ସାବଧାନ! ଗୁଗଲ ରଖିଛି ଆପଣଙ୍କର ସୁବ ଡାଟା, ଜାଣିବା ପାଇଁ ଫଲୋ କରନ୍ତୁ ସହଜ ଷ୍ଟେପ

ଆଜିକା ସମୟରେ ଗୁଗଲ୍‌ର ଆବଶ୍ୟକତା ଏତେ ବଢ଼ି ଯାଇଛି ଯେ ଏହା ବିନା କୌଣସି କାର୍ଯ୍ୟ କଳ୍ପନା ସୁଦ୍ଧା କରାଯାଇ ପାରିବ ନାହିଁ। ସେ ବ୍ୟକ୍ତିଗତ କାର୍ଯ୍ୟ ହେଉ କି ଅଫିସ୍ କାର୍ଯ୍ୟ, ସବୁ ଜାଗାରେ ଗୁଗଲ ଦରକାର ପଡ଼ିଥାଏ। ଏହା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଗଲାଣି। ଏହା ଆମକୁ ବିଭିନ୍ନ ଉପାୟରେ ସାହାଯ୍ୟ କରୁଛି। ଆମେ ଆମ ଆବଶ୍ୟକତା ହିସାବରେ ଏଥିରେ ଅନେକ କିଛି ଜିନିଷ ସନ୍ଧାନ କରି ପାରୁଛେ। କିନ୍ତୁ ଏ ସବୁ ଭିତରେ ଗୁଗଲ ଆମର ତଥ୍ୟ ନିଜ ସର୍ଭରରେ ଷ୍ଟୋର କରିବାକୁ ଲାଗିଥାଏ।

ଗୁଗଲ ପାଖରେ ରହିଛି ଆମର ସମସ୍ତ ଡାଟା। ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଆପଣ କଣ କରୁଛନ୍ତି? କେଉଁଠାକୁ ଯାଉଛନ୍ତି ? କଣ କିଣୁଛନ୍ତି ଆଉ କେତେବେଳେ କିଣୁଛନ୍ତି? ଏ ସମସ୍ତ ଡାଟା ଗୁଗଲ ଷ୍ଟୋରରେ ରହିଛି। ଆପଣ ଏହାକୁ ନିଜେ ଦେଖି ଜାଣିପାରିବେ। ଆମେ ଆଜି ଏହାର ଏକ ସହଜ ଟ୍ରିକ କହିବୁ ଯାହାକୁ ମାନି ଆପଣ ଏ ସମସ୍ତ ଡାଟା ସମ୍ପର୍କରେ ଜାଣିପାରିବେ।

ଯଦି ଏହି ତଥ୍ୟ କୌଣସି ଭୁଲ ହାତକୁ ଚାଲିଗଲା, ତ ସମସ୍ୟା ହୋଇପାରେ। ଆଜି ଆମେ ଜାଣିବା କି, କେମିତି ଆପଣ ଏଥିରୁ ସତର୍କ ରହି ପାରିବେ। ଏବେ ସତର୍କ ରହିବା ପାଇଁ ଆପଣଙ୍କୁ ଏହା ଜାଣିବା ଜରୁରୀ ଯେ ଗୁଗଲ ଆପଣଙ୍କର କେତେ ତଥ୍ୟ ନିଜ ପାଖରେ ଲୁଚାଇ ରଖିଛି। ଗୁଗଲ୍ ମୁତାବକ, ପ୍ରତ୍ୟେକ Gmail ବ୍ୟବହାରକାରୀ ଏହା ଜାଣି ପାରିବେ କି, ଗୁଗଲ୍ ପାଖରେ ସେମାନଙ୍କର କେତେ ତଥ୍ୟ ଅଛି।

ଏହିପରି କରନ୍ତୁ ଯାଞ୍ଚ:
-ପ୍ରଥମେ Gmailରେ ଲଗ୍ଇନ୍ କରନ୍ତୁ।

-ଏବେ ଆପଣଙ୍କୁ ଗୁଗଲ୍ ଆକାଉଣ୍ଟ ସେକ୍ସନକୁ ଯିବାକୁ ହେବ।

-ଯଦି ଆପଣ ଡେସ୍କଟପରେ ଅଛନ୍ତି, ତ ଡାହାଣ ପାର୍ଶ୍ୱରେ ରାଉଣ୍ଡ ଶେପ୍‌ରେ ଆପଣଙ୍କ ଆକାଉଣ୍ଟର ଫଟୋ ଥିବ। ଯଦି ଆପଣ କୌଣସି ଇମେଜ୍ ରଖିଛନ୍ତି, ତା’ ହେଲେ ସେହି ଫଟୋ ଦେଖାଯିବ।

-ଏହା ଉପରେ କ୍ଲିକ୍ କଲେ ଆପଣଙ୍କୁ Manage Your Accountର ଅପଶନ ଦିଶିବ। ଏହା ଉପରେ ଏବେ କ୍ଲିକ୍ କରନ୍ତୁ।

-ବର୍ତ୍ତମାନ ଆପଣଙ୍କୁ ଏକ ନୂଆ ପେଜ୍‌ ଦେଖାଯିବ। ଏଥିରେ ବାମ ପାର୍ଶ୍ୱରୁ ତୃତୀୟ ନମ୍ବରରେ Data & Privacyର ବିକଳ୍ପ ନଜର ଆସିବ। ଏହାକୁ କ୍ଲିକ୍ କରିବାକୁ ହେବ।

-ଏହାପରେ ଆପଣଙ୍କ ସାମ୍ନାରେ ପୂରା ତାଲିକା ଆସିଯିବ। ଯେପରି, ଆପଣ କେବେ କ’ଣ କରିଛନ୍ତି ଏବଂ କେଉଁ କେଉଁ ସ୍ଥାନକୁ ଯାଇଛନ୍ତି।

-ଏବେ ଧୀରେ ଧୀରେ ତଳକୁ ଆସନ୍ତୁ ଏବଂ ନିଜର ବିବରଣୀ ଦେଖନ୍ତୁ।

-ଏଠାରେ ଆପଣଙ୍କୁ କେବଳ Gmail ନୁହେଁ, ବରଂ ମ୍ୟାପ୍ ଟାଇମଲାଇନ୍, ୟୁଟ୍ୟୁବ୍ ୱାଚ୍ ଆଣ୍ଡ ସର୍ଚ୍ଚ ହିଷ୍ଟ୍ରୀ ବି ଦେଖିବାକୁ ମିଳିଯିବ।

-ଏହି କ୍ରମରେ ଆପଣ My Google Activity ଅଧୀନରେ ଏହା ଜାଣି ପାରିବେ ଯେ ଆପଣ ଗୁଗଲରେ କେବେ ଏବଂ କ’ଣ ସର୍ଚ୍ଚ କରିଥିଲେ। ଆପଣଙ୍କ ପାଖରେ ଏହାକୁ ବନ୍ଦ କରିବାର ବିକଳ୍ପ ରହିଛି। କିନ୍ତୁ ଏହା ପରେ ବି ଗୁଗଲ ଆପଣଙ୍କ ଉପରେ ନଜର ରଖିବ।

-ଆପଣ ଚାହିଁଲେ, Ad Settingକୁ ଯାଇ ବ୍ୟକ୍ତିଗତ ଆପ୍ ମଧ୍ୟ ଦେଖି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.