ମୋବାଇଲ ଫୋନ ଚୋରି ହୋଇଗଲେ ଏମିତି କରନ୍ତୁ ନିଜ ଡାଟା ଡିଲେଟ, ଜାଣନ୍ତୁ ସହଜ ଷ୍ଟେପ

ଫୋନ ଚୋରି ହେବା ପରେ ଆମକୁ ସବୁଠାରୁ ଅଧିକ ଭୟ ଯାହା ରହିଥାଏ, ତାହା ହେଉଛି ଫୋନ ଭିତରର ଡାଟା। ଫୋନରେ ଯେଉଁ ଡାଟା ସବୁ ରହିଥାଏ, ତାହା ଲିକ୍ ହୋଇଯିବାର ଆଶଙ୍କା ବଢ଼ିଯାଇଥାଏ। କିନ୍ତୁ ଆମେ ଆପଣଙ୍କୁ ଏମିତି ଟ୍ରିକ୍ ବିଷୟରେ କହିବୁ, ଯଦ୍ଦ୍ଵାରା ଫୋନ ଚୋରି ହେବା ସତ୍ତ୍ୱେ ଏହାର ଡାଟା ଆପଣ ଡିଲେଟ୍ କରିପାରିବେ।
ଆସନ୍ତୁ ଜାଣିବା:-
୧. ପ୍ରଥମେ ଆପଣ କୌଣସି କମ୍ପ୍ୟୁଟର କିମ୍ବା କୌଣସି ଫୋନ୍ରେ ଇଣ୍ଟରନେଟ୍ ବ୍ରାଉଜର ଓପନ କରନ୍ତୁ।
୨. ଏଠାରେ ଆପଣଙ୍କୁ https://www.google.com/android/find ଟାଇପ୍ କରିବାକୁ ହେବ।
୩. ଏବେ ଆପଣଙ୍କୁ ଆପଣଙ୍କର ସେହି ଜିମେଲ୍ ଆଇଡିରୁ ଲଗ୍ଇନ କରିବାକୁ ହେବ, ଯାହା ସ୍ମାର୍ଟଫୋନରେ ଅଛି।
୪. ଆପଣଙ୍କ ସାମ୍ନାରେ ପ୍ଲେ ସାଉଣ୍ଡ, ସିକ୍ୟୋର୍ ଡିଭାଇସ୍ ଏବଂ ଇରେଜ୍ ଡିଭାଇସ୍, ଏହି ୩ଟି ଅପ୍ଶନ ନଜର ଆସିବ।

୫. ଫୋନର ଡାଟା ଡିଲିଟ୍ କରିବା ପାଇଁ ଆପଣଙ୍କୁ ଇରେଜ୍ ଡିଭାଇସ୍ ଉପରେ କ୍ଲିକ୍ କରିବାକୁ ହେବ।
୬. ପୁଣିଥରେ କ୍ଲିକ୍ କରିବାରେ ଆପଣଙ୍କୁ ଜିମେଲ୍ ପାସ୍ଓ୍ଵାର୍ଡ ଦେବାକୁ ହେବ।
୭. ଏବେ ଯେତେବେଳେ ଆପଣଙ୍କ ଫୋନ୍ରେ ଇଣ୍ଟରନେଟ୍ ଅନ୍ ହେବ ସେତେବେଳେ ଆପଣଙ୍କ ପୂରା ଡାଟାକୁ ଡିଲେଟ୍ କରିପାରିବେ।