ଏହି ୫୨ଟି ଚାଇନିଜ୍‌ ଆପ୍‌କୁ ତୁରନ୍ତ ଅନ୍‌ଇନ୍‌ଷ୍ଟଲ କରିବାକୁ ଚିଠି ଲେଖିଲା ଗୁଇନ୍ଦା ସଂସ୍ଥା, ବ୍ୟକ୍ତିଗତ ଡାଟା ସଂଗ୍ରହ କରୁଛି ଚୀନ୍‌

ଚାଇନିଜ୍‌ ଆପ୍‌ ସହ ଗୋପନୀୟତାକୁ ନେଇ ସବୁବେଳେ ସମସ୍ୟା ଲାଗିରହିଛି। ଭାରତ ଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ସବୁ ଦେଶ ପ୍ରାୟତଃ ଚୀନ୍‌ ଆପ୍‌କୁ ନେଇ ସଚେତନ କରିଥାନ୍ତି। ଏବେ ଭାରତୀୟ ଗୁଇନ୍ଦା ବିଭାଗ ଭାରତ ସରକାରଙ୍କୁ ୫୨ଟି ଚାଇନିଜ୍‌ ମୋବାଇଲ ଆପ୍‌କୁ ବ୍ଲକ୍‌ କରିବାକୁ କହିଛି। ଲୋକମାନେ ମଧ୍ୟ ତୁରନ୍ତ ଏସବୁ ଆପ୍‌କୁ ଅନ୍‌ଇନ୍‌ଷ୍ଟଲ କରିବାକୁ ସଚେତନ କରିଛି ଗୁଇନ୍ଦା ବିଭାଗ।

tiktok

ଗୁଇନ୍ଦା ସଂସ୍ଥାର କହିବାନୁସାରେ ଚାଇନିଜ୍‌ ