OnePlusର ସ୍ମାର୍ଟଫୋନରେ ମିଳୁଛି ଭାରି ଡିସକାଉଣ୍ଟ, ହାତ ଛଡ଼ା କରନ୍ତୁ ନାହିଁ ସୁଯୋଗ

ଯଦି ଆପଣ OnePlus ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । OnePlus ସ୍ମାର୍ଟଫୋନରେ ମିଳୁଛି ବଢ଼ିଆ ଅଫର । ବର୍ତ୍ତମାନ OnePlusର ଅନେକ ସ୍ମାର୍ଟଫୋନରେ ଭାରି ଡିସକାଉଣ୍ଟ ଅଫର ଦିଆଯାଉଛି । ଯଦି ଆପଣ ଏକ ପ୍ରିମିୟମ୍ ଏବଂ ଗୁଡ୍ ଲୁକିଂ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ OnePlus 12 ବେଷ୍ଟ ହେବ । ବର୍ତ୍ତମାନ Oneplus 12 ରେ ଏକ ଭଲ ଅଫର୍ ମିଳୁଛି ।
ସୂଚନା ଥାଉ କି ବର୍ତ୍ତମାନ ଓ୍ଵାନ୍ କମ୍ୟୁନିଟି ସେଲ୍୍ ଚାଲିଛି ଏବଂ ଏହି ସେଲରେ ଅନେକ ଫୋନରେ ଅଫର ଦିଆଯାଉଛି । OnePlus 12 ହେଉଛି କମ୍ପାନୀର ଲାଟେଷ୍ଟ ଫ୍ଲାଗସିପ୍ ସ୍ମାର୍ଟଫୋନ୍ । ଡିସେମ୍ବର ୨୦୨୩ ରେ OnePlus ଏହି ସ୍ମାର୍ଟଫୋନ ଲଞ୍ଚ କରିଥିଲା । କମ୍ପାନୀ ଏହି ଫ୍ଲାଗସିପ୍ ସ୍ମାର୍ଟଫୋନରେ ସ୍ନାପଡ୍ରାଗନ୍ ୮ ଜେନ୍ ୩ ପ୍ରୋସେସର ଦେଇଛି ଏବଂ ଏଥିରେ ୧TB ପର୍ଯ୍ୟନ୍ତ ଷ୍ଟୋରେଜ୍ ରହିଛି ।
ପ୍ରିମିୟମ୍ ସ୍ମାର୍ଟଫୋନ୍ କାଟାଗୋରୀରେ OnePlus 12 ଆସେ । ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ଗ୍ରାହକଙ୍କୁ ଶସ୍ତା ଦାମରେ ଏହି ଫୋନ କିଣିବା ପାଇଁ ଏକ ବଡ଼ ସୁଯୋଗ ଦେଉଛି । ଲଞ୍ଚ ହେବାର ପ୍ରାୟ ୬ ମାସ ପରେ ଏହି ଫୋନର ଦାମ୍ ପ୍ରାୟ ୯ ହଜାର ଟଙ୍କା ହ୍ରାସ ପାଇଛି।
ଇ-କମର୍ସ ୱେବସାଇଟ୍ ଫ୍ଲିକାର୍ଟରେ OnePlus 12 ର ୫୧୨GB ଭାରିଆଣ୍ଟ ୬୯,୯୯୯ ଟଙ୍କାରେ ଲିଷ୍ଟ ହୋଇଛି । କିନ୍ତୁ କମ୍ପାନୀ ଏହି ଫୋନରେ ନିଜ ଗ୍ରାହକମାନଙ୍କୁ ୧୩% ରୁ ଅଧିକ ଡିସକାଉଣ୍ଟ ଦେଉଛି । ଏହି ଡିସକାଉଣ୍ଟ ଅଫର ଦ୍ୱାରା ଆପଣ ମାତ୍ର ୬୦,୬୩୧ ଟଙ୍କାରେ OnePlus 12 କିଣିପାରିବେ ।
ଯଦି ଆପଣଙ୍କର ବଜେଟ୍ ବହୁତ କମ୍ ଅଛି ତେବେ ଫ୍ଲିପକାର୍ଟ ଗ୍ରାହକଙ୍କୁ ନୋ କଷ୍ଟ EMI ର ଅପ୍ସନ ଦେଉଛି । ଆପଣ ମାସକୁ ମାତ୍ର ୧୦,୧୦୬ ଟଙ୍କା ଦେଇ ଏହି ଫୋନ କିଣି ପାରିବେ । ଯଦି ଆପଣ ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କାର୍ଡ ଦ୍ୱାରା ଏହି ସ୍ମାର୍ଟଫୋନ୍ କିଣନ୍ତି, ତେବେ ଆପଣଙ୍କୁ ୫ % ଏକ୍ସଟ୍ରା ଡିସକାଉଣ୍ଟ ଅଫର ମିଳିବ ।