Ration Cardରେ ଫଟାଫଟ୍ ଅପଡେଟ କରନ୍ତୁ ଏହି ଜିନିଷ : ନଚେତ୍ ମିଳିବନି ଚାଉଳ !

ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା ବନାଇଛନ୍ତି ସରକାର। ବହୁତ ଗୁଡିଏ ଯୋଜନା ଗରିବଙ୍କ ହିତରେ କାର୍ଯ୍ୟକାରୀ ହେଉଛି। ଗରିବ ଲୋକଙ୍କୁ କମ୍ ମୂଲ୍ୟରେ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ସହିତ କମ୍ ମୂଲ୍ୟ ବା ମାଗଣାରେ ରାସନ ବି ଯୋଗାଉଛନ୍ତି ସରକାର । ସେଥିରେ ରାସନ କାର୍ଡ ମଧ୍ୟ ସାମିଲ ରହିଛି । ରାସନ କାର୍ଡ ଯୋଗୁଁ ଗରିବ ଲୋକମାନେ କମ୍ ମୂଲ୍ୟରେ ବା ମାଗଣାରେ ପରିବାର ସଦସ୍ୟଙ୍କ ଅନୁସାରେ ରାସନ ନେଇପାରୁଛନ୍ତି । କିନ୍ତୁ ତୁରନ୍ତ ରାସନ କାର୍ଡରେ ଗୋଟିଏ ଜିନିଷ ଅପଡେଟ୍ କରିବା ମଧ୍ୟ ଆବଶ୍ୟକ, ନଚେତ୍ ରାସନ କାର୍ଡ ଧାରକଙ୍କୁ ରାସନ ନେବାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ମଧ୍ୟ ପଡିପାରେ ।

ଆପଣଙ୍କୁ ରାସନ୍ କାର୍ଡରେ ମୋବାଇଲ୍ ନମ୍ବର ଅପଡେଟ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ରାସନ୍ କାର୍ଡରେ ଭୁଲ୍ ନମ୍ବର ଅପଡେଟ୍ ହୋଇଛି କିମ୍ବା ପୁରୁଣା ନମ୍ବର ଅପଡେଟ୍ ହୋଇଛି, ତେବେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଏଥିସହ, ରାସନ କାର୍ଡ ସହିତ ଜଡିତ ଅନ୍ୟ ଅପଡେଟଗୁଡ଼ିକ ମଧ୍ୟ ଉପଲବ୍ଧ ହେବ ନାହିଁ । ତେଣୁ ରାସନ କାର୍ଡରେ ଥିବା ମୋବାଇଲ୍ ନମ୍ବରକୁ ଅପଡେଟ୍ କରିବା ବହୁତ ଆବଶ୍ୟକ, ଯେଉଁ ନମ୍ବରକୁ ଆପଣ ବ୍ୟବହାର କରୁଥିବେ।

ପ୍ରତ୍ୟେକ ରାଜ୍ୟ ପାଇଁ ଏକ ଅଲଗା ରାସନ କାର୍ଡ ଜାରି ହୋଇଥାଏ । ଏଭଳି ପରିସ୍ଥିତିରେ ମୋବାଇଲ୍ ନମ୍ବରକୁ ରାସନ କାର୍ଡରେ ରାଜ୍ୟ ଅନୁଯାୟୀ ଅପଡେଟ୍ କରାଯାଇପାରିବ । ଏହାର ପ୍ରକ୍ରିୟା ଅନଲାଇନ ଜରିଆରେ ବି ଆପଣ କରିପାରିବେ।

ଏହାଛଡା ଆପଣ ଘରେ ବସି ରାସନ କାର୍ଡରେ ଆପଣଙ୍କ ନାମ ଅଛି କି ନାହିଁ ବି ଯାଞ୍ଚ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ NFSAର ୱେବସାଇଟକୁ ଯିବାକୁ ପଡିବ। ରାସନ କାର୍ଡ ତାଲିକାରେ ଆପଣଙ୍କ ନାମ କଟିଯାଇଛି କି ନାହିଁ, ତାହା ଜାଣିବା ପାଇଁ

-ଆପଣଙ୍କୁ ଏହାର ଅଫିସିଆଲ୍ ୱେବସାଇଟ୍ https://nfsa.gov.in/Default.aspx କୁ ଯିବାକୁ ହେବ।
-ଏହାପରେ ଆପଣ ରାସନ କାର୍ଡର ବିକଳ୍ପ ଚୟନ କରିବେ।
-ବର୍ତ୍ତମାନ ଆପଣଙ୍କୁ Ration Card Details On State Portals ବିକଳ୍ପ ଉପରେ କ୍ଲିକ୍ କରିବାକୁ ହେବ।
-ଯାହା ପରେ ଆପଣଙ୍କୁ ଏଥିରୁ ନିଜ ରାଜ୍ୟ ଏବଂ ଜିଲ୍ଲା ବାଛିବାକୁ ପଡିବ।
-ଜିଲ୍ଲା ପରେ ଆପଣଙ୍କୁ ନିଜ ବ୍ଲକର ନାମ ଦେବାକୁ ହେବ, ପୁଣି ପଞ୍ଚାୟତର ନାମ ବାଛିବାକୁ ପଡ଼ିବ।
-ଏବେ ଆପଣ ଏଠାରେ ନିଜ ରାସନ ଦୋକାନର ଦୋକାନୀଙ୍କ ନାମ ଏବଂ ରାସନ କାର୍ଡର ପ୍ରକାର ଚୟନ କରିବେ।
-ଏହାପରେ ଆପଣଙ୍କ ସାମ୍ନାରେ ନାମର ଏକ ତାଲିକା ଆସିବ, ଯାହା ରାସନ କାର୍ଡଧାରୀମାନଙ୍କର ହୋଇଥାଏ। ଆପଣ ଏହି ତାଲିକାରେ ନିଜ ନାମ ଦେଖି ପାରିବେ।
-ଯଦି ଏହି ତାଲିକାରେ ଆପଣଙ୍କ ନାମ ଅଛି, ତା’ ହେଲେ ଆପଣଙ୍କ ନାମ କଟି ନାହିଁ। ଆପଣ ଏହି ତାଲିକାକୁ ଡାଉନଲୋଡ୍ ମଧ୍ୟ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.