ଆପଣଙ୍କ ସ୍ମାର୍ଟ ଫୋନର ଇଣ୍ଟେର୍ନେଟ ସ୍ଲୋ ହେଉଛି କି, ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ : ଏବେ ପ୍ରାୟ ସମସ୍ତଙ୍କ ହାତରେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ | ଲୋକେ ଏଥିରେ ଇଣ୍ଟରନେଟ୍କୁ ଖୁବ୍ ୟୁଜ୍ କରୁଛନ୍ତି | ହେଲେ ଅନେକ ସମୟରେ ସ୍ମାର୍ଟଫୋନ୍ରେ ଇଣ୍ଟରନେଟ୍ ସ୍ପିଡ୍ କମି ଯାଉଥିବାର ଅଭିଯୋଗ ହୁଏ | ଏଥିପାଇଁ ଆପଣଙ୍କର ଇଣ୍ଟରନେଟ୍ ଅପରେଟର ଦାୟୀ ହୋଇପାରେ | ହେଲେ ଆଉ କିଛି କାରଣ ମଧ୍ୟ ରହିଛି, ଯାହାକି ଇଣ୍ଟରନେଟ୍ ସ୍ପିଡ୍କୁ ହ୍ରାସ କରିଥାଏ | ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ | ଏହାକୁ ବ୍ୟବହାର କରି ଇଣ୍ଟରନେଟ୍ ସ୍ପିଡ୍ ବଢ଼ାଇ ପାରିବେ |
କ୍ଲିୟର କରନ୍ତୁ Cache :
Cacheର କାରଣରୁ ଫୋନ୍ର ମେମୋରୀ ବଢ଼ିଥାଏ, ଫଳରେ ଇଣ୍ଟରନେଟ୍ ସ୍ପିଡ୍ ସ୍ଲୋ ହୋଇ ଯାଇଥାଏ | ଇଣ୍ଟରନେଟ୍ କନେକ୍ସନକୁ ସ୍ପିଡ୍ ଅପ୍ କରିବା ପାଇଁ ଆପଣଙ୍କୁ ନିଜର ଆଣ୍ଡ୍ରଏଡ୍ ଫୋନ୍ର Cache ମେମୋରୀକୁ କ୍ଲିୟର କରିଦେବା ଉଚିତ | ଏହାକୁ କରିବା ବହୁତ ସହଜ |
ଅଯଥା ଆପ୍କୁ ହଟାଇ ଦିଅନ୍ତୁ :
କିଛି ଏମିତି ବି ଆପ୍ସ ଥାଏ ଯାହା ବ୍ୟାକ୍ଗ୍ରାଉଣ୍ଡରେ ଚାଲିଥାଏ ଏବଂ ଇଣ୍ଟରନେଟ୍ର ଉପଯୋଗ କରିଥାନ୍ତି | ଏହି ଅଦରକାରୀ ଆପ୍ସକୁ ଡିଲିଟ୍ କରି ଆପଣ ନିଜର ଫୋନ୍ ମେମୋରୀ ଓ ଇଣ୍ଟରନେଟ୍ ସ୍ପିଡ୍ ବଢ଼ାଇ ପାରିବେ | ଆପଣ ଏମିତି ଅନେକ ଆପ୍ସକୁ ସିଧା ବ୍ରାଉଜରରୁ ଡିଲିଟ୍ କରିପାରିବେ |
ଆଡ୍ ବ୍ଲକରର ବ୍ୟବହାର କରନ୍ତୁ :
ପପ୍-ଅପ୍ ଆଡ୍ସକୁ ହଟାଇବା ପାଇଁ ଆଡ୍ ବ୍ଲକରର ବ୍ୟବହାର କରା ଯାଇଥାଏ | କୌଣସି ସାଇଟ୍ରେ ପପ୍-ଅପ୍ ଆଡ୍ସ ହେବା ଯୋଗୁଁ ସେହି ସାଇଟ୍ ସ୍ଲୋ ହୋଇଯାଏ | ପପ୍-ଅପ୍ରେ ଅନେକ ଭିଡ଼ିଓ ବା ଇମେଜ୍ ମଧ୍ୟ ଥାଏ | ଆପଣ ବି ଆଡ୍ ବ୍ଲକର ଆପ୍ସର ବ୍ୟବହାର କରି ଏହାକୁ ବ୍ଲକ କରି ପାରିବେ |
ନେଟ୍ୱର୍କ ଟାଇପ୍ :
ନେଟୱର୍କର ସଠିକ୍ ସିଲେକ୍ସନ ନହେବା କାରଣରୁ ଇଣ୍ଟରନେଟ୍ ସ୍ପିଡ୍ କମ୍ ହୋଇପାରେ | ନିଜର ମୋବାଇଲ ନେଟୱର୍କକୁ ୪ଜି ରେ ସେଟ୍ କରି ରଖନ୍ତୁ | ଯାହାଦ୍ୱାରା ଆପଣଙ୍କୁ ଭଲ ଇଣ୍ଟରନେଟ୍ ସ୍ପିଡ୍ ମିଳିପାରିବ |