Gmail ରୁ ଗାୟବ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ମେସେଜ ତାହେଲେ ବିନା ଇଣ୍ଟରନେଟରେ ବି କରିପାରିବେ ରିଷ୍ଟୋର, ଜାଣନ୍ତୁ କେମିତି

ଗୁଗଲର Gmail ଏକ ଏମିତି ପ୍ଲାଟଫର୍ମ, ଯାହାକୁ ଲକ୍ଷାଧିକ ଲୋକ କମ୍ୟୁନିକେସନ ପାଇଁ ବ୍ୟବହାର କରୁଛନ୍ତି। ଜରୁରୀ ଦସ୍ତାବିଜ୍‌ ଠାରୁ ନେଇ ମହତ୍ତ୍ୱପୂଣ୍ଣ ସୂଚନା ପର୍ଯ୍ୟନ୍ତ ସବୁକିଛି ସେୟାର କରାଯାଏ ଏଥିରେ। ଏହି ସମସ୍ତ ଡାଟା ଆପଣଙ୍କ ଗୁଗଲ କ୍ଲାଉଡରେ ସେଭ୍‌ ହୋଇଥାଏ। କିନ୍ତୁ ଏହାକୁ ବ୍ୟାକଅପ୍‌ ପାଇଁ ଇଣ୍ଟରନେଟର ଆବଶ୍ୟକତା ରହିଥାଏ। କିନ୍ତୁ ଆପଣ ବିନା ଇଣ୍ଟରନେଟରେ ବି ଜିମେଲ ବ୍ୟାକଅପ୍‌ କରିପାରିବେ। ଆପଣଙ୍କୁ ଆଜି ଏ ଭିଡିଓରେ ଜଣାଇବୁ ଆପଣ କେମିତି ବିନା ଇଣ୍ଟରନେଟରେ ମଧ୍ୟ ଜରୁରୀ ମେଲର ବ୍ୟାକଅପ୍‌ କରିପାରିବେ।

ଗୁଗଲ ଅନେକ ଅଫର୍ସ ଦେଇଥାଏ, ଯାହାଦ୍ୱାରା ଡିଲିଟ୍‌ ହୋଇଥିବା ମେସେଜକୁ ବ୍ୟାକଅପ୍‌ କରିପାରିବେ। ତେଣୁ ଆପଣ ବି ଯଦି ଗୁଗଲର ହେଲ୍ପ ନେଇ ଜରୁରୀ ମେସେଜକୁ ରିଷ୍ଟୋର କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ବିନା ଇଣ୍ଟରନେଟରେ ମଧ୍ୟ ଆକ୍ସେସ କରିପାରିବେ। ଆସନ୍ତୁ ଜାଣିବା କେମିତି ଏହାକୁ କରିପାରିବେ ଏବଂ କଣ ଏହାର ବ୍ୟାକଅପ୍‌ ପ୍ରୋସେସ୍‌।

ଏପରି କରନ୍ତୁ ବ୍ୟାକଅପ୍‌

  • ସର୍ବପ୍ରଥମେ Google Chrome ବ୍ରାଉଜରର ବ୍ୟବହାର କରି ଜିମେଲ ଆକାଉଣ୍ଟରେ ଲଗଇନ୍‌ କରନ୍ତୁ।
  • ଏବେ ଟପ ର ଡାହାଣ ଏବଂ ଦିଆଯାଇଥିବା ସେଟିଙ୍ଗ ଫର ଅଲ୍‌ ଅପ୍ସନ ଉପରେ କ୍ଲିକ କରନ୍ତୁ।
  • ଏବେ ହରାଇଜଣ୍ଟାଲ ମେନ୍ୟୁ ବାର ଟପରେ ଅଫଲାଇନ ବଟନ୍‌ ଉପରେ କ୍ଲିକ କରନ୍ତୁ।
  • ଏହାପରେ ଏନାବଲ ଅଫଲାଇନ ମେଲକୁ ସିଲେକ୍ଟ କରନ୍ତୁ।
  • ନିଜର ଟାଇମଲାଇନ୍‌ ପାଇଁ ଅଫଲାଇନ ମେସେଜ ଏବଂ ନିଜ ପ୍ରିଫରେନ୍ସକୁ ସିଲେକ୍ଟ କରନ୍ତୁ।
  • ଏବେ ସେଭ ଏବଂ ଚେଞ୍ଜ ବଟନ୍‌ ଉପରେ ଟ୍ୟାବ୍‌ କରନ୍ତୁ।

ଏହି ପ୍ରୋସେସ୍‌ ପରେ ଆପଣ ଯେତେବେଳେ ବି ଅଫଲାଇନ୍‌ ରହିବେ ସେତେବେଳେ ଆପଣ ସିଲେକ୍ଟ କରିଥିବା ମେସେଜ କ୍ରୋମରେ mail.google.comକୁ ଯାଇ ଦେଖିପାରିବେ। ଏହାକୁ ଆପଣ ଚାହିଁବେ ତ ଜିମେଲ ମେସେଜକୁ ଡାଉନଲୋଡ ଏବଂ ଆର୍ଚିଭରେ ସେଭ କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି ସେଭ କରିବେ ମେସେଜ।

  • ସର୍ବପ୍ରଥମେ ମାଇଁ ଆକାଉଣ୍ଟକୁ ଗୁଗଲରେ ଖୋଲନ୍ତୁ।
  • ଏହାପରେ ମ୍ୟାନେଜ ଡାଟା ଏବଂ ପର୍ସନଲାଇଜ ଅପ୍ସନ ଉପରେ କ୍ଲିକ କରନ୍ତୁ।
  • ଏହାପରେ ଡାଟା ସେକ୍ସନକୁ ଯାଇ ଡାଉନଲୋଡ ଅପ୍ସନକୁ ଯାଆନ୍ତୁ।
  • ଏବେ ସେହି ମେସେଜକୁ ସିଲେକ୍ଟ କରନ୍ତୁ ଯାହାକୁ ଆପଣ ଆର୍ଚାଇଭ କରିବାକୁ ଚାହୁଁଛନ୍ତି । ଯଦି ଆପଣ ଡାଉନଳୋଡ କରିବାକୁ ଚାହୁଁଛନ୍ତି ତାହେଲେ ମେସେକୁ ଚେକ ବକ୍ସରେ କ୍ଲିକ କରନ୍ତୁ।
  • ଏହାପରେ ଆପଣ ନିଜ ଡାଟାକୁ ସେଭ ଏବଂ ଡାଉନଲୋଡ୍‌ କରିପାରିବେ।
Leave A Reply

Your email address will not be published.