ଏୟାରଟେଲର ଏହି ପ୍ଲାନରେ ୩୦ ଦିନ ଯାଏଁ ଆକ୍ଟିଭ୍‌ ରହିବ ସିମ୍‌, ୨୧୯ ଟଙ୍କାର ଶସ୍ତା ପ୍ଲାନ୍‌

ବର୍ତ୍ତମାନ ଦେଶର ପ୍ରାଇଭେଟ୍‌ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ପ୍ଲାନର ଦାମ୍‌ ବୃଦ୍ଧି କରିଛନ୍ତି । କିନ୍ତୁ ଏୟାରଟେଲ ଦେଶରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ପ୍ରକାରର ପ୍ଲାନ୍‌ ଆରମ୍ଭ କରିଚାଲିଛି । ସୂଚନା ଥାଉ କି ଯଦି ଆପଣ ନିଜ ସିମକୁ ରିଚାର୍ଜ କରୁନାହାନ୍ତି ତେବେ ଆପଣଙ୍କର ସିମ୍ ସୁଇଚ୍ ଅଫ୍ ହୋଇପାରେ । ଆପଣଙ୍କ ପାଖକୁ ଆସୁଥିବା କଲ୍ ମଧ୍ୟ ବନ୍ଦ ହୋଇପାରେ ।

ଟେଲିକମ୍ କମ୍ପାନୀଗୁଡିକ ୨୮ ଦିନ ପାଇଁ ପ୍ଲାନ ଦେଉଥିବାରୁ ଅନେକ ଲୋକ ଅଭିଯୋଗ କରିଛନ୍ତି । ତେଣୁ ଏୟାରଟେଲର ତିନୋଟି ପ୍ଲାନ୍‌ ଆଣିଛି ଯେଉଁଥିରେ ୩୦ ଦିନର ଭାଲିଡିଟି ରହିଛି । ଏହି ପ୍ଲାନଗୁଡିକର ସାହାଯ୍ୟରେ ଆପଣଙ୍କର ସିମ୍ ମଧ୍ୟ ଆକ୍ଟିଭ୍‌ ରହିବ ।

୨୧୯ ଟଙ୍କାର ଶସ୍ତା ପ୍ଲାନ୍‌ :
ଏୟାରଟେଲର ସବୁଠାରୁ ଶସ୍ତା ପ୍ଲାନ୍‌ ଯାହା ୩୦ ଦିନର ଭାଲିଡିଟି ସହିତ ଆସୁଛି ତାହା ପୁଣି ମାତ୍ର ୨୧୯ ଟଙ୍କା । ଏହି ପ୍ଲାନରେ ୟୁଜରମାନେ ଡାଟା ଏବଂ କଲିଂ ସହିତ ଅନ୍ୟାନ୍ୟ ସୁବିଧା ପାଇବେ । ୨୧୯ ଟଙ୍କା ପ୍ଲାନରେ ଲୋକମାନେ ୩ GB ଡାଟା, ଅନଲିମିଟେଡ୍‌ ଭଏସ୍ କଲିଂ ସହିତ ୩୦୦ SMS ମାଗଣାରେ ପାଇବେ । ଏହା ବ୍ୟତୀତ ଏହି ପ୍ଲାନରେ ୫ ଟଙ୍କାର ଟକ୍ ଟାଇମ୍ ମଧ୍ୟ ଉପଲବ୍ଧ ।

୩୫୫ ଟଙ୍କାର ଦ୍ୱିତୀୟ ପ୍ଲାନ୍‌ :

ଏୟାରଟେଲର ଦ୍ୱିତୀୟ ପ୍ଲାନ୍‌ ୩୫୫ ଟଙ୍କା ରହିଛି । ଏହି ପ୍ଲାନରେ ଲୋକମାନେ ୩୦ ଦିନର ଭାଲିଡିଟି ପାଇବେ । ଏହି ପ୍ଲାନରେ ଏୟାରଟେଲ ଲୋକଙ୍କୁ ପ୍ରାୟ ୨୫ ଜିବି ଡାଟା, ଅନଲିମିଟେଡ୍‌ ଭଏସ୍ କଲିଂ ସହିତ ପ୍ରତିଦିନ ୧୦୦ SMS ଦେଉଛି । ଏହା ସହିତ ଏହି ପ୍ଲାନରେ ୟୁଜରମାନେ ଆପୋଲୋ 24/7 ସର୍କଲ୍, ୱିଙ୍କ୍ ମ୍ୟୁଜିକ୍ ଏବଂ ଫ୍ରି ହ୍ୟାଲୋ ଟ୍ୟୁନ୍ସର ଆକ୍ସେସ ମିଳିବ ।

୫୮୯ର ତୃତୀୟ ପ୍ଲାନ୍‌

ଏୟାରଟେଲର ଏହା ହେଉଛି ତୃତୀୟ ପ୍ଲାନ୍‌ ଯାହା ୩୦ ଦିନର ଭାଲିଡିଟି ସହିତ ଆସିଥାଏ, ଯାହାର ମୂଲ୍ୟ ୫୮୯ ଟଙ୍କା । ଏହି ପ୍ଲାନରେ ୟୁଜରମାନେ ଅନଲିମିଟେଡ୍‌ ଭଏସ୍ କଲିଂ ଏବଂ ୫୦ ଜିବି ଡାଟା ସହିତ ୩୦୦ SMS ପଠାଇବାର ସୁବିଧା ପାଇବେ । ଏହା ବ୍ୟତୀତ ୟୁଜରମାନେ ମାଗଣା ହ୍ୟାଲୋ ଟ୍ୟୁନ୍, ୱିଙ୍କ୍ ମ୍ୟୁଜିକ୍ ଏବଂ ଆପୋଲୋ 24/7 ଭଳି ସୁବିଧା ମଧ୍ୟ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.