ଟେକ୍

ନାନୋବଟ୍ସ ସାହାଯ୍ୟରେ ମଣିଷ ହେବେ ଅମର, ଜାଣନ୍ତୁ କଣ କହୁଛି ଏହାକୁ ନେଇ ରିସର୍ଚ୍ଚ

କ’ଣ ଆପଣ କେବେ ଅମର ହେବା କଥା ଭାବିଛନ୍ତି। ଏହା କେବେ ବି ସମ୍ଭବ ନୁହେଁ। କାରଣ ଯାହାର ଜନ୍ମ ଅଛି ତାର ମୃତ୍ୟୁ ବି ସୁନିଶ୍ଚିତ। ଏହାକୁ ନେଇ ଗୁଗଲର ପୂର୍ବ କର୍ମଚାରୀ ଏକ ଭବିଷ୍ୟବାଣୀ କରିଛନ୍ତିି। ଯଦି ଏହା ସତ ହୁଏ ତେବେ ମଣିଷ ଆହୁରି ଅଧିକ ବର୍ଷ ବଞ୍ଚିପାରିବ।

ଖବର ରହିଛି କିଛି ଏଭଳି ଯାହା ସମସ୍ତଙ୍କୁ କରିଦେବ ଆଶ୍ଚର୍ଯ୍ୟ। ଏଭଳି ତଥ୍ୟ କିଛି ବାହାରକୁ ଆସିଛି ଯାହାକୁ ନା କେହି କେବେ ଆଗରୁ ଶୁଣିଛି ନା ହିଁ ଏମିତି କେବେ ଘଟିଛି। ଗୁଗଲର ପୂର୍ବ କର୍ମଚାରୀଙ୍କ ଏକ ଆଶ୍ଚର୍ଯ୍ୟକାରୀ ଭିବଷ୍ୟବାଣୀ ଯାହାକି ମଣିଶକୁ ମାତ୍ର ୭ ବର୍ଷ ରେ ଅମର କରିଦେବ। ଏବେ ଯାଏଁ ତାଙ୍କର ୧୪୭ ଭବିଷ୍ୟବାଣୀରୁ ପାଖାପାଖି ୮୬% ସଠିକ ହୋଇସାରିଛି। ୧୯୯୯ରେ କମ୍ପ୍ୟୁଟର ବୈଜ୍ଞାନିକ ଓ ଗୁଗଲର ପୂର୍ବ ଇଞ୍ଜିନିୟର ରାଷ୍ଟ୍ରୀୟ ପଦକ ମଧ୍ୟ ପାଇଛନ୍ତି।

କୁର୍ଜବିଲଙ୍କ କହିବା ଅନୁସାରେ ନାନୋଟେକ୍ନୋଲୋଜି ଓ ରୋବୋଟିକ୍ସ ମିଶିି ଖୁବ ଶୀଘ୍ର ମଣିଷର ବୟସକୁ ଓଲଟାଇ ଦେବେ। ଯେଉଁଥିରେ ନାନୋବଟ୍ସ ଜନ୍ମ ନେବ।

ପୂର୍ବରୁ କୁର୍ଜବିଲଙ୍କର ଅନେକ ଭବିଷ୍ୟବାଣୀ ିସଠିକ ହୋଇସାରିଛି। ତେଣୁ ଆଗାମୀ ଭବିଷ୍ୟତରେ କହୁଥିବା ତଥ୍ୟକୁ ନେଇ ପ୍ରାୟ ବିଶ୍ୱାସ କରିବାକୁ ଲାଗିଲେଣି। କିନ୍ତୁ ଏହାକୁ ନେଇ ଏବେ ବି ବିତର୍କ ଚାଲିଛି। ସୂଚନା ଅନୁସାରେ ପୂର୍ବତନ କର୍ମଚାରୀ ନିଜ ପୁସ୍ତକରେ କରିଥିବା ଭବିଷ୍ୟବାଣୀ ଅନୁସାରେ ପ୍ରାଦ୍ୟୋଗିକ ଭାବେ ୨୦୩୦ଯାଏ ପ୍ରତ୍ୟେକ ମଣିଷକୁ ସବୁଦିନ ପାଇଁ ଜୀବନ ଜିଇଁବାର ଅନୁମତି ମିଳିବ। ସେମାନେ ଏହାର ପୂରା ଆନନ୍ଦ ଉଠାଇପାରିବେ। ଏହାରି ମଧ୍ୟରେ ସେ ନାନୋବୋଟ୍ସ ସହିତ ରୋବୋଟିକ୍ସ ଓ ଅନ୍ୟାନ୍ୟ ଜିନିଷ ବିଷୟରେ ମଧ୍ୟ କହିଲେ।

ବୈଜ୍ଞାନିକଙ୍କ କହିବା ଅନୁଯାୟୀ ୨୦୨୯ ଏହାପାଇଁ ସଠିକ ସମୟ। ଯେଉଁ ସମୟ ପାଇଁ ସେ ଭବିଷ୍ୟବାଣୀ କରିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେଷ୍ଟ ପାସ୍‌ ହେବା ପରେ ମନୁଷ୍ୟ ସ୍ତରରେ ଏହାର ବୁଦ୍ଧିମତା ହାସିଲ କରାଯାଇପାରିବ। ତେବେ ସେ ସିଙ୍ଗୁଲେରିଟି ପାଇଁ ୨୦୪୫ର ତାରିଖକୁ ନିର୍ଦ୍ଧାରିତ କରିଛନ୍ତି। ଏଆଇ ଭଲ ଭାବେ କାର୍ଯ୍ୟକ୍ଷମ ହେବା ପରେ ଏହା ସମ୍ଭବ ହୋଇପାରିବ। ଏଥିପାଇଁ ସାହାଯ୍ୟ କରିବ ନାନୋବଟ୍ସ।

