ଆପଣଙ୍କ ଫୋନରେ ପାଣି ପଶିଗଲେ ଏହି ଭୁଲ କରନ୍ତୁ ନାହିଁ, ନଚେତ୍ ଫୋନ ସମ୍ପୂର୍ଣ୍ଣ ଖରାପ ହୋଇଯିବ
ଫୋନ ଦ୍ୱାରା ଆଜି କାଲି କିଛି ବି କାମ ଅସମ୍ଭବ ନୁହେଁ। ଆଜି କାଲିର ଡିିଜିଟାଲ ଯୁଗରେ ସମସ୍ତେ ଫୋନ ମାଧ୍ୟମରେ ସବୁ କାମ ଘରେ ବସି କରିପାରୁଛନ୍ତି। କିନ୍ତୁ ଏହି ଫୋନ ଯେତେବେଳେ ଅକାମି ହୋଇଯାଏ ସେତେବେଳେ ମୁଣ୍ଡକୁ ବଡ଼ ଟେନସନ ମାଡ଼ିବସେ। ଲାଗେ ଯେମିତି ଆମେ ନିଜେ ଅକାମୀ ହୋଇଯାଉଛୁ।
ଫୋନ ବିନା ଦିନ ବିତିବା ଅସମ୍ଭବ । କାମ କରିବା ଅସମ୍ଭବ। ଥରେ ଭାବନ୍ତୁ ତ ଯଦି ଏହି ଫୋନ କେବେ ପାଣିରେ ପଡ଼ିଯାଏ। ତେବେ କଣ ହେବ। ପାଣି ସଂସ୍ପର୍ଶରେ ଆସିବା ପରେ ଫୋନ ଖରାପ ହୋଇଯିବାର ଅନେକ ସମ୍ଭାବନା ରହିଥାଏ । ଏଥିପାଇଁ ଅନେକ ଅସୁବିଧା ହୁଏ।
ଫୋନର ଅନେକ ପାର୍ଟସ ଡ୍ୟାମେଜ ହୋଇଥାଏ। ଏହି କଥାକୁ ଧ୍ୟାନରେ ରଖିବା ଆବଶ୍ୟକ ଯଦି ଆପଣଙ୍କ ଫୋନ Splash proof କୋଟିଙ୍ଗ ତେବେ ଏହାର ଅର୍ଥ ନୁହେଁ ଆପଣଙ୍କ ଫୋନ ପାଣିର ପୂର୍ଣ୍ଣମାତ୍ରାରେ ନିରାପଦ। ତେଣୁ ଫୋନରେ ପାଣି ପାଶିବା ବେଳେ ଭୁଲରେ ବି ଏହି ସବୁ କାମ କରିବେ ନାହିଁ:-
- ଯଦି ଆପଣଙ୍କ ଫୋନରେ ପାଣି ପଶିଛି ତେବେ ତାକୁ ଶୁଖାଇବା ପାଇଁ ଭୁଲରେ ହେୟାର ଡ୍ରାୟରର ଗରମ ପବନକୁ ବ୍ୟବହାର କରନ୍ତୁ ନାହିଁ।
- ଫୋନର ବ୍ୟାଟେରୀକୁ ଚାର୍ଜରେ ଲଗାନ୍ତୁ ନାହିଁ।
- ସ୍ମାର୍ଟ ଫୋନର ହେଡ ଫୋନ ଜ୍ୟାକରେ କେବେ ବି ଇୟର ଫୋନ କନେକ୍ଟ କରନ୍ତୁ ନାହିଁ।
- ସିମକୁ ବାହାର କରିବା ପାଇଁ ସିମ୍ କାର୍ଡ ସ୍ଲଟକୁ ଖୋଲନ୍ତୁ ନାହିଁ । ଏହା ଦ୍ୱାରା ପାଣି ଫୋନ ଭିତରକୁ ଚାଲିଯିବାର ସମ୍ଭାବନା ରହିଥାଏ।
- ଫୋନରେ ପାଣି ପଶିଯିବା ପରେ ଏହାକୁ ତୁରନ୍ତ ସ୍ବିଚ୍ ଅଫ କରିଦିଅନ୍ତୁ।
- ଫୋନକୁ ଡିସ ଆସେମ୍ବଲ୍ ଓ ବ୍ୟାଟେରୀ କାଢିବାକୁ ଚେଷ୍ଟା କରନ୍ତୁ ନାହିଁ।ଫୋନର ରିପ୍ୟାରିଂ ପାଇଁ ଯେତେବେଳେ ଆପଣ ସର୍ଭିସ ସେଣ୍ଟର ଯାଉଛନ୍ତି ସେତେବେଳେ ଫୋନର କୌଣସି ବି ସମସ୍ୟା ଟେକ୍ନିସିଆନଙ୍କୁ ଲୁଚାନ୍ତୁ ନାହିଁ।
- ଆପଣଙ୍କ ଫୋନରେ ଅଧିକ ପାଣି ନଯିବାକୁ ଚାହୁଁଥିଲେ ବାରମ୍ବାର ଭଲ୍ୟୁମ ଓ ପାୱାର ବଟନକୁ ଦବାନ୍ତୁ ନାହିଁ।
- ପାଣିରେ ଭିଜିଥିବା ସ୍ମାର୍ଟ ଫୋନକୁ ପବନରେ ରଖନ୍ତୁ ନାହିଁ ଓ ପାଣି ବାହାର କରିବାକୁ ଚେଷ୍ଟା କରନ୍ତୁ ନାହିଁ। କାହିଁକିନା ଏହା କରିବା ଦ୍ବାରା ମଇଶ୍ଚର ବଢିଯାଇଥାଏ।