କମ୍ପ୍ୟୁଟର ପାସ୍‌ଓ୍ଵାର୍ଡ ଭୁଲିଗଲେ ଆଉ ହେବେନି ହଇରାଣ, ମାତ୍ର ୩୦ ସେକେଣ୍ଡରେ ଏମିତି କରନ୍ତୁ ନୂଆ ପାସ୍‌ଓ୍ଵାର୍ଡ

କମ୍ପ୍ୟୁଟର ସହିତ ଜଡିତ ଅନେକ କିଛି କୌଶଳ ରହିଛି, ଯାହା ବିଷୟରେ ୟୁଜର୍ସ କେବେ ବି ଜାଣିନଥାନ୍ତି। କିନ୍ତୁ ଏହି କୌଶଳ ଅନେକ ସମୟରେ କାମରେ ଆସିଥାଏ। ଏପରି ଏକ ଟ୍ରିକ ହେଉଛି କମ୍ପ୍ୟୁଟର ପାସଓ୍ଵାର୍ଡ ବଦଳାଇବା। ଏଥିରେ ଆପଣଙ୍କୁ କମ୍ପ୍ୟୁଟର ନୂଆ ପାସଓ୍ଵାର୍ଡ କ୍ରିଏଟ୍‌ କଲାବେଳେ ପୁରୁଣା ପାସ୍‌ଓ୍ଵାର୍ଡର କୌଣସି ଆବଶ୍ୟକତା ପଡିନଥାଏ। ଯଦି ଆପଣ କେବେ ନିଜ କମ୍ପ୍ୟୁଟରର ପାସ୍‌ଓ୍ଵାର୍ଡ ଭୁଲିଯାଇଥିବେ, ସେତେବେଳେ ଏପରି ଟ୍ରିକ୍‌ ବ୍ୟବହାର କରି କମ୍ପ୍ୟୁଟରକୁ ଅନ୍‌ କରିପାରିବେ। ଓ୍ଵିଣ୍ଡୋଜରେ ଯେତେବେଳେ ନୂଆ ପାସଓ୍ଵାର୍ଡ ସେଟ୍‌ କରାଯାଏ, ସେତେବେଳେ ପୁରୁଣା ପାସ୍‌ଓ୍ଵାର୍ଡର ଦରକାର ପଡିଥାଏ। ଯଦି ଆପଣ ପୁରୁଣା ପାସ୍‌ଓ୍ଵାର୍ଡ ଭୁଲିଯାଇଥିବେ, ତେବେ ନୂଆ ପାସଓ୍ଵାର୍ଡ ସେଟ୍‌ କରିପାରିବେ ନାହିଁ।

computer

କିନ୍ତୁ ନୂଆ ଟ୍ରିକ୍‌ ଜରିଆରେ ଆପଣ ଭୁଲିଯାଇଥିବା ପାସ୍‌ଓ୍ଵାର୍ଡ ବଦଳରେ ନୂଆ ପାସ୍‌ଓ୍ଵାର୍ଡରେ ଆପଣଙ୍କ କମ୍ପ୍ୟୁଟରକୁ ଅନ୍‌ କରିପାରିବେ। ନୂଆ ପାସ୍‌ଓ୍ଵାର୍ଡ ସେଟ୍‌ କରିବା ପାଇଁ ପ୍ରଥମେ ଆପଣ କମାଣ୍ଡ ପ୍ରମ୍ପଟକୁ ଯାଆନ୍ତୁ। ଏହି କାମ କରିବା ପାଇଁ ମାତ୍ର ୩୦ ସେକେଣ୍ଡ ସମୟ ଲାଗିଥାଏ।

commond

– ଏଥିପାଇଁ ପ୍ରଥମେ ଷ୍ଟାଟ୍‌ ମେନୁ କିମ୍ବା ରନ୍‌ କମାଣ୍ଡ କ୍ଲିକ କରନ୍ତୁ।

– କମାଣ୍ଡ ପ୍ରମ୍ପଟ ଅନ୍‌ ହେବା ପରେ net user ଟାଇପ କରି ଏଣ୍ଟର କ୍ଲିକ କରନ୍ତୁ।

– ଏବେ କମ୍ପ୍ୟୁଟରର ସମସ୍ତ ୟୁଜର୍ସଙ୍କ ନାମ ସ୍କ୍ରିନରେ ଦେଖାଯିବ।

– ଏବେ ଜଣେ ୟୁଜର୍ସ ନାମରେ net user spacebar name spacebar 123123123 ଲେଖିବା ପରେ ଏଣ୍ଟର ଉପରେ କ୍ଲିକ୍‌ କରନ୍ତୁ, ପାସ୍‌ଓ୍ଵାର୍ଡ ବଦଳିଯିବ।

– ଏଠାରେ ୟୁଜର୍ସର ନୂଆ ପାସଓ୍ଵାର୍ଡ 123123123 ହୋଇଯିବ। ଏହାପରେ ନିଜର ପସନ୍ଦଯୋଗ୍ୟ ପାସଓ୍ଵାର୍ଡ ଆପଣ ଚୟନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.