Amazon-Flipkartରେ ଚାଲିଛି Independence day ସେଲ୍, ଅଳ୍ପ ଖର୍ଚ୍ଚରେ କିଣିନ୍ତୁ ଦାମୀ ଜିନିଷ

ଆମାଜନ ଏବଂ ଫ୍ଲିପକାର୍ଟରେ ଗତକାଲି ଅର୍ଥାତ ୬ ଅଗଷ୍ଟ ମଧ୍ୟାହ୍ନ ୧୨ଟାରୁ ଏକ ନୂଆ ସେଲ୍ ଆରମ୍ଭ ହୋଇଛି । ଏହି ଇ-କମର୍ସ ୱେବସାଇଟରେ ଆରମ୍ଭ ହୋଇଥିବା ଏହି ନୂଆ ସେଲରେ ସ୍ମାର୍ଟଫୋନ୍, ଲାପଟପ୍, ଟିଭି ଏବଂ ଘର ଉପକରଣ କିଣିବାରେ ବମ୍ପର ଅଫର ଉପଲବ୍ଧ ହେଉଛି ।

ସ୍ୱାଧୀନତା ଦିବସ ପୂର୍ବରୁ ଏହି ଉଭୟ ଇ-କମର୍ସ ୱେବସାଇଟରେ ଆୟୋଜିତ ଏହି ସେଲ୍ ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଚାଲିବ । ଏହି ସେଲରେ ୟୁଜର୍ସମାନେ ଅନେକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା ଉପରେ ୮୦ ପ୍ରତିଶତ ଡ଼ିସକାଉଣ୍ଟ ପାଇପାରିବେ । ଏହା ବ୍ୟତୀତ ଏହି ସେଲରେ ଅନେକ ପ୍ରକାରର ବ୍ୟାଙ୍କ ଅଫର ମଧ୍ୟ ଦିଆଯାଉଛି ।

Amazon Great Freedom Festival Sale:

ଗ୍ରେଟ୍ ଫ୍ରିଡମ୍ ଫେଷ୍ଟିଭାଲ୍ ନାମରେ ଇ-କମର୍ସ ୱେବସାଇଟ୍ ଆମାଜନରେ ଏହି ନୂଆ ସେଲ୍ ଆରମ୍ଭ ହୋଇଛି । ଏହି ସେଲରେ ଅନେକ ନୂଆ ଲଞ୍ଚ ହୋଇଥିବା ସ୍ମାର୍ଟଫୋନ୍ ଉପରେ ଭଲ ଡିଲ୍ ଉପଲବ୍ଧ । ଏଠାରେ ସାମସଙ୍ଗ, OnePlus, Realme Narzo, iQOO ଭଳି ବ୍ରାଣ୍ଡର ସ୍ମାର୍ଟଫୋନ୍ ମଧ୍ୟ ଶସ୍ତାରେ କିଣାଯାଇପାରିବ । ଏହା ବ୍ୟତୀତ ଏହି ବ୍ରାଣ୍ଡର ଆକ୍ସେସୋରିଜ ଉପରେ ୭୫ ପ୍ରତିଶତ ଡ଼ିସକାଉଣ୍ଟ ଉପଲବ୍ଧ ହେବ ।

ଆମାଜନରେ ଚାଲୁଥିବା ଏହି ସେଲରେ, ଆପଣ ସ୍ମାର୍ଟ ଟିଭି ଉପରେ ୬୫ ପ୍ରତିଶତ ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ପାଇପାରିବେ । ଏଥି ସହିତ, ଘର ଉପକରଣଗୁଡିକ ଉପରେ ୫୫ ପ୍ରତିଶତ ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟ ଉପରେ ୮୦ ପ୍ରତିଶତ ଡ଼ିସକାଉଣ୍ଟ ଉପଲବ୍ଧ ହେବ । କେବଳ ଏତିକି ନୁହେଁ, ଯଦି ଆପଣ କମ୍ପାନୀର SBI କାର୍ଡ ମାଧ୍ୟମରେ କୌଣସି ଜିନିଷ କିଣନ୍ତି, ତେବେ ଆପଣଙ୍କୁ ତୁରନ୍ତ ୧୦ ପ୍ରତିଶତ ଡ଼ିସକାଉଣ୍ଟ ମିଳିବ ।

Flipkart Flagship Sale:

ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ଫ୍ଲାଗସିପ୍ ସେଲ୍ ଆୟୋଜନ କରାଯାଉଛି । ଏହି ସେଲରେ, ଆପଣ ନିକଟରେ ଆରମ୍ଭ ହୋଇଥିବା ଅନେକ ସ୍ମାର୍ଟଫୋନ୍ ଉପରେ ଭଲ ଡ଼ିସକାଉଣ୍ଟ ପାଇପାରିବେ । ଇଲେକ୍ଟ୍ରୋନିକ୍ସ ଆଇଟମ୍, ଆସେସୋରିଜ୍ ଇତ୍ୟାଦି ଉପରେ ମଧ୍ୟ ଭଲ ଡ଼ିସକାଉଣ୍ଟ ଅଫର ମଧ୍ୟ ଉପଲବ୍ଧ ହେବ । ଫ୍ଲିପକାର୍ଟରେ ମଧ୍ୟ ୟୁଜର୍ସମାନେ ବ୍ୟାଙ୍କ ଡ଼ିସକାଉଣ୍ଟ, ଏକ୍ସଚେଞ୍ଜ ଅଫର ଏବଂ No Cost EMI ଇତ୍ୟାଦିର ସୁବିଧା ପାଇପାରିବେ ।

ବିଶେଷକରି ସ୍ମାର୍ଟଫୋନ୍ ଉପରେ ଫ୍ଲିପକାର୍ଟରେ ଭଲ ଡ଼ିସକାଉଣ୍ଟ ଉପଲବ୍ଧ । ଇ-କମର୍ସ ୱେବସାଇଟ୍ ର ଲ୍ୟାଣ୍ଡିଂ ପେଜ୍ ଅନୁଯାୟୀ, ଏହି ସେଲରେ ରିୟଲମି, ରେଡମି, ଇନଫିନିକ୍ସ, ଭିଭୋ, ସାଓମି, ମୋଟରୋଲା ଭଳି ବ୍ରାଣ୍ଡରୁ ସ୍ମାର୍ଟଫୋନ୍, ଆସେସୋରିଜ୍ ଇତ୍ୟାଦି କିଣିବାରେ ବହୁତ ବଡ଼ ଡିଲ୍ ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.