ଦିନ ସାରା ଲୋନ୍‌ ଏବଂ କ୍ରେଡିଟ କାର୍ଡ ର ଫାଲତୁ Calls ପାଇଁ ଟେନସନରେ କି? ତେବେ ଏହି ଟ୍ରିକ୍ସକୁ ଫଲୋ କରି ପ୍ରୋବଲେମ କରନ୍ତୁ Solve

ସାରା ଦିନରେ ଖାଲି ଶୋଇବାକୁ ଚାଢ଼ିଦେଲେ ଏମିତି କୌଣସି ସମୟ ନାହିଁ ଯେ ଯେତେବେଳେ ଆମ ସ୍ମାର୍ଟଫୋନ ଆମ ପାଖରେ ନଥାଏ। ନହେଲେ ତ କାମ କରିବା ସମୟରେ, ପରିବାର ସହିତ ବସିଥିବା ସମୟରେ ହେଉ କିମ୍ବା ଟିଭି ଦେଖିବା ସମୟରେ, ସବୁ ସମୟରେ ଆମେ ଆମ ସ୍ମାର୍ଟଫୋନକୁ ନିଜ ପାଖରେ ରଖନ୍ତି। ସ୍ମାର୍ଟଫୋନ୍‌ ୟୁଜର ହେବା କାରଣରୁ ଆପଣଙ୍କୁ ଏହା ନିଶ୍ଚୟ ଜଣାଥିବ ଯେ ପ୍ରାୟ ପ୍ରତ୍ୟେକ ଦିନ ଆପଣଙ୍କ ପାଖକୁ ବ୍ୟାଙ୍କ, ଟେଲିକମ୍‌ କମ୍ପାନୀ ଆଦିର ଫୋନ୍‌ କଲ୍ସ ଦିନକୁ ବହୁତ ଥର ଆସିଥାଏ, ଯାହା ଭାରି ଟେନସନ୍‌ ଦେଇଥାଏ। ସେଥିପାଇଁ କେହି କେହି ଫୋନକୁ ସାଇଲେଣ୍ଟ ମୋଡରେ କରିଦିଅନ୍ତି ତ ଆଉ କେହି ଫୋନକୁ ଫ୍ଲାଇଟ ମୋଡ କରିଦିଅନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ବତାଇବୁ କେମିତି ବିନା ଫ୍ଲାଇଟ ମୋଡରେ ଏହି କଲସ୍‌ ଠାରୁ ଛୁଟକାରା ପାଇପାରିବେ।

ସ୍ପାମ୍‌ କଲ୍ସକୁ ବନ୍ଦ କରିବା ପାଇଁ ଅନେକ ଚେଷ୍ଟା କରାଯାଉଛି। କେହି କେହି ନମ୍ବରକ ବ୍ଲକ ଲିଷ୍ଟରେ କରିଦିଅନ୍ତି। କିନ୍ତୁ ଏହି ସବୁ ପ୍ରଚେଷ୍ଟା ପରେ ବି ସ୍ମାମ୍‌ କଲ୍ସ ଆସିଥାଏ। ସ୍ପାମ୍‌ କଲ୍ସ ବ୍ୟତୀତ ଅନେକ ଥର ଆପଣ ରଙ୍ଗ ନମ୍ବର ପାଇଁ ମଧ୍ୟ ବିରକ୍ତ ହୋଇଥାନ୍ତି। ସେଥିପାଇଁ ଆମେ ଆପଣଙ୍କୁ କିଛି ଏମିତି ଅପ୍ସନ ବିଷୟରେ କହିବୁ ଯାହାକୁ ଫଲୋ କରି ଆପଣ ସହଜରେ କଲ୍ସ ଠାରୁ ମୁକ୍ତି ପାଇପାରିବେ।

