ଆଉ ରହିବନି ଇନ୍ଧନ ସମସ୍ୟା, ଫସଲର ଅବଶେଷରୁ ଡିଜେଲ ପ୍ରସ୍ତୁତ କଲେ ଆଇଆଇଟି ଛାତ୍ର

ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (IIT) ଦିଲ୍ଲୀର ରିନ୍ୟୁ ପାଓ୍ଵାର ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଫର ଏନର୍ଜି ଆଣ୍ଡ ଏନଭରମେଣ୍ଟ ତରଫରୁ ‘Sustainability Leadership Dialogue and Award’ ନାମକ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ, ପରିବେଶ, ଉର୍ଜା ଉପରେ ଆଲୋଚନା କରାଯାଇଛି। ଏଥିସହ ଦିଲ୍ଲୀ ଆଇଆଇଟିର ତିନି ଜଣ ଛାତ୍ର ଶ୍ଳାକା ଗୁପ୍ତା, ଆଲି ପନ୍ତ ଓ ସମର୍ଥବୀର ସିଦାନାଙ୍କୁ ତାଙ୍କ ଅଭିନବ ରିସର୍ଚ୍ଚ ପ୍ରୋଜେକ୍ଟ ପାଇଁ ସମ୍ମାନିତ କରାଯାଇଛି। ଏ ଅବସରରେ ସେମାନଙ୍କୁ ୨୫ ହଜାର ଟଙ୍କାର ଚେକ୍‌ ଦିଆଯାଇଛି। କାର୍ଯ୍ୟକ୍ରମରେ ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ପ୍ରଫେସର ବି ରାମଗୋପାଳ ରାଓ, ରିନ୍ୟୁ ପାଓ୍ଵାରର ଏମ୍‌ଡି ଓ ଚେୟାରମ୍ୟାନ୍‌ ସୁମନ୍ତ ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ।

energy

ସୂଚନାଯୋଗ୍ୟ ଯେ ଆଇଆଇଟି ଦିଲ୍ଲୀ ଓ ରିନ୍ୟୁ ପାଓ୍ଵାର ମଧ୍ୟରେ ଭାଗୀଦାରୀ ହୋଇଛି। ଦିଲ୍ଲୀ ଆଇଆଇଟିର ୧୯୮୭ ବର୍ଷର ଛାତ୍ର ସୁମନ୍ତ ସିହ୍ନା ରିନ୍ୟୁ ପାଓ୍ଵାର କମ୍ପାନୀ ସ୍ଥାପନ କରିଛନ୍ତି।

ଫସଲର ଅବଶେଷରୁ ତିଆରି ହେଉଛି ଡିଜେଲ:

 IIT student Shlaka

ଦିଲ୍ଲୀ ଆଇଆଇଟିର ୨୦୧୯ ମସିହାର କେମିକାଲ ଇଞ୍ଜିନିୟରିଂରେ ପିଏଚ୍‌ଡି କରିଥିବା ଛାତ୍ରୀ ଶ୍ଲାକା ଗୁପ୍ତା ଫସଲର ଅବଶେଷ ବ୍ୟବହାର କରି ଡିଜେଲ ତିଆରି କରିବାରେ ସଫଳ ହୋଇଛନ୍ତି। ଏହି ପ୍ରୋଜେକ୍ଟ ପାଇଁ ତାଙ୍କୁ ବୁଧବାର ସମ୍ମାନିତ କରାଯାଇଛି। ଏହି ରିସର୍ଚ୍ଚ ପ୍ରୋଜେକ୍ଟ ପାଇଁ ୨୦୧୮ ମସିହାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଓ ତାଙ୍କ ଟିମ୍‌ର ତୌହିନ ସୁବରା ଖଶନ୍‌ ଓ ମହମ୍ମଦ ଇମ୍‌ତିଆଜ ଆଲମ୍‌ଙ୍କୁ ଗାନ୍ଧିଆନ୍‌ ୟଙ୍ଗ୍‌ ଟେକ୍ନୋଲୋଜିକାଲ ଇନୋଭେସନ୍‌ ଆଓ୍ଵାର୍ଡରେ ସମ୍ମାନିତ କରିଥିଲେ।

କୋଇଲାକୁ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଚାଲିଛି ରିସର୍ଚ୍ଚ:

coal

ଆଇଆଇଟି ଦିଲ୍ଲୀର ସିଭିଲ୍‌ ଇଞ୍ଜିନିୟରିଂର ପିଏଚ୍‌ଡି ଛାତ୍ର ଆଲୀ ପନ୍ତ କୋଇଲା ଗୁଣ୍ଡକୁ ମାଟି ସ୍ଥାନରେ ବ୍ୟବହାର କରିବା ଉପରେ ରିସର୍ଚ୍ଚ ଚଳାଇଛନ୍ତି। ଆଲୀ ପନ୍ତଙ୍କ କହିବାନୁସାରେ ଫ୍ଲାଏଓଭର ଓ ବଡ଼ ବଡ଼ କୋଠା ନିର୍ମାଣରେ ବହୁ ମାତ୍ରାରେ ମାଟି ବ୍ୟବହାର କରାଯାଉଛି। ବର୍ତ୍ତମାନ ମାଟି ଏକ ମୂଲ୍ୟବାନ ସମ୍ବଳ ହୋଇଥିବାରୁ ଏହାର ସୁରକ୍ଷା ତଥା ରକ୍ଷଣାବେକ୍ଷଣର ଆବଶ୍ୟକତା ରହିଛି। ଏଣୁ ଘର କାମରେ ମାଟି ବଦଳରେ କୋଇଲା ଗୁଣ୍ଡ ବ୍ୟବହାର କରିବା ଉପରେ ରିସର୍ଚ୍ଚକର୍ତ୍ତା ଧ୍ୟାନ ଦେଇଛନ୍ତି। ଏନେଇ ସେ ଖୋଲା ପଡ଼ିଆରେ ରିସର୍ଚ୍ଚ କରିବେ ବୋଲି ସୂଚନା ଦେଇଛନ୍ତି।