ଆର୍ମିର ଯବାନମାନଙ୍କ ପାଇଁ ଆସିଲା SAMBHAV 5G ସ୍ମାର୍ଟଫୋନ୍, ଜାଣନ୍ତୁ ଏହା ଅନ୍ୟ ମୋବାଇଲ୍ ଠାରୁ କେତେ ଭିନ୍ନ

ଭାରତୀୟ ସେନାର ୩୦ ହଜାର ଯବାନଙ୍କୁ SAMBHAV 5G ସ୍ମାର୍ଟଫୋନ୍ ଦିଆଯାଇଛି । ଏହି ସ୍ମାର୍ଟଫୋନ୍ ସାଧାରଣ ଫୋନଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଗତ ବର୍ଷ ଅକ୍ଟୋବରରେ ଭାରତ ଏବଂ ଚୀନ୍ ବୋଡରରେ ହୋଇଥିବା ଆଲୋଚନାରେ ଏହି ସିକ୍ୟୁର ଫୋନର ବ୍ୟବହାର କରାଯାଇଥିଲା । ସେନାର ଜଣେ ହେଡ଼୍ ଏହି ଇନଫରମେସନ୍ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ଯବାନଙ୍କ ସେଫ୍ଟି କମ୍ୟୁନିକେସନ୍ ପାଇଁ ଏହି SAMBHAV ସ୍ମାର୍ଟଫୋନର ବ୍ୟବହାର କରାଯାଇଛି । ଯବାନମାନଙ୍କୁ ସିକ୍ୟୁର ଫିଚର ଥିବା ସମାର୍ଟଫୋନ୍ ଯୋଗାଇବା ପାଇଁ ଏହି blockchain-based ସ୍ମାର୍ଟଫୋନଟି ଗତ ବର୍ଷ ଆରମ୍ଭ କରାଯାଇଥିଲା ।

ରିପୋର୍ଟ ଅନୁଯାୟୀ, SAMBHAV ସ୍ମାର୍ଟଫୋନ ଅନେକ ଫିଚର୍ସ ସହିତ ଡିଜାଇନ୍ କରାଯାଇଛି । ଏହି ସ୍ମାର୍ଟଫୋନ୍ ଏଣ୍ଡ-ଟୁ-ଏଣ୍ଡ ସିକ୍ୟୁର ମୋବାଇଲ୍ ଇକୋ-ସିଷ୍ଟମରେ କାମ କରେ, ଯାହା ସାହାଯ୍ୟରେ କମ୍ୟୁନିକେସନ୍ ସେଫ୍ଟି ରହିଥାଏ । ଏହା ସହିତ ଏଥିରେ ଆଡଭାନ୍ସ 5G ଟେକ୍ନୋଲୋଜିର ବ୍ୟବହାର କରାଯାଇଛି, ଯାହା ଇନଷ୍ଟାଣ୍ଟ କନ୍ନେକ୍ଟିଭିଟି ପ୍ରଦାନ କରିଥାଏ । ଏହି ଫୋନରେ ଏନହାନ୍ସ ସିକ୍ୟୁରିଟି ପାଇଁ ଫୁଲ୍ ଏନକ୍ରିପସନର ବ୍ୟବହାର ହୋଇଥାଏ । ଏହାକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଏଥିରେ କନ୍ଟାକ୍ଟ ନମ୍ବର ସେଭ୍ କରିବା ଆବଶ୍ୟକତା ନାହିଁ । ଫୋନରେ ସେନା ଅଧୀକାରୀଙ୍କ କଣ୍ଟାକ୍ଟସ୍ ପୂର୍ବରୁ ରହିଛି ।

M-Sigma ଆପ୍ :

ଏହି ସ୍ମାର୍ଟଫୋନରେ WhatsApp ପରି M-Sigma ଆପ୍ ଦିଆଯାଇଛି । ଯାହା ସାହାଯ୍ୟରେ ଯବାନ ସିକ୍ୟୁର ମେସେଜ୍ ପଠାଇବା ସହିତ ଭିଡିଓ କଲିଂ ମଧ୍ୟ କରିପାରିବେ । କେବଳ ଏତିକି ନୁହେଁ, ଫାଇଲ୍ସ ଏବଂ ଡକ୍ୟୁମେଣ୍ଟ ଇତ୍ୟାଦିକୁ ମଧ୍ୟ ସୁରକ୍ଷିତ ଭାବରେ ସେୟାର କରିପାରିବେ । ଏହି ସ୍ମାର୍ଟଫୋନ୍ ଯବାନମାନେ ନିଜର ଇଣ୍ଟରନାଲ୍ କାର୍ଯ୍ୟରେ ବ୍ୟବହାର କରିପାରିବେ । ଏହା Airtel ଏବଂ Jio 5G ନେଟୱେର୍କରେ କାମ କରେ ଯାହା ଦ୍ୱାରା ଇନ୍ଟରନାଲ୍ ଟକ୍ୟୁମେଣ୍ଟନ୍ସ ପବ୍ଲିକ୍ ଡୋମେନରେ ଲିକ୍ ହୋଇପାରିବ ନାହିଁ ।

ଜଣେ ସେନା ଅଧିକାରୀ କହିଛନ୍ତି ଯେ ଆଜିକାଲି ସମସ୍ତଙ୍କ ପାଇଁ ସ୍ମାର୍ଟଫୋନ୍ ଏକ ଆବଶ୍ୟକତା ପାଲଟିଛି । ଏଥି ସହିତ ପରସ୍ନାଲ୍ ଇନଫରମେସନ୍ ଏହି ସ୍ମାର୍ଟଫୋନ୍ ମାଧ୍ୟମରେ ଲିକ୍ ହେବାର ମଧ୍ୟ ସମ୍ଭାବନା ରହିଛି । ଏଣ୍ଡ-ଟୁ-ଏଣ୍ଡ ମୋବାଇଲ୍ ଇକୋସିଷ୍ଟମ ଦ୍ୱାରା ଇନଷ୍ଟାଣ୍ଟ କନ୍ନେକ୍ଟିଭିଟି ସହିତ ସିକ୍ୟୁର କମ୍ୟୁନିକେସନ୍ ମଧ୍ୟ ସମ୍ଭବ ହୋଇପାରିବ । ଏହାକୁ ଦୃଷ୍ଟିରେ ରଖି ଏହି ପ୍ରୋଜେକ୍ଟ ଘୋଷଣା କରାଯାଇଥିଲା । SAMBHAV ର ଅର୍ଥ ହେଉଛି- ସିକ୍ୟୁର୍ ଆର୍ମି ମୋବାଇଲ୍ ଭାରତ ଭର୍ସନ୍ ।

ଏହି ସ୍ମାର୍ଟଫୋନ୍ ସାଧାରଣ ସ୍ମାର୍ଟଫୋନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି । କାରଣ ଏଥିରେ ଏଣ୍ଟ-ଟୁ-ଏଣ୍ଟ ମୋବାଇଲ୍ ଇକୋସିଷ୍ଟମର ବ୍ୟବହାର କରାଯାଇଛି । ଏହା ସହିତ blockchain ଉପରେ ବେସ୍ଡ ହୋଇଛି, ଯାହା ସାହାଯ୍ୟରେ ଫୋନରେ ଥିବା କୌଣସି ଇନଫରମେସନ୍ ଲିକ୍ ହୋଇପାରିବ ନାହିଁ । SAMBHAV ସ୍ମାର୍ଟଫୋନରେ ଏପରି କିଛି ଫିଚର୍ସ ପ୍ରଦାନ କରାଯାଇଛି, ଯାହାକୁ ଆପଣ ସାଧାରଣ ସ୍ମାର୍ଟଫୋନରେ ପାଇବେ ନାହିଁ । ଏଥିରେ ପ୍ରି-ସେଭ୍ କଣ୍ଟାକ୍ଟ ଡିରେକ୍ଟୋରୀ ଇତ୍ୟାଦି ମଧ୍ୟ ସାମିଲ୍ ରହିଛି । ଏହା ସହିତ ଫୋନରେ କୌଣସି ଆପ୍ ଡାଉନଲୋଡ୍ ହୋଇପାରିବ ନାହିଁ ।

You might also like