ଏହିପରି କଲ୍ସ ଠାରୁ ରକ୍ଷା ପାଇବା ପାଇଁ ଆମ ପାଖରେ ଯାହା ପ୍ରଥମ ଅପ୍ସନ ଥାଏ, ତାକୁ ଆପଣ ସହଜରେ ବ୍ୟବହାର କରିପାରିବେ। ନିଜ ସ୍ମାର୍ଟଫୋନର କଲ୍‌ ସେଟିଙ୍ଗରେ ଆପଣଙ୍କୁ ଏହି ପ୍ରୋବଲେମର ସମାଧାନ ମିଳିଯିବ। ସେଟିଙ୍ଗକୁ ଯାଆନ୍ତୁ, ଏହାପରେ କଲ ଫରଓ୍ଵାଡିଙ୍ଗ ଅପ୍ସନ ଉପରେ କ୍ଲିକ କରନ୍ତୁ। ଏଠାରେ ଆପଣଙ୍କୁ ଅଲେଓ୍ଵଜ୍‌ ଫରଓ୍ଵାର୍ଡ, ଫରଓ୍ଵାର୍ଡ ହେ୍ଵନ ବିଜି ଏବଂ ଫରଓ୍ଵାର୍ଡ ହେ୍ଵନ ଅନସାଉଣ୍ଡ, ଏହି ତିନିଟି ଅପ୍ସନ ଦେଖାଯିବ। ଏଥିରେ ଅଲେଓ୍ଵଜ ଫରଓ୍ଵାର୍ଡ ଅପ୍ସନକୁ ସିଲେକ୍ଟ କରନ୍ତୁ। ଏହାପରେ ଏକ ନମ୍ବର ଏଣ୍ଟର କରନ୍ତୁ ଯାହା ବନ୍ଦ ଥିବ କିମ୍ବା କାମ କରୁନଥିବ ଏବଂ ଏହାପରେ ଏନାବଲ୍‌ ବଟନ ଉପରେ କ୍ଲିକ କରନ୍ତୁ। ଏମିତି କରିବା ପରେ ଆପଣଙ୍କ ନମ୍ବରକୁ ଆସୁଥିବା ସମସ୍ତ କଲ୍ସବନ୍ଦ ହୋଇଯିବ। ଏବଂ ଆପଣଙ୍କୁ ଫ୍ଲାଇଟ ମୋଡ କରିବାର ମଧ୍ୟ ଆବଶ୍ୟକ ପଡିବନି।

କଲ୍‌ ଫରଓ୍ଵାର୍ଡିଙ୍ଗ ଏବଂ ଫ୍ଲାଇଟ ମୋଡ୍‌ ବ୍ୟତୀତ ମଧ୍ୟ ଆପଣଙ୍କ ପାଖରେ ଏକ ଅପ୍ସନ ରହିଛି, ଯାହାର ବ୍ୟବହାର କରିପାରିବେ ଆପଣ। ଆଉ ସେହି ଅପ୍ସନ ହେଉଛି ‘କଲ୍‌ ବାରିଙ୍ଗ’। ନିଜ ସ୍ମାର୍ଟଫୋନର କଲ୍‌ ସେଟିଙ୍ଗକୁ ଯାଇ ଏହି ଅପ୍ସନକୁ ସିଲେକ୍ଟ କରନ୍ତୁ। ଏଠାରେ ‘ଅଲ୍‌ ଇନକମିଙ୍ଗ କଲ୍ସ’ ବିକଳ୍ପକୁ ସିଲେକ୍ଟ କରନ୍ତୁ ଏବଂ ଏହାପରେ କଲ୍‌ ବାରିଙ୍ଗ ପାସଓ୍ଵାର୍ଡ ଦିଅନ୍ତୁ ଏବଂ କଲ୍‌ ବାରିଙ୍ଗ୍‌ ପାସଓ୍ଵାର୍ଡ ଦିଅନ୍ତୁ। ଏହି ପାସଓ୍ଵାର୍ଡ ସାଧାରଣତଃ ୦୦୦୦ କିମ୍ବା ୧୨୩୪ ହୋଇଥାଏ। ଏବେ ଟର୍ନ ଅନ ଅପ୍ସନ ଟ୍ୟାପ କରନ୍ତୁ ଏବଂ ଆପଣଙ୍କୁ କାମ ହୋଇଯିବ।

ଏହି ସହଜ ତରିକା ଦ୍ୱାରା ଆପଣ ସବୁ ପ୍ରକାରର ଫୋନକଲ ଠାରୁ ଛୁଟକାରା ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.