ସ୍ମାର୍ଟଫୋନ ସ୍ଲୋ ଚାର୍ଜ ହେଉଛି କି ? ଘରେ ବସି କରନ୍ତୁ ଏହି କାମ ଦୂର ହେବ ସମସ୍ୟା

ସ୍ମାର୍ଟଫୋନ୍ ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ୟାଜେଟ୍ ହୋଇଯାଇଛି । ସ୍ମାର୍ଟଫୋନ୍ ପରସ୍ପର ସହିତ ସମ୍ପର୍କ ରଖିବାରେ ବହୁତ ସାହାଯ୍ୟ କରେ । ଏହା ବ୍ୟତୀତ ସ୍ମାର୍ଟଫୋନ ଅନେକ କାମରେ ମଧ୍ୟ ସାହାଯ୍ୟ କରେ । ଅନଲାଇନ୍ ପେମେଣ୍ଟ ଠାରୁ ଆରମ୍ଭ କରି ଏଣ୍ଟରଟେନମେଣ୍ଟ ଏବଂ ଶିକ୍ଷା ପର୍ଯ୍ୟନ୍ତ ସ୍ମାର୍ଟଫୋନ୍ ସବୁଠାରେ ଜରୁରୀ ହୋଇପଡିଛି । କିନ୍ତୁ ବେଳେବେଳେ ସ୍ଲୋ ଚାର୍ଜିଂ ପାଇଁ ଏହା ଏକ ବଡ ସମସ୍ୟା ହୋଇଯାଏ । ଏହି କାରଣରୁ ଆମର ଅନେକ କାମ ମଧ୍ୟ ଅଟକି ଯାଏ ।
ଯଦି ଆପଣ ନିଜ ସ୍ମାର୍ଟଫୋନର ସ୍ଲୋ ଚାର୍ଜିଂକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ଆମେ ଆପଣଙ୍କୁ ଚାର୍ଜିଂକୁ ନେଇ କିଛି ଟିପ୍ସ ଜଣାଇବାକୁ ଯାଉଛୁ ଯାହା କେବଳ ଆପଣଙ୍କ ଫୋନକୁ ଶୀଘ୍ର ଚାର୍ଜ କରିବ ତାହା ନୁହେଁ ବରଂ ଆପଣଙ୍କୁ ଅନେକ ଘଣ୍ଟାର ବ୍ୟାଟେରୀ ବ୍ୟାକଅପ୍ ମଧ୍ୟ ଦେବ ।
ଯଦି ଆପଣଙ୍କ ସ୍ମାର୍ଟଫୋନ୍ ଧୀରେ ଧୀରେ ଚାର୍ଜ ହେଉଛି ତେବେ ଚାର୍ଜିଂ ପୋର୍ଟରେ ମଇଳା ଜମା ହୋଇଥିବ । ତେଣୁ ଆପଣ ଫୋନର ଚାର୍ଜିଂ ପୋର୍ଟକୁ ଥରେ ସଫା କରି ନିଅନ୍ତୁ ।
ଟୁଥ୍ ପିକ୍ ସାହାଯ୍ୟରେ ଆପଣ ନିଜ ଫୋନର ଚାର୍ଜିଂ ପୋର୍ଟକୁ ସଫା କରିପାରିବେ । କୌଣସି ସୂତା କପଡାକୁ ଟୁଥ ପିକରେ ଲଗାଇ ଚାର୍ଜିଂ ପୋର୍ଟକୁ ଧୀରେ ଧୀରେ ସଫା କରି ପାରିବେ ।
ଆପଣ ଚାର୍ଜିଂ ପୋର୍ଟରେ କିଛି ବୁନ୍ଦା ଆଲକୋହଲ ମଧ୍ୟ ବ୍ୟବହାର କରିପାରିବେ । କିନ୍ତୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଆପଣ ନିଶ୍ଚିତ ଭାବରେ ଏକ୍ସପର୍ଟଙ୍କ ପରାମର୍ଶ ନେବା ଉଚିତ୍ । ଯଦି ଆପଣ ଏଭଳି କରୁଛନ୍ତି ତେବେ ପ୍ରଥମେ ସ୍ମାର୍ଟଫୋନକୁ ସୁଇଚ୍ ଅଫ୍ କରନ୍ତୁ ।
ଯଦି ଆପଣଙ୍କ ଫୋନ୍ ବହୁତ ଧୀରେ ଧୀରେ ଚାର୍ଜ ହେଉଛି ତେବେ ଆପଣ ଏହାକୁ ଚାର୍ଜିଂ କରିବା ସମୟରେ ସୁଇଚ୍ ଅଫ୍ କରିପାରିବେ । ଫୋନ୍ ଚାର୍ଜ କରିବା ପୂର୍ବରୁ ବ୍ୟାକଗ୍ରାଉଣ୍ଡରେ ଚାଲୁଥିବା ଆପ୍ଲିକେସନଗୁଡ଼ିକୁ ସଂପୂର୍ଣ୍ଣ ଭାବେ ବନ୍ଦ କରନ୍ତୁ । ବ୍ୟାକଗ୍ରାଉଣ୍ଡରେ ଚାଲୁଥିବା ଆପଗୁଡ଼ିକ ଚାର୍ଜିଂ ସମୟରେ ବ୍ୟାଟେରୀ କନଜ୍ୟୁମ୍ କରିଥାଏ ।
ଫୋନକୁ ଫାଷ୍ଟ ଚାର୍ଜିଂ କରିବା ପାଇଁ ସବୁବେଳେ ଅରିଜିନାଲ ଚାର୍ଜର ବ୍ୟବହାର କରନ୍ତୁ । ଫୋନକୁ ଶୀଘ୍ର ଚାର୍ଜ କରିବା ପାଇଁ ଆପଣ ସେହି ଆପ୍ସ ଗୁଡ଼ିକୁ ବନ୍ଦ କରନ୍ତୁ ଯାହା ଅଧିକ ବ୍ୟାଟେରୀ ବ୍ୟବହାର କରେ ।