ଟେକ୍

ବଜାରକୁ ଆସିବ ସ୍ମାର୍ଟ ସ୍କୁଲ ବ୍ୟାଗ, ଏବେ ବାପା ମାଆ ଦୂରରେ ଥାଇ ମଧ୍ୟ ନିଜ ପିଲାଙ୍କ ଉପରେ ରଖିପାରିବେ ନଜର

ଏକ ଏଭଳି ସ୍ମାର୍ଟ ସ୍କୁଲ ବ୍ୟାଗ ବଜାରକୁ ଆସିବାକୁ ଯାଉଛି, ଯାହା ପିଲାଙ୍କୁ ନେଇ ହେଉଥିବା ମାତା ପିତାଙ୍କ ଟେନସନକୁ ଦୂର କରିବ । କାରଣ ଏହି ବ୍ୟାଗରେ ଲାଗିଛି ସ୍ମାର୍ଟ ଏଲସିଡି ଡିସପ୍ଲେ ସହ ଜିପିଏସ୍‌ ସିଷ୍ଟମ। ଏହାଦ୍ୱାରା ମାତା ପିତା ଦୂରରେ ରହି ମଧ୍ୟ ନିଜ ପିଲାଙ୍କ ଉପରେ ନଜର ରଖିପାରିବେ। ପିଲା କେଉଁ ସମୟରେ କେଉଁଠି ଅଛି ଏବଂ କଣ କରୁଛି ସବୁ ସମ୍ପର୍କରେ ଏହା ସୂଚନା ଦେଇଦେବ। ଏହାର ସୂଚନା ଆପଣଙ୍କୁ ମୋବାଇଲ ଫୋନ ଜରିଆରେ ମିଳିବ । ଏବେ ଜାଣନ୍ତୁ କିପରି..

ହୁୁଓ୍ଵାଇ ଏବେ ନିଜ ଦେଶର ପିଲାଙ୍କ ପାଇଁ ଏକ ନୂଆ ରୂପରେ ସ୍କୁଲ ବ୍ୟାଗକୁ ତିଆରି କରିଛି। ଯାହା ଖୁବ ଶୀଘ୍ର ବଜାରରେ ଲଞ୍ଚ ହେବ। ହୁଓ୍ଵାଇ ୯ ମାଇକ୍ରୋମିଟର ସିଙ୍ଗିଲ ମୋଡ ଫାଇବର କୋଡ ସ୍ମାର୍ଟ ପୋଜିସନିଂ ଚିଲଡ୍ରେନ ସ୍କୁଲବ୍ୟାଗ ନାମକ ପ୍ରଡ଼କ୍ଟ ଖୁବ ଶୀଘ୍ର ଲଞ୍ଚ ହେବ। ଏହା କୌଣସି ସାଧାରଣ ବ୍ୟାଗ ନୁହେଁ କାରଣ ଏଥିରେ ଲାଗିଥିବା ଯନ୍ତ୍ରପାତି ଅନ୍ର ବ୍ୟାଗରେ ନଥାଏ। ଏହା ସ୍ମାଟ ର୍ ପୋଜିସନିଂ ଫଙ୍କସନ୍‌ ସହ ସାମ୍ନାକୁ ଆସିବ। ଏହା ପିଲାଙ୍କ ରହିଥିବା ସ୍ଥାନକୁ ଟ୍ରାକ କରିବ। କିନ୍ତୁ ଏହି ସ୍ଥଳରେ ସେମାନଙ୍କୁ ସ୍ମାର୍ଟଫୋନ, ଜିପିଏସ୍‌ ପ୍ୟାକିଂ ସ୍ମାର୍ଟଓ୍ଵାଚ ସ୍କୁଲକୁ ଆଣିବାର ଅନୁମତି ନାହିଁ।

ହୁଓ୍ଵାଇ ଏହାକୁ ଏବେ ଲଞ୍ଚ କରିବ ନାହିଁ। ବର୍ତ୍ତମାନ ସେ Vmall ରେ ସାର୍ବଜନିକ ରୂପେ ପରୀକ୍ଷା କରାଯିବ। ଏଥିରେ ମାତ୍ର ୬୯୯ ୟୁଆନ ମାନେ ମାତ୍ର ୮ ହଜାର ଟଙ୍କାରେ ସ୍ମାର୍ଟ ସ୍କୁଲ ବ୍ୟାଗକୁ ସ୍ନାପ କରିବାର ମୌକା ମିଳିବ। ତେବେ ଏହାର ଦାମକୁ ନେଇ କିଛି ଖବର ସାମ୍ନାକୁ ଆସିନାହିଁ।

pc: zee news

ଏଥିରେ ପିଲାମାନେ ବେଶି ଲୋଡ ନେଇ ଯିବାର ଟେନସନ୍‌ ନାହିଁ। ଏହାର ଡିଜାଇନ ୟୁ ସେପ୍ଡ ସୋଲଡର ଷ୍ଟ୍ରାପ ଭଳି ହୋଇଛି। ତେଣୁ ପିଲାଙ୍କୁ ଏହାକୁ ଧରିକି ନେଇ ଯିବାର ସମସ୍ୟା ରହିବ ନାହିଁ। ଶରୀରରେ ଏହି ବ୍ୟାଗର କୌଣସି ଭାରି ପ୍ରଭାବ ମଧ୍ୟ ପଡ଼ିବନି। ଏହା କମ୍‌ ବୟସ ପିଲାଙ୍କ ପାଇଁ ଖୁବ ଉପଯୁକ୍ତ ହେବ।

ତେବେ ଏହାର ସ୍ପେଶିଫିକେସନ କଥା ଧ୍ୟାନକୁ ଆଣିଲେ ଏହା ସ୍କୁଲବ୍ୟାଗ ଆପ୍‌ କଣ୍ଟ୍ରୋଲ ଏବଂ ହାର୍ମନିଓଏସ୍‌ କନେକ୍ଟର ସପୋର୍ଟ ସହ ବଜାରକୁ ଆସିବ। ଏହା ମୋବାଇଲରେ ସ୍ମାର୍ଟ ଲାଇଫ ଆପ୍‌ ଦ୍ୱାରା କନେକ୍ଟ ହେବ। ଏଥିରେ ଘର, ସ୍କୁଲ ଓ ଅନ୍ୟ ସ୍ଥାନ ଭଳି ୩ଟି ଗାର୍ଡ ରହିବ। ଯେବେ ପିଲା ଯେଉଁଠି ରହିବ ସେହି ସ୍ଥାନର ସମସ୍ତ ସୂଚନା ପ୍ରଦାନ କରିବ। ଯେକୌଣସି ସ୍ଥାନକୁ ଗଲେ ମଧ୍ୟ ବାପା ମାଆଙ୍କୁ ଏହାର ସନ୍ଦେଶ ମିଳିଯିବ। ସେମାନେ ଆଲର୍ଟ ହୋଇଯିବେ।

ଏହାର ବ୍ୟବହାରର ମାନେ ହେଲା ପ୍ରତିଟି ସମୟରେ ନିଜ ପିଲା ଉପରେ ବାପା ମାଆ ନଜର ରଖିବେ । ତାଙ୍କ କାର୍ଯ୍ୟକଳାପ ପ୍ରତି ଧ୍ୟାନ ଦେବେ। ଏହା ପ୍ରତି ଦୁଇ ମିନିଟରେ ଏହାର ସୂଚନା ଦେବ। ଏହି ସୂଚନାକୁ ୩ମାସ ପର୍ଯ୍ୟନ୍ତ ରଖିପାରିବେ। ପରେ ଡିଲେଟ କରିପାରିବେ।

D Sonali

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

6 mins ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

21 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

38 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

50 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

60 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

1 hour ago