କିଣିବାକୁ ଯାଉଛନ୍ତି ସେକେଣ୍ଡ ହ୍ୟାଣ୍ଡ ସ୍ମାର୍ଟଫୋନ? ତ କିଣିବା ପୂର୍ବରୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ ଏହି ସବୁ କଥା; ନଚେତ୍ ଘାଟାରେ ପଡ଼ିବେ…

ଆଜିକା ସମୟରେ ପ୍ରତ୍ୟେକ ବଜେଟ୍ ପରିସରର ସ୍ମାର୍ଟଫୋନ୍ ଆପଣଙ୍କୁ ସହଜରେ ମିଳିଯିବ। କିନ୍ତୁ ଏମିତି କିଛି ୟୁଜର ଅଛନ୍ତି, ଯେଉଁମାନେ ପ୍ରିମିୟମ୍ ସ୍ମାର୍ଟଫୋନକୁ ସେକେଣ୍ଡ ହ୍ୟାଣ୍ଡରେ କିଣି ଥାଆନ୍ତି, ଯେପରି ଅଧିକ ଖର୍ଚ୍ଚାନ୍ତ ସେମାନେ ନ ହୁଅନ୍ତି। ଅନେକ ସମୟରେ ଅଧିକ ବଜେଟ୍ ନ ଥିବାରୁ ମଧ୍ୟ ସେକେଣ୍ଡ ହ୍ୟାଣ୍ଡ ସ୍ମାର୍ଟଫୋନ୍ କିଣିବା ଏକ ଭଲ ବିକଳ୍ପ ହୋଇଥାଏ। କିନ୍ତୁ ସେକେଣ୍ଡ ହ୍ୟାଣ୍ଡ ସ୍ମାର୍ଟଫୋନ କିଣିବା ସମୟରେ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ରଖିବାକୁ ହେବ, ଯଦ୍ଦ୍ଵାରା ଆପଣ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଯଦି ଆପଣ ଏକ ସେକେଣ୍ଡ ହ୍ୟାଣ୍ଡ ସ୍ମାର୍ଟଫୋନ୍ କିଣିବାକୁ ଚାହୁୁଁଛନ୍ତି, ତା’ ହେଲେ ଏଠାରେ ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେଉଛୁ, ଯାହା ଆପଣଙ୍କ କାମରେ ଆସି ପାରିବ।

ଯାଞ୍ଚ କରନ୍ତୁ ଫୋନର କଣ୍ଡିସନ

ସେକେଣ୍ଡ ହ୍ୟାଣ୍ଡ ସ୍ମାର୍ଟଫୋନ୍ କିଣିବା ସମୟରେ ପ୍ରଥମେ ଫୋନର କଣ୍ଡିସନ ଯାଞ୍ଚ କରନ୍ତୁ। ଧ୍ୟାନର ସହ ଦେଖନ୍ତୁ ଯେ ଫୋନ୍ ଡ୍ୟାମେଜ୍ ହୋଇଛି କି ନାହିଁ। ସ୍କ୍ରିନ୍ ଠିକ ଅଛି କି ନାହିଁ। ଏଥି ସହିତ ଫୋନର ସମସ୍ତ ଭାଗକୁ ମଧ୍ୟ ତନ୍ନ ତନ୍ନ କରି ଭଲ ଭାବରେ ଯାଞ୍ଚ କରନ୍ତୁ। ଏଥିରେ ଆପଣ ଚାର୍ଜିଂ ପୋର୍ଟରୁ ନେଇ 3.5.mm ହେଡଫୋନ୍ ଜ୍ୟାକ୍ ପର୍ଯ୍ୟନ୍ତ, ସବୁ କିଛି ଯାଞ୍ଚ କରି ପାରିବେ।

ଫୋନକୁ କିଛି ସମୟ ବ୍ୟବହାର କରନ୍ତୁ/ ଫୋନ୍‌କୁ ଚଲାନ୍ତୁ

ଯଦି ଆପଣ ସେକେଣ୍ଡ ହ୍ୟାଣ୍ଡ ସ୍ମାର୍ଟଫୋନ୍ କିଣୁଛନ୍ତି, ତା’ ହେଲେ ଗୋଟିଏ ଥର ଭଲ ଭାବରେ ଯାଞ୍ଚ କରି ନିଅନ୍ତୁ କି, ଫୋନ୍ ଠିକ୍ ଭାବେ କାମ କରୁଛି କି ନାହିଁ। ଆହୁରି ଭଲ ହେବ ଯେ ଯଦି ଆପଣ ଫୋନକୁ ଅତି କମରେ ୧୫ ମିନିଟ୍ ପାଇଁ ବ୍ୟବହାର କରିବେ। ଏଥିରେ ଆପଣଙ୍କୁ ଫୋନର ପରଫର୍ମାନ୍ସ ବିଷୟରେ ଜଣା ପଡ଼ିଯିବ। ଏଥି ସହିତ ଫୋନ୍ ହ୍ୟାଙ୍ଗ୍ ହେଉଛି କି ନାହିଁ, ତାହା କ୍ଲିଅର ହୋଇଯିବ।

ଅନଲାଇନ୍ ପେମେଣ୍ଟଠୁ ଦୂରେଇ ରୁହନ୍ତୁ

ସେକେଣ୍ଡ ହ୍ୟାଣ୍ଡ ସ୍ମାର୍ଟଫୋନ୍ କିଣିବା ସମୟରେ ଚେଷ୍ଟା କରନ୍ତୁ କି, ଅନଲାଇନ୍ ପେମେଣ୍ଟ ନ କରିବାକୁ। ଆପଣ ଏଥିପାଇଁ କ୍ୟାଶ ପେମେଣ୍ଟ ଉପଯୋଗ କରନ୍ତୁ। ଏଥି ସହିତ ପେମେଣ୍ଟ ସେତେବେଳେ କରନ୍ତୁ, ଯେତେବେଳେ ଫୋନ୍ ଆପଣଙ୍କ ହାତକୁ ଆସିଯିବ। ଯଦି ଆପଣଙ୍କୁ ଅନଲାଇନ ପେମେଣ୍ଟ୍ କରିବାର ଅଛି, ତା’ ହେଲେ ପ୍ରଥମେ ସେହି ବ୍ୟକ୍ତିଙ୍କୁ ଭେଟନ୍ତୁ, ଯାହାଙ୍କଠାରୁ ଫୋନ ନେଉଛନ୍ତି। ଏବେ ଆପଣ ଫୋନରେ ପେମେଣ୍ଟ ଟ୍ରାନ୍ସପର କରନ୍ତୁ।

ବିଲ୍ ନେବାକୁ ଭୁଲନ୍ତୁ ନାହିଁ

ସେକେଣ୍ଡ ହ୍ୟାଣ୍ଡ ଫୋନ୍ କିଣିବା ବେଳେ ଏହାର ବିଲ୍ ନେବାକୁ ଭୁଲନ୍ତୁ ନାହିଁ। ବିଲରେ ଦିଆଯାଇଥିବା IMEI ନମ୍ବରକୁ ଫୋନରେ ଦିଆଯାଇଥିବା IMEI ନମ୍ବର ସହିତ ଯାଞ୍ଚ କରି ନିଅନ୍ତୁ। IMEI ନମ୍ବର ଯାଞ୍ଚ କରିବା ପାଇଁ ଫୋନରୁ *#06# ଡାଏଲ୍ କରନ୍ତୁ। ଏହାପରେ ସ୍କ୍ରିନରେ ନମ୍ବର ଆସିଯିବ।

କ୍ୟାମେରା ଚେକ୍ କରିବା ବି ଜରୁରୀ

ଆଜିକା ସମୟରେ ଫଟୋଗ୍ରାଫି ପାଇଁ ସ୍ମାର୍ଟଫୋନ୍ ବହୁଳ ବ୍ୟବହାର କରାଯାଉଛି। ତେଣୁ ପୁରୁଣା ଫୋନ୍ କିଣିବା ବେଳେ ଗୋଟିଏ ଥର ଏହାର କ୍ୟାମେରା ଯାଞ୍ଚ କରି ନିଅନ୍ତୁ। ଫୋନରୁ ଫଟୋ କ୍ଲିକ୍ କରିବା ସହିତ ଆପଣ ସେଲ୍‌ଫି ମଧ୍ୟ କ୍ଲିକ୍ କରି ଦେଖି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.