ହୁୱାଇ ୟୁଜର୍ସଙ୍କୁ ବଡ ଝଟକା, ମୋବାଇଲରେ ଆଉ କାମ ଦେବନି ଗୁଗୁଲ

ନୂଆଦିଲ୍ଲୀ : ଆମେରିକୀୟ କମ୍ପାନୀ ଗୁଗୁଲର ବ୍ୟବହାର ଖୁବ ଶୀଘ୍ର ଚାଇନା ସ୍ମାର୍ଟଫୋନ ହୁଓ୍ବାଇରେ ବନ୍ଦ ହେବାକୁ ଯାଉଛି। ସୂଚନା ଅନୁଯାୟୀ ହୁଓ୍ବାଇ ସହ ଗୁଗୁଲ ତାହାର ପାଟର୍ନରସିପ୍ ଭାଙ୍ଗିବାକୁ ଯାଉଛି। ଖାଲି ତାହା ନୁହଁ ସାରା ଦୁନିଆରେ ହୁୱାଇକୁ ବ୍ଳକଲିଷ୍ଟ କରିବାକୁ ପାଇଁ ଅନୁରୋଧ କରିଛି ଆମେରୀକି ସରକାର।

ସୂଚନା ଅନୁଯାୟୀ, ଗୁଗୁଲ ଏବେ ହୁୱାଇକୁ ସପ୍ଟଓୟାର ସପୋଟ ଦେବ ନାହିଁ। ଆମେରିକା ଏହାକୁ ବ୍ଳାକଲିଷ୍ଟ କରିବା ସହ ସାରା ଦୁନିଆରେ ଏହାକୁ ବ୍ୟାନ କରିବା ପାଇଁ ଅନୁରୋଧ କରିଛି। ଯାହାଫଳରେ ଗୁଗୁଲ ବ୍ୟତୀତ ଇଣ୍ଟଲ, ଚିପସେଟ ନିର୍ମାତା କମ୍ପାନୀ Qualcomm, Xilinx ଏବଂ Broadcom ମଧ୍ୟ ହୁଓ୍ବାଇକୁ କୌଣସି ପ୍ରକାରର ହାର୍ଡଓୱାର ଏବଂ ସପ୍ଟଓୟାର ଦେବ ନାହିଁ କହିଛି। ଏପରି ନିର୍ଣ୍ଣୟ ନେବାର କାରଣ ହୁଓ୍ବାଇ ଉପରେ ଲୋକଙ୍କ ତଥ୍ୟ ଚୋରୀ କରିବାର ଅଭିଯୋଗ ରହିଛି।

huwai 2

ହୁୱାଇର ହାତ ଗୁଗୁଲ ଏବଂ କ୍ବାଲକମ ଛାଡିବା ପରେ କମ୍ପାନୀକୁ ବଡ ଧରଣର କ୍ଷତି ହେବାକୁ ଯାଉଛି। ଏହା ଦ୍ବାରା ହୁୱାଇ ମୋବାଇଲ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଗୁଗୁଲ ତରଫରୁ କୌଣସି ଅପଡେସନ ମିଳିବା ବନ୍ଦ ହୋଇଯାଇଥିବା ବେଳେ ଗୁଗୁଲ ସମ୍ବନ୍ଧୀୟ କୌଣସି ଆପ ମଧ୍ୟ ବ୍ୟବହାର କରିପାରିବେ ନାହିଁ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଗତବର୍ଷ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଫବିଆଇ ଏହାର ବ୍ୟବହାର ନକରିବା ପାଇଁ ଅନୁରୋଧ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.