ଟେକ୍

ଚାଇନା କମ୍ପାନୀକୁ ଲାଗିବ ବଡ଼ ଝଟକା ! ଭାରତୀୟ କମ୍ପାନୀ Lava ତିଆରି କରିବ ନୋକିଆ ଏବଂ Motorola ସ୍ମାର୍ଟଫୋନ

ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ବହୁତ ବଡ଼ ପରିବର୍ତ୍ତନ ହେବକୁ ଯାଉଛି। ପୂର୍ବରୁ ଅଧିକାଂଶ କମ୍ପାନୀ ମୋବାଇଲ୍ ମ୍ୟାନୁଫ୍ୟାକଚରିଙ୍ଗ ଚୀନରେ ହିଁ କରୁଥିଲେ। କିନ୍ତୁ ଏବେ ତାହା ଭାରତରେ ହେବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ଏବେ ଭାରତୀୟ ସ୍ମାର୍ଟଫୋନ ମ୍ୟାନୁଫେକଚର Lava ଅନ୍ୟ କମ୍ପାନୀଙ୍କ ପାଇଁ ହ୍ୟାଣ୍ଡସେଟ୍ ନିର୍ମାଣ କରିବ। ଲୋକପ୍ରିୟ ବ୍ରାଣ୍ଡ ନୋକିଆ ନିଜର ହ୍ୟାଣ୍ଡସେଟ ନିର୍ମାଣ ପାଇଁ Lava ମୋବାଇଲ ସହିତ ପୂର୍ବରୁ ଚୁକ୍ତିନାମା କରିସାରିଛି। ସେହିପରି ବର୍ତ୍ତମାନର ସଦ୍ୟ ରିପୋର୍ଟ ଅନୁଯାୟୀ ଏବେ ମୋଟୋରୋଲା ମଧ୍ୟ ଲାଭା ସହିତ ଏହି ପ୍ରକାର ଡିଲ୍ କରିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମୋଟୋରୋଲା ଚାଇନା କମ୍ପାନୀ ଲେନୋଭୋର ସବସିଡିୟାରୀ ବ୍ରାଣ୍ଡ ଅଟେ।

କେବଳ ଏତିକି ନୁହେଁ, ଆଉ ଏକ କମ୍ପାନୀ ମଧ୍ୟ ଲାଭା ଠାରୁ ନିଜ ମ୍ୟାନୁଫେକଚର କରାଇପାରେ। ସୂଚନା ମୁତାବକ, ଲାଭା ଏବଂ ଟେଲିକମ୍ କମ୍ପାନୀ ମଧ୍ୟରେ କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ପହଁଚିସାରିଛି। ଏହା ଏକ ବ୍ରାଣ୍ଡେଡ୍ ସ୍ମାର୍ଟଫୋନ୍ ହେବ, ଏହାର ସବୁ ଖର୍ଚ୍ଚ ଟେଲିକମ୍ କମ୍ପାନୀ ହିଁ ଉଠାଇବେ। ଏହାଦ୍ୱାରା ୪ଜି ଡିଭାଇସରେ କମ୍ ଟଙ୍କା ଖର୍ଚ୍ଚ ହୋଇପାରିବ।

ଟେଲିକମ୍ କମ୍ପାନୀ ବିକ୍ରି କରିବେ ସ୍ମାର୍ଟଫୋନ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଜିଓ ଏବଂ ଏୟାରଟେଲ ଭଳି ବହୁ ପୁରାତନ ଏବଂ ବହୁ ଲୋକପ୍ରିୟ ଟେଲିକମ୍ କମ୍ପାନୀ ଏବେ ସ୍ମାର୍ଟଫୋନ ବିକ୍ରି କରିବାକୁ ନେଇ ଯୋଜନା କରୁଛନ୍ତି। ଏମାନଙ୍କ ଫୋନ କିଣିବା ଦ୍ୱାରା ଡିସକାଉଣ୍ଟ ଅଫର, ସପିଂ ବେନିଫିଟ୍ସ ଏବଂ ଗୋଟେ ବର୍ଷର ସ୍କ୍ରିନ ପ୍ରୋଟେକସନ ଭଳି ସୁବିଧା ମଧ୍ୟ ମିଳିବ। ନିଜ ବ୍ରାଣ୍ଡ୍‌ର ସ୍ମାର୍ଟଫୋନ ଜରିଆରେ ଏହି ଦୁଇ କମ୍ପାନୀର ଯୋଜନା ହେଉଛି ଯେ ଫିଚର ଫୋନ କିମ୍ବା ୨ଜି ୟୁଜର୍ସଙ୍କୁ ସ୍ମାର୍ଟଫୋନ ଧରାଇବାର ସୁଯୋଗ ଦେବେ।

Pritiparna

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

5 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

38 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

40 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

46 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

55 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

55 mins ago