ବିଶ୍ୱସ୍ତରରେ Huawei କମ୍ପାନୀ ଲଞ୍ଚ କଲା ନୂଆ ଫୋଲଡ଼େବଲ ଫୋନ, ଯାହାର ଦର ରହିଛି ଏତିକି ଟଙ୍କା

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ହୂବବେ ନିଜ ଲାଟେଷ୍ଟ ଫୋଲଡ଼େବଲ ଫୋନ Huawei mate xsକୁ ବିଶ୍ୱସ୍ତରରେ ଲଞ୍ଚ କରିଛି । ୟୁଜରଙ୍କୁ ଏହି ଫୋନରେ କିରିନ ୯୯୦ ୫ଜି ଏସଓସି ସମେତ କୁଲିଙ୍ଗ ସିଷ୍ଟମର ସପୋର୍ଟ ବି ମିଳିପାରିବ । ଏହା ପୂର୍ବରୁ ଭାରତରେ କମ୍ପାନୀ ତରଫରୁ ଲଞ୍ଚ ହୋଇଥିବା Huawei ମେଟ ଏକ୍ସ ସାମସଙ୍ଗକୁ କଡା ଟକ୍କର ଦେଇଥିଲା । ତେବେ ଆସନ୍ତୁ ଜାଣିବା Huawei ତରଫରୁ ଲଞ୍ଚ ହୋଇଥିବା ଏହି ଫୋନର ଦର ଓ ସ୍ପେଶାଲ ଫିଚର ବିଷୟରେ ।

କଣ ରହିଛି ଦର:

କମ୍ପାନୀ ନିଜ ଏହି ଫୋନର ଦର ୨୪୯୯ ୟୁରୋ ବା ଭାରତୀୟ ମୁଦ୍ରା ଅନୁସାରେ ଏକ ଲକ୍ଷ ୮୦ ହଜାର ଟଙ୍କା ରଖିବ ବୋଲି ସ୍ଥିର କରିଛି । ଏହାର ବିକ୍ରି ଆସନ୍ତା ମାସ ଅର୍ଥାତ ମାର୍ଚ୍ଚ ମାସରୁ ହିଁ ଆରମ୍ଭ ହୋଇଯିବ ।

 

h2

କଣ ରହିଛି ବିଶେଷତା:

କମ୍ପାନୀ ଏଥିରେ ୮.୦ ଇଞ୍ଚର ଏଲଓଡ଼ି ଡିଷ୍ପ୍ଲେ ସମେତ ୨୪୮୦ x ୨୨୦୦ ପିକସାଲର ରିଜୋଲୁସନ ଦେଇଛି । କିନ୍ତୁ ଫୋଲଡ଼ ପରେ ଏହାର ସ୍କ୍ରିନ ୬.୬ ଇଞ୍ଚ ହୋଇଯିବ । ୟୁଜରଙ୍କୁ ଏହି ଫୋନରେ ଭଲ ପରଫରମାନ୍ସ ପାଇଁ କିରିନ ୯୯୦ ୫ ଜିର ସପୋର୍ଟ, ଏଣ୍ଡ୍ରଏଡ଼ ୧୦ ସହ ଦମଦାର କ୍ୟାମେରାର ସପୋର୍ଟ ବି ମିଳିପାରିବ ।

Image result for huawei-mate-xs-foldable-smartphone-launch-know-price-and-specifications-in-hindi

ରହିଛି ଦମଦାର କ୍ୟାମେରା :

କମ୍ପାନୀ ତରଫରୁ ଏହି ଫୋନରେ ଟ୍ରିପଲ ରିୟାର କ୍ୟାମେରା, ୪୦ ମେଗାପିକସାଲର ପ୍ରାଇମେରୀ କ୍ୟାମେରା, ୮ ମେଗା ପିକସାଲର ଟେଲିଫୋଟୋ ଲେନ୍ସ ଓ ୧୬ ମେଗାପିକସାଲର ଅଲଟ୍ରା ଵାଇନଡ଼ ଲେନ୍ସ ମହଜୂତ ଅଛି । ଫୋଲଡ଼ କରିବା ପରେ ଆପଣ ଏହାର ରିୟାର କ୍ୟାମେରାକୁ ଫ୍ରଣ୍ଟ କ୍ୟାମେରା ଭାବେ ସହଜରେ ବ୍ୟବହାର କରି ପାରିବେ ।

ଏଥିରେ ଥିବା ବ୍ୟାଟେରୀ ସୁବିଧା:

କନେକଟିଭିଟି ଦୃଷ୍ଟିରୁ ଏଥିରେ ବ୍ଲୁଟୁଥ, ୱାଇ ଫାଇ, ଜିପିଏସ ସହ ୟୁଏସବି ଟାଇପ ସି ପରି ପୋର୍ଟ ସୁବିଧା ମଧ୍ୟ ଉପଲବ୍ଧ ହେଉଛି । ସବୁଠୁ ଜରୁରୀ ହେଉଛି ଏହି ଫୋନରେ ୪,୫୦୦ ଏମଏଏଚର ବ୍ୟାଟେରୀ ସୁବିଧା ମଧ୍ୟ ମିଳିପାରିବ । ଯାହାକି ୫୫ ବାଟର ଫାଷ୍ଟ ଚରଜିଙ୍ଗ ଫିଚର ବି ଯୋଗାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.