ଲଞ୍ଚ ହେଲା Huawei Freebuds Studioର ହେଡଫୋନ, ୨୪ ଘଣ୍ଟା ଦେଉଛି ବ୍ୟାଟେରି ବ୍ୟାକଅପ୍‌

Huawei କମ୍ପାନୀ ମେଟୋ ୪୦ ସିରିଜ ସହିତ Huawei FreeBuds Studion ନାମକ ନିଜର ଏକ ନୂଆ ହେଡଫୋନ ମଧ୍ୟ ଲଞ୍ଚ କରିଛି। Huaweiର ଏହି ହେଡଫୋନରେ Active voice Cancellation (ANC) ଏବଂ Omni Directional Microphone ରହିଛି। ଏହା Huawei Freebuds Studio କମ୍ପାନୀର ପ୍ରଥମ ୱେୟାରଲେସ ହେଡଫୋନ ହୋଇଥିବା ବେଳେ ବ୍ଲାକ ଏବଂ ଗୋଲ୍ଡ କଲରର ଭେରାଇଟିରେ ବଜାରରେ ଉପଲବ୍ଧ ହେବ।

huawei2

Huawei FreeBuds Studio ର ସ୍ପେସିଫିକେସନ:

ଏହି ହେଡଫୋନରେ କଲିଙ୍ଗ ପାଇଁ ଛଅ ମାଇକ ଏବଂ 40MM ର ଡାୟନୋମିକ ଡ୍ରାଇଭର ଦିଆଯାଇଛି। ଗେମିଙ୍ଗ ପାଇଁ ମଧ୍ୟ ଏଥିରେ ଲେଟେନ୍ସି ଗେମିଙ୍ଗ ମୋଡ ଦିଆଯାଇଛି। ଏହା ସହିତ ଏଥିରେ ୨୪ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରି ବ୍ୟାକଅପ ରହିଥିବା ବେଳେ ଏହା ୬ ଘଣ୍ଟା ମଧ୍ୟରେ ଫୁଲ ଚାର୍ଜ ହୋଇଯିବ ବୋଲି କମ୍ପାନୀ ଦାବି କରିଛି। ଏହି ହେଡଫୋନରେ ରହିଥିବା ANC ନଏଜ ହିସାବରେ ସାଉଣ୍ଡକୁ ଅଟୋମେଟିକ ଆଡଜଷ୍ଟ କରିଥାଏ।

ଏହି ହେଡଫୋନରେ ତିନୋଟି noise cancellation ultra, cozy ଏବଂ general ରହିଥିବାର ଏହା ୪୦ ଡେସିବଲ ପର୍ଯ୍ୟନ୍ତ ନଏଜକୁ କ୍ୟାନ୍ସଲ କରିଥାଏ। 410mAh ର ବ୍ୟାଟେରି ରହିଥିବା ଏହି ହେଡଫୋନକୁ ଚାର୍ଜ କରିବା ପାଇଁ ୟୁଏସବି ଟାଇପ ସି ପୋର୍ଟ ଦିଆଯାଇଛି। ଏହାର ଓଜନ ୨୬୦ ଗ୍ରାମ ଏବଂ ଦାମ୍‌ ୨୫,୬୯୭ ଟଙ୍କା ରହିଛି।

huawei3

Huawei କମ୍ପାନୀ ଗ୍ଲୋବାଲ ମାର୍କେଟରେ ନିଜର ତିନୋଟି ସ୍ମାଟ ଫୋନ Huawei Mate 40, Huawei Mate 40 Pro ଏବଂ Huawei Mate 40 Pro+ କୁ ସାମିଲ କରିଛି। Huawei Mate 40 ସିରିଜ ରେ କର୍ବଡ ଡିସପ୍ଳେ ଦିଆଯାଇଛି ଏବଂ କ୍ୟାମେରା ସେଟଅପ ଏକ ର୍ସକୁଲାର ରିଙ୍ଗ ମଧ୍ୟରେ ରହିଛି। ଏଥିରେ kirin 9000 ଏବଂ kirin 9000E ପ୍ରୋସେସର ବ୍ୟବହାର କରାଯାଇଛି ଏବଂ 5 ନେନୋମିଟର ପ୍ରୋସେସରେ ଏହାର ବ୍ୟବହାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.