Googleର Best Game ଭାବେ ମନୋନୀତ ହେଲା ଇଣ୍ଡିଆନ ଏୟାରଫୋର୍ସର ଭିଡିଓ ଗେମ

ଇଣ୍ଡିଆନ ଏୟାର ଫୋର୍ସର ଭିଡିଓ ଗେମ Indian Airforce: A Cut Aboveକୁ Google ତରଫରୁ Best Game-2019 ପାଇଁ ୟୁଜର ଚଏସ ଗେମ କାଟାଗୋରୀରେ ନୋମିନେଟ କରିଛି। ଭାରତୀୟ ଏୟାରଫୋର୍ସ ନିଜ ପ୍ରଥମ ଭିଡିଓ ଗେମର ସଫଳତାରେ ବହୁତ ଖୁସି ଅଛି। ଏୟାରଫୋର୍ସ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ୟୁଜରଙ୍କୁ ଅଧିକରୁ ଅଧିକ ଭୋଟ ଦେଇ ଜିତାଇବାକୁ ଅନୁରୋଧ କରିଛି।

ଏହି ଗେମକୁ ଚଳିତବର୍ଷ ଜୁଲାଇ ୩୧ ତାରିଖରେ ଲଞ୍ଚ କରାଯାଇଛି। ଯୁବପିଢ଼ିଙ୍କୁ ଇଣ୍ଡିଆନ ଏୟାରଫୋର୍ସ ପ୍ରତି ଆକୃଷ୍ଟ କରିବା ପାଇଁ ତଥା ଦେଶ ସେବା ମନୋଭାବ ପୋଷଣ ପାଇଁ ପୂର୍ବତନ ଏୟାର ଚିଫ ମାର୍ଶାଲ ବି ଏସ ଧନୋଆ ଏହି ଗେମକୁ ଲଞ୍ଚ କରିଥିଲେ।

ଏହାସହ ପଢ଼ନ୍ତୁ: ପୁଣିଥରେ ଚନ୍ଦ୍ରକୁ ପଠାଯିବ ଆଉ ଏକ ଯାନ, ଇସ୍ରୋର ଚନ୍ଦ୍ରୟାନ୍‌-୩ ପ୍ରସ୍ତୁତି ଆରମ୍ଭ

ଏହା ଏକ ଅନଲାଇନ ମଲ୍ଟିପ୍ଲେୟର ବ୍ୟାଟଲ ଗେମ। ଏଥିରେ ପ୍ଲେୟରଙ୍କୁ ଇଣ୍ଡିଆନ ଏୟାରଫୋର୍ସ ଦ୍ୱାରା କରାଯାଉଥିବା କମବାଟ ମିଶନର ଉନ୍ନତମାନର ଅନୁଭୂତି ମିଳିବ। କମାଣ୍ଡର ଅଭିନନ୍ଦନ ଏହି ଗେମରେ ନଜର ଆସିଛନ୍ତି। ଖେଳାଳିଙ୍କୁ ଗେମରେ ସତସତିକା ପାଇଲଟ ଭଳି ଅନୁଭବ ଦେବାକୁ ପୂରା ପ୍ରୟାସ କରାଯାଇଛି।

ଗେମରେ ପ୍ଲେୟରଙ୍କୁ ଫାଇଟର ଜେଟ ଓ ହେଲିକପ୍ଟର ଉଡାଇ ଶତ୍ରୁଙ୍କୁ ଦମନ କରିବାକୁ ହୋଇଥାଏ। ଗେମରେ ଏୟାରଫୋର୍ସରେ ଉପଲବ୍ଧ ବିଭିନ୍ନ ଏୟାରକ୍ରାଫ୍ଟ ରହିଛି ଯାହାକୁ ବ୍ୟବହାର କରି ପ୍ଲେୟର ଭିନ୍ନ ପ୍ରକାର ମଜା ପାଇ ପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗେମକୁ ଆସିବାର ମାତ୍ର କିଛି ମାସ ହୋଇଥିବା ବେଳେ ୧୦ଲକ୍ଷରୁ ଊର୍ଦ୍ଧ୍ବ ଥର ଡାଉନଲୋଡ କରାଯାଇଛି।

Leave A Reply

Your email address will not be published.