ଗୁଗଲର ପୂର୍ବତନ କର୍ମଚାରୀଙ୍କ କହିବା ଅନୁସାରେ ଏହି ଛୋଟ ରୋବୋଟ ଲଗାତାର ଭାବେ କ୍ଷତିଗ୍ରସ୍ତ କୋଶିକାକୁ ଠିକ କରିବ। ଯାହାକି ବୟସ ବଢ଼ିବା ସହିତ ଏହାର କାର୍ଯ୍ୟକ୍ଷମତା ସରି ସରି ଆସିବ। ଏମିତିରେ ମଣିଷ ଅନେକ ସାଂଘାତିକ ରୋଗରୁ ମଧ୍ୟ ମୁକ୍ତି ପାଇପାରିବେ।
ତେବେ ଏହା ପ୍ରଥମ ଥର ନୁହେଁ ଯେବେ କି ବୈଜ୍ଞାନିକ ଏହାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ୧୯୯୦ ରେ କୁର୍ଜବିଲ ମଧ୍ୟ ଭବିଷ୍ୟବାଣୀ କରିଥିଲେ ଯେ ଦୁନିଆର ସର୍ବଶ୍ରେଷ୍ଠ ସତରଂଞ୍ଜ ଖେଳାଳୀ ୨୦୦୦ରେ ଏକ କମ୍ପ୍ୟୁଟର ଠୁ ହାରିଯିବ। ଭବିଷ୍ୟବାଣୀ ୧୯୯୭ ରେ ସତ ହୋଇଥିଲା। ଯେବେ କି ଡିପ ବ୍ଲୁ ଗୋରୀ କାସ୍ପରୋବକୁ ହରାଇଦେଇଥିଲା। ଏଭଳି ଭାବେ ଅନେକ ଜଣ ଅନେକ କିଛି ଭବିଷ୍ୟବାଣୀ କରିଛନ୍ତି।

ଏବେ ଜାଣନ୍ତୁ ଏହି ସିଙ୍ଗଲେରିଟି କଣ?
ସାଧାରଣ ଜନତାଙ୍କ କଥା ରେ ସିଙ୍ଗଲେରିଟି ସେହି ସମୟର ଏକ କାଳ୍ପନିକ ଭବିଷ୍ୟ ବିନ୍ଦୁ ଯାହା ପ୍ରାଦ୍ୟୋଗତକ ଭାବେ ସସମସ୍ତ ପ୍ରଗତି, ବିଶେଷ ରୂପେ କୃତ୍ରିମ ବୃଦ୍ଧିମତା ବା ଏଆଇ ରେ ସେହି ମେସିନ ବ୍ୟବହାର କରାଯିବ। ଯାହାକି ମନୁଷ୍ୟଠୁ ଅଧିକ ସ୍ମାର୍ଟ ହେବ।
ତେବେ କୁର୍ଜବିଲ କେବଳ ଏକା ନୁହଁନ୍ତି ଯିଏ କି ,ହା ସମ୍ପର୍କରେ କହିଛନ୍ତି। ସାଫ୍ଟ ବ୍ୟାଙ୍କର ସିଇଓ ମାସାୟୋଶି ସେନ ମଧ୍ୟ ୨୦୪୭ ପର୍ଯ୍ୟନ୍ତ ସୁପର ଇଣ୍ଟେଲିଜେଣ୍ଟ ମେସିନ ଆସିବାର ଭବିଷ୍ୟବାଣୀ କରିଥିଲେ।
ଟେକ ମୋଗୁଲ ସେନ ମଧ୍ୟ ୨୦୧୭ରେ ସାଉଦି ଆରବରେ ରିୟାଦରେ ଫ୍ୟୁଚର ଇନଭେଷ୍ଟ ମେଣ୍ଟ ଇନିସିଏଟିଭରେ ଏହା ସମ୍ପର୍କରେ କହିଥିଲେ।

ତେବେ ସଫ୍ଟବ୍ୟାଙ୍କ ରୋବୋଟିକ୍ସରେ ପ୍ରଥମରୁ ପେପର ରହିଛି। ଯାହାକି ଏକ ସେମି ହୟୁମନାଇଡ ରୋବୋଟ , ଯାହାକି ଲୋକଙ୍କ ଚିନ୍ତା ତଥା ଭାବନାକୁ ପଢ଼ିବାର କ୍ଷମତା ରଖିଛି। ଏହାକୁ ଜୁନ ୨୦୧୪ ରେ ଏକ ସମ୍ମିଳନୀରେ ସାମ୍ନାକୁ ଅଣାଯାଇଥିଲା। ପରେ ଜାପାନରେ ସଫ୍ଟବ୍ୟାଙ୍କ ମୋବାଇଲ ଷ୍ଟୋରରେ ଏହାକୁ ପ୍ରଦର୍ଶିତ କରାଯାଇଥିଲା।

ଏବେ ପ୍ରଶ୍ନ ଉଠୁଛି କଣ ମାନବ ସମାଜ ପ୍ରକୃତରେ ଏଆଇ ପାଇଁ ପ୍ରସ୍ତୁତ ଅଛି କି? ତେବେ କିିଛି ଜଣ ଏହାକୁ ନେଇ ସପୋର୍ଟ କରୁଛନ୍ତି ତ ଅନ୍ୟ କିଛି ଏହାକୁ ମନା କରୁଛନ୍ତି। ଦେଖାଯାଉ ଏହି ଭବିଷ୍ୟବାଣୀ କେତେ ମାତ୍ରାରେ ସତ ହେଉଛି , ଆଉ ଏଆଇ କେତେ ମାତ୍ରାରେ ଲୋକଙ୍କ କାମରେ ଆସୁଛି।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago