ଯଦି ଭୁଲି ଯାଇଛନ୍ତି ପାର୍ଟନ ଲକ, ତ ଏମିତି ଖୋଲନ୍ତୁ ଫୋନର ପାର୍ଟନ, ଜାଣନ୍ତୁ ସହଜ ଟ୍ରିକ

ଅନେକ ଥର ଏପରି ହୁଏ ଯେ ଲୋକେ ଫୋନକୁ ଲକ କରି ପାସୱାର୍ଡ ବା ପାର୍ଟନ ଲକ ଭୁଲିଯାନ୍ତି। ଯଦି ଆପଣଙ୍କ ସହିତ ବି ଏମିତି ହୋଇଥାଏ, ତା’ହେଲେ ଆଜି ଆମେ ଆପଣଙ୍କୁ କହିବୁ ଆଣ୍ଡ୍ରଏଡ ସ୍ମାର୍ଟଫୋନକୁ ଅନଲକ କରିବାର ସହଜ ଉପାୟ। ଏହି ୫ଟି ଷ୍ଟେପରେ ଆପଣ ଅନଲକ କରିପାରିବେ ନିଜ ଆଣ୍ଡ୍ରଏଡ ସ୍ମାର୍ଟଫୋନ।
ଷ୍ଟେପ ୧.
ଏଥିପାଇଁ ପ୍ରଥମେ ନିଜ ଫୋନକୁ ସ୍ୱିଚ ଅଫ କରିଦିଅନ୍ତୁ।
ଷ୍ଟେପ ୨.
ଏବେ ଆପଣ ଫୋନର ଭଲ୍ୟୁମ ବଟନ ଏବଂ ହୋମ ସ୍କ୍ରିନ ବଟନକୁ ଏକାବେଳେ ପ୍ରେସ କରନ୍ତୁ।
ଷ୍ଟେପ ୩.
ଏହାପରେ ଆପଣଙ୍କୁ ୫ଟି ଅପଶନ୍ସ ଦେଖାଯିବ।
୧) Reboot data
୨) Wipe Data / Factory reset
୩) Install update
୪) Power down
୫) Advanced options
ଏବେ ଆପଣ ୨ ନମ୍ବର ଅପଶନକୁ ସେଲେକ୍ଟ କରନ୍ତୁ।
ଷ୍ଟେପ ୪.
୨ ନମ୍ବର ଅପଶନ ସିଲେକ୍ଟ କରିବା ପରେ OK କରନ୍ତୁ। ଏହି ଷ୍ଟେପ ପରଫର୍ମ କରିବା ପରେ ଆପଣଙ୍କ ସ୍ମାର୍ଟଫୋନ ଡାଟା ଡିଲିଟ ହୋଇଯିବ। ପିକ୍ଚର୍ସ, କଣ୍ଟାକ୍ଟସ, ଫାଇଲସ ସବୁକିଛି। ଏଥିପାଇଁ ଭାବିଚିନ୍ତି ଏହି ଷ୍ଟେପକୁ ପରଫର୍ମ କରନ୍ତୁ।
ଷ୍ଟେପ ୫.
ଷ୍ଟେପ ନମ୍ବର ୪ ପୂରା ହେବାକୁ ଦିଅନ୍ତୁ। ଏଥିରେ କିଛି ମିନିଟ ସମୟ ଲାଗିପାରେ। ଏହାପରେ ଫୋନକୁ ରି-ଷ୍ଟାର୍ଟ କରନ୍ତୁ। ଏବେ ଆପଣଙ୍କ ହାତରେ ଥିବ ଅନଲକ ସ୍ମାର୍ଟଫୋନ।