ଟେକ୍

ଏକରୁ ଅଧିକ Pan Card ଥିଲେ କାର୍ଯ୍ୟାନୁଷ୍ଠାନ ସହ ହେବ ଜେଲ, ଜାଣନ୍ତୁ ଏକାଧିକ ପାନ କାର୍ଡ ଥିଲେ କଣ କରିବେ ଆପଣ ?

ପାନ କାର୍ଡ ହୋଲଡରଙ୍କ ପାଇଁ ବଡ ଖବର। ଆପଣଙ୍କର ଟିକିଏ ବି ଭୁଲ ପାଈଁ ଆପଣଙ୍କୁ ହୋଇପାରେ ଜେଲ। କେବଳ ଏତିକି ନୁହେଁ ଆପଣଙ୍କ ବିରୋଧରେ ହୋଇପାରେ କଡା କାର୍ଯ୍ୟାନୁଷ୍ଠାନ। ସରକାର ଜାରି କଲେ ପାନ କାର୍ଡକୁ ନେଇ ନୂଆ ନିୟମ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଛୋଟ ଭୁଲ ପାଇଁ ଆପଣ ଅସୁବିଧାରେ ପଡିପାରନ୍ତି। ଯଦି ଆପଣଙ୍କ ପାଖରେ ଗୋଟିଏରୁ ଅଧିକ କାର୍ଡ ରହିଛି ତାହେଲେ ସରକାରଙ୍କୁ ଜଣାଇ ଦିଅନ୍ତୁ ଆଉ ଅନ୍ୟ ଏକ କାର୍ଡକୁ ସମର୍ପଣ କରାଇ ଦିଅନ୍ତୁ।

ବର୍ତମାନ ସମୟରେ ଅଲଗା ଅଲଗା କାମ ପାଇଁ ଲୋକମାନେ ଅନେକ ଗୁଡିଏ ପାନକାର୍ଡ ରଖୁଛନ୍ତି। ବେଳେବେଳେ ପୁରୁଣା କାର୍ଡ ଲୋକମାନେ କେଉଁ ଆଡେ ହଜାଇ ଦେଲେ ନୂଆ କାର୍ଡ ପାଇଁ ଆବେଦନ କରନ୍ତି ଲୋକମାନେ। ତେଣୁ ଜଣଙ୍କ ପାଖରେ ଏକାଧିକ ପାନ କାର୍ଡ ରହିଯାଏ। ସରକାରଙ୍କ ନୂଆ ନିୟମ ଅନୁଯାୟୀ ଯଦି ଆପଣଙ୍କର ଦୁଇଟି ପାନ୍ କାର୍ଡ ଅଛି, ତେବେ ଆପଣଙ୍କ ବିରୋଧରେ କଠୋର ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଯଦି କାହାର ଏକରୁ ଅଧିକ ପାନ୍ କାର୍ଡ ଅଛି, ତେବେ ତାଙ୍କୁ ଆୟକର ଅଧିନିୟମ, ୧୯୬୧ ଆଇନ ଅନୁଯାୟୀ ୧୦ ହଜାର ଟଙ୍କା ଜରିମାନା କରାଯାଇପାରେ। ଯଦି ଆପଣଙ୍କର ଭୁଲରେ ଏକରୁ ଅଧିକ ପାନ୍ କାର୍ଡ ଅଛି, ତେବେ ତୁରନ୍ତ ଗୋଟିଏ ପାନ୍ ସମର୍ପଣ କରାଇ ଦିଅନ୍ତୁ।

ଆସନ୍ତୁ ଜାଣିବା କେମିତି କରିବେ ଫେରସ୍ତ

  • ପ୍ରଥମେ NCDL ୱେବସାଇଟ୍ ଉପରେ କ୍ଲିକ କରନ୍ତୁ ପରେ ସଂଶୋଧନ ଫର୍ମ ଚୟନ କରନ୍ତୁ।
  • ବର୍ତ୍ତମାନ ପାନ ସଂଶୋଧନ ଫର୍ମ ଚୟନ କରନ୍ତୁ। ଏହା ପରେ ଆପଣ ଆପଣଙ୍କ ବ୍ୟକ୍ତିଗତ ସୂଚନା ପୂରଣ କରନ୍ତୁ।
  • ପୂରଣ ପରେ ଆପଣଙ୍କୁ ନୂଆ ପୃଷ୍ଠା ଦେଖାଯିବ।
  • ଫର୍ମ ପୂରଣ କରିବା ସମୟରେ ଏକ ଟୋକନ ନମ୍ବର ସୃଷ୍ଟି ହେବ ଏବଂ ଏହା ଆପଣଙ୍କ ସାମ୍ନାରେ ଦେଖାଯିବ।
  • ପଞ୍ଜୀକରଣ ସମୟରେ ଆପଣଙ୍କ ପକ୍ଷରୁ ଦିଆଯାଇଥିବା ଇ-ମେଲ ଆଇଡି କିମ୍ବା ମୋବାଇଲ ନମ୍ବରରେ ଟୋକନ ପଠାଯିବ।
  • ଏହାସହ ନିଜର ବ୍ୟକ୍ତିଗତ ବିବରଣୀ ବାବଦରେ ସମ୍ପୂର୍ଣ୍ଣ ସୂଚନା ଦିଅନ୍ତୁ।
  • ଏହାପରେ ନିଜର ପାନକାର୍ଡ ସମ୍ପର୍କରେ ସୂଚନା ଦିଅନ୍ତୁ ଯାହାକୁ ଆପଣ ସରକାରଙ୍କ ପାଖରେ ଦାଖଲ କରିବାକୁ ଇଚ୍ଛା ରଖିଛନ୍ତି ।
Pritiparna

Recent Posts

ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା ।  ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…

2 mins ago

ଦଙ୍ଗଲ ଅଭିନେତ୍ରୀ ଜାୟରା ଓ୍ଵାସିମଙ୍କ ପିତାଙ୍କ ନିଧନ, ଫ୍ୟାନ୍ସଙ୍କୁ ଏମିତି ଅପିଲ କଲେ ଜାୟରା

ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…

34 mins ago

ସିଏମଓରେ କାର୍ଯ୍ୟରତ ଆଇପିଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…

36 mins ago

ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି, କେକେଆର ଏବଂ ଶାହରୁଖଙ୍କ ମିଳିଲା ଶୁଭେଚ୍ଛା

ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…

1 hour ago

ଲଞ୍ଚ ହେବ Motorola Moto G85, ୟୁଜରଙ୍କୁ ପସନ୍ଦ ଆସିବ କର୍ଭଡ୍‌ ସ୍କ୍ରିନ୍‌ ସରଫେସ୍‌

Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…

1 hour ago

ଭୁବନେଶ୍ବରରୁ ସିଧା ମାଲେସିଆ, ସପ୍ତାହରେ ଚାରି ଦିନ ଉଡ଼ିବ ବିମାନ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…

1 hour ago