ୱାଶିଂ ମେସିନ୍ ରେ ମିଳୁଛି ବଢ଼ିଆ ଡିସକାଉଣ୍ଟ, ୧୫ ହଜାର ଟଙ୍କାରୁ କମ ରହିଛି ଦାମ୍

ଦିୱାଲୀ ଅବସରରେ ଭାରତର ଅଧିକାଂଶ ଲୋକେ ନୂଆ ଜିନିଷ କିଣୁଛନ୍ତି । ଯଦି ଆପଣ ଏହି ଦିୱାଲୀରେ ନିଜ ଘର ପାଇଁ ଏକ ନୂଆ ୱାଶିଂ ମେସିନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ ହେବ । ଆପଣ ୧୫,୦୦୦ରୁ କମ୍ ଦାମରେ ଉପଲବ୍ଧ ଭଲ ଭଲ ୱାଶିଂ ମେସିନ୍ କିଣିପାରିବେ, ଯେଉଁଥିରେ ଦିୱାଲୀ ସେଲ୍ ଅଫର ମଧ୍ୟ ଉପଲବ୍ଧ । ଏହି ପ୍ରଡକ୍ଟ ବିଷୟରେ ଆସନ୍ତୁ ଜାଣିବା ।

LG ୮.୫ kg ୫ ଷ୍ଟାର୍ Roller Jet Pulsator :

LGର ଏହି ୱାଶିଂ ମେସିନ୍ ଆପଣଙ୍କ ପାଇଁ ଏକ ବେଷ୍ଟ ଅପ୍ସନ ହୋଇପାରେ । ଏହାର କ୍ଷମତା ୮.୫ କିଲୋଗ୍ରାମ । ଏହା ଏକ ସେମି ଅଟୋମେଟିକ୍ ୱାଶିଂ ମେସିନ୍ । ୫ ଷ୍ଟାର ସହିତ ଏହି ୱାଶିଂ ମେସିନର ସର୍ବାଧିକ ବେଗ ୧୩୦୦ rpm ରହିଛି । ଏହା ୨ ବର୍ଷର ୱାରେଣ୍ଟି ଏବଂ ୫ ବର୍ଷର ମୋଟର ୱାରେଣ୍ଟି ସହିତ ଆସିଥାଏ । ଫ୍ଲିପକାର୍ଟରେ ପ୍ରାୟ ୭ ହଜାର ଲୋକ ଏହାକୁ ୪.୫ ଷ୍ଟାର୍ ମୂଲ୍ୟାୟନ ଦେଇଛନ୍ତି । ଏହାର ଏମଆରପି ୧୯.୯୯୦ ଟଙ୍କା, କିନ୍ତୁ ଏହାକୁ ୧୪,୪୯୦ ଟଙ୍କାରେ କିଣାଯାଇପାରିବ ।

Voltas Beko ୧୨ କେଜି ସେମି ଅଟୋମେଟିକ୍ :

ଭୋଲ୍ଟାସର ଏହି ୱାଶିଂ ମେସିନ୍ ଏକ ଭଲ ଅପ୍ସନ । ଏହାର କ୍ଷମତା ୧୨ କିଲୋଗ୍ରାମ । ଏହା ଏକ ସେମି ଅଟୋମେଟିକ୍ ୱାଶିଂ ମେସିନ୍ । ୫ ଷ୍ଟାର ମୂଲ୍ୟାୟନ ସହିତ ଏହି ୱାଶିଂ ମେସିନର ସର୍ବାଧିକ ବେଗ ୧୩୫୦ rpm ରହିଛି । ଏହା ୧ ବର୍ଷର ୱାରେଣ୍ଟି ଏବଂ ୫ ବର୍ଷର ମୋଟର ୱାରେଣ୍ଟି ସହିତ ଆସିଥାଏ । ଫ୍ଲିପକାର୍ଟରେ ୭ ହଜାରରୁ ଅଧିକ ଲୋକ ଏହାକୁ ୪.୨ ଷ୍ଟାର୍ ମୂଲ୍ୟାୟନ ଦେଇଛନ୍ତି । ଏହାର ଏମଆରପି ୨୨,୫୯୦ ଟଙ୍କା, କିନ୍ତୁ ଏହାକୁ ୧୪,୪୯୦ ଟଙ୍କାରେ କିଣାଯାଇପାରିବ ।

Whirlpool ୭ କିଲୋଗ୍ରାମ ମ୍ୟାଜିକ୍ କ୍ଲିନ୍

Whirlpoolର ୱାଶିଂ ମେସିନ୍ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛି । ଏହା ଏକ ସମ୍ପୂର୍ଣ୍ଣ ଅଟୋମେଟିକ୍ ୱାଶିଂ ମେସିନ୍ । ଏହାର କ୍ଷମତା ୭ କିଲୋଗ୍ରାମ । ୫ ଷ୍ଟାର୍ ମୂଲ୍ୟାୟନ ସହିତ ଏହି ୱାଶିଂ ମେସିନର ସର୍ବାଧିକ ବେଗ ୭୪୦ rpm । ଏହା ୨ ବର୍ଷର ୱାରେଣ୍ଟି ଏବଂ ୫ ବର୍ଷର ମୋଟର ୱାରେଣ୍ଟି ସହିତ ଆସିଥାଏ । ୨୨ ହଜାରରୁ ଅଧିକ ଲୋକ ଏହାକୁ ଫ୍ଲିପକାର୍ଟରେ ୪.୧ ଷ୍ଟାର୍ ମୂଲ୍ୟାୟନ ଦେଇଛନ୍ତି । ଏହାର ଏମଆରପି ୧୯,୩୫୦ ଟଙ୍କା, କିନ୍ତୁ ଏହାକୁ ୧୪,୭୯୦ ଟଙ୍କାରେ କିଣାଯାଇପାରିବ ।

ଏହି ସମସ୍ତ ୱାଶିଂ ମେସିନ୍ ଫ୍ଲିପକାର୍ଟ ଦିୱାଲୀ ସେଲରେ ବିକ୍ରି ପାଇଁ ଉପଲବ୍ଧ । ଯଦି ଆପଣ ଏସବିଆଇ ବ୍ୟାଙ୍କ କାର୍ଡ ମାଧ୍ୟମରେ ପେମେଣ୍ଟ କରନ୍ତି, ତେବେ ଆପଣ ୧୦% ପର୍ଯ୍ୟନ୍ତ ଏକ୍ସଟ୍ରା ଡିସକାଉଣ୍ଟ ପାଇପାରିବେ ।

 

You might also like