ୍କୁ ନୋଟିଫାଏ କରିବ ।
ପ୍ରାଇସ୍ :
• HP ProBook 4 G1q ଲାପଯପର ପ୍ରାରମ୍ଭିକ ମୂଲ୍ୟ ୭୭,୨୦୦ ଟଙ୍କା ।
• HP OmniBook 5 ୧୬-ଇଞ୍ଚ ଲାପଟପର ପ୍ରାରମ୍ଭିକ ମୂଲ୍ୟ ୭୮,୯୯୯ ଟଙ୍କା ଅଛି ।
• HP EliteBook 6 G1q ଲାପଟପର ପ୍ରାରମ୍ଭିକ ମୂଲ୍ୟ ୮୭, ୪୪୦ ଟଙ୍କା ।
• HP OmniBook 7 Aero 13 ଲାପଟପର ପ୍ରାରମ୍ଭିକ ମୂଲ୍ୟ ୮୭,୪୯୯ ଟଙ୍କା ।
• HP OmniBook X Flip 14 ଲାପଟପର ପ୍ରାରମ୍ଭିକ ମୂଲ୍ୟ ୧୧୪,୯୯୯ ଟଙ୍କା ରହିଛି ।
• HP EliteBook 8 G1i ଲାପଟପର ପ୍ରାରମ୍ଭିକ ମୂଲ୍ୟ ୧,୪୬,୬୨୨ ଟଙ୍କା ଅଛି ।
• HP OmniBook Ultra 14 ଲାପଟପର ପ୍ରାରମ୍ଭିକ ମୂଲ୍ୟ ୧୮୬,୪୯୯ ଟଙ୍କା ।
• ସେହିଭଳି, HP EliteBook 8 ଏବଂ HP EliteBook 6 ଲାପଟପର ମୂଲ୍ୟ ପ୍ରକାଶ କରାଯାଇ ନାହିଁ ।