ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Nothing ଖୁବ କମ ସମୟ ମଧ୍ୟରେ ନିଜର ପରିଚୟ ହାସଲ କରିଛି । ନିଜ ଫ୍ୟାନ୍ସ ଏବଂ ସ୍ମାର୍ଟଫୋନ ୟୁଜରଙ୍କ ପାଇଁ କମ୍ପାନୀ ବଢ଼ିଆ ବଢ଼ିଆ ଫୋନ ଲଞ୍ଚ କରିଛି । ଯଦି ଆପଣ Nothingର ସ୍ମାର୍ଟଫୋନ ପସନ୍ଦ କରୁଛନ୍ତି ଏବଂ ଫୋନ କିଣିବାକୁ ପ୍ଲାନିଂ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ଫେଷ୍ଟିଭ୍ ସିଜନରେ Nothing Phone 2a ରେ ଏକ ବମ୍ପର ଡିସକାଉଣ୍ଟ ଦିଆଯାଉଛି । ଆପଣ ଏହି ଫୋନକୁ କମ ଦାମରେ କିଣିପାରିବେ ।
ବଜାରରେ ମିଳୁଥିବା ସମସ୍ତ ସ୍ମାର୍ଟଫୋନ ମଧ୍ୟରେ Nothingର ଫୋନ ସବୁଠାରୁ କ୍ୟୁଟ୍ ଏବଂ ସୁନ୍ଦର ଡିଜାଇନ ସହିତ ଆସେ । ଏହି ଫୋନର ଗ୍ଲାସ୍ ଟ୍ରାନ୍ସପେରାଣ୍ଟ ଡିଜାଇନ୍ ଅଧିକ ଆକର୍ଷକ ରହିଛି । ବ୍ୟାକ୍ ପ୍ୟାନେଲରେ ଥିବା ଏଲଇଡି ଏହାର ଲୁକ୍ସକୁ ଭିନ୍ନ କରେ ।
ଫେଷ୍ଟିଭ୍ ସିଜନରେ ନିଜ ଗ୍ରାହକଙ୍କୁ ସ୍ମାର୍ଟଫୋନରେ ଭଲ ଡିସକାଉଣ୍ଟ ଦେଉଛି ଆମାଜନ । ଇ-କମର୍ସ ୱେବସାଇଟ୍ ଆମାଜନ Nothing Phone 2a ର ଦାମକୁ କମ କରିଛି । ବର୍ତ୍ତମାନ ଏହି ପ୍ରିମିୟମ ଫୋନକୁ ଆପଣ ହେଭି ଡିସକାଉଣ୍ଟରେ କିଣିପାରିବେ । ତେବେ ଆସନ୍ତୁ ଅଫର୍ସ ବିଷୟରେ ଭଲରେ ଜାଣିବା ।
Nothing Phone 2a ବର୍ତ୍ତମାନ ୩୧,୯୯୯ ଟଙ୍କାରେ ଆମାଜନରେ ଳିଷ୍ଟ ହୋଇଛି । ଦୀପାବଳି ପୂର୍ବରୁ ଆରମ୍ଭ ହୋଇଥିବା ସେଲରେ ଆମାଜନ ଏହି ଫୋନର ଦାମକୁ କମାଇଛି । ସେଲ୍ ଅଫରରେ ଏହି ଫୋନ ଉପରେ ୧୮%ର ବଡ଼ ଡିସକାଉଣ୍ଟ ମିଳୁଛି । ଏହା ପରେ ଆପଣ ଏହାକୁ ମାତ୍ର ୨୬,୨୬୦ ଟଙ୍କାରେ କିଣି ପାରିବେ ।
ଏହି ଫୋନ କିଣିବାରେ ଆମାଜନ ନିଜ ଗ୍ରାହକଙ୍କୁ ବ୍ୟାଙ୍କ ଅଫର ମଧ୍ୟ ଦେଉଛି । ସିଲେକ୍ଟେଡ୍ ବ୍ୟାଙ୍କ କାର୍ଡରେ ଆପଣଙ୍କୁ ୧୨୫୦ଟଙ୍କାର ଡିସକାଉଣ୍ଟ ମିଳିବ । ଏହା ବ୍ୟତୀତ ଯଦି ଆପଣ ଅଧିକ ସେଭିଂ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏକ୍ସଚେଞ୍ଜ ଅଫରର ମଧ୍ୟ ଲାଭ ଉଠାଇ ପାରିବେ । କିନ୍ତୁ ଧ୍ୟାନ ରଖନ୍ତୁ ଏକ୍ସଚେଞ୍ଜ ଅଫର ଆପଣଙ୍କ ଫୋନର କଣ୍ଡିସନ୍ ଉପରେ ନିର୍ଭର କରିବ ।