ହୁୱାଇରେ ଲାଗିଲା ଆଉ ଏକ ପ୍ରତିବନ୍ଧକ,ଫ୍ୟୁଚର ଡିଭାଇସରେ ରହିବ ନାହିଁ SD କାର୍ଡ

ନୂଆଦିଲ୍ଲୀ : ଗୁଗୁଲ ଦ୍ବାରା ହୁୱାଇ ସ୍ମାର୍ଟଫୋନ ଏବଂ ଆନଣ୍ଡ୍ରୋଏଡ ଅପରେଟିଂ ସିଷ୍ଟମରେ ଅପଡେଟକୁ ବନ୍ଦ କରିବା ପରେ ଏବଂ ମାଇକ୍ରୋସପ୍ଟ ଦ୍ବାରା ଅନଲାଇନ ଷ୍ଟୋର ମାନଙ୍କରେ ହୁୱାଇରୁ ଲାପଟପ୍ ହଟାଇବା ପରେ ଏବେ ଗ୍ରାହକଙ୍କୁ ଦେଇଛି ଆଉ ଏକ ଝଟକା। ମେମୋରୀ କାର୍ଡର ଷ୍ଟାଣ୍ଡ୍ରାର୍ଡ ନିର୍ଧାରିତ କରୁଥିବା କମ୍ପାନୀ ଏସଡି ଏସୋସିଏସନକୁ ହୁୱାଇ ମୋବାଇଲରେ ବ୍ୟାନ କରାଯାଇଛି। ଅର୍ଥାତ୍ ହୁୱାଇ ଲାଟେଷ୍ଟ ପ୍ରଡକ୍ଟରେ ଏବଂ ସ୍ମାର୍ଟଫୋନ ମାନଙ୍କରେ ଆଧିକାରୀକ ଭାବେ ଏସଡି ଏବଂ ମାଇକ୍ରୋ ଏସଡି କାର୍ଡର ସପୋର୍ଟ ମିଳିବ ନାହିଁ।

microsd_cards

ଏସଡି ଏସୋସିଏସନ୍ ଅନଲାଇନ୍ ଟେକ୍ନୋଲୋଜି ନ୍ୟୁଜ୍ ୱେବସାଇଟ ଅନୁଯାୟୀ, ହୁୱାଇ କମ୍ପାନୀକୁ ଟ୍ରେଡ ଗ୍ରୁପରୁ ବାହାର କରାଯାଇଛି। ଏପରିକି ଆମେରିକା ଦ୍ବାରା ହୁଓ୍ବାଇ କମ୍ପାନୀକୁ ବନ୍ଦ କରାଯାଇଛି।

କାହିଁକି କରାଯାଉଛି ହୁଓ୍ବାଇକୁ ବ୍ୟାନ

ଆମେରିକା ପ୍ରେଜେଣ୍ଟେଟ ଡୋନଲ୍ଡ ଟ୍ରମ୍ଫ ଦ୍ବାରା ହୁୱାଇର ସମସ୍ତ ପ୍ରଡକ୍ଟ ଏବଂ ଟେଲିକମ୍ୟୁନିକେସନ୍ ଇକ୍ବିପମେଣ୍ଟସକୁ ବ୍ୟାନ କରାଯାଇଛି। କାରଣ ହୁଓ୍ବାଇ ଉପରେ ଗ୍ରାହକଙ୍କ ଡାଟା ଚୋରୀ କରିବାର ଦୋଷ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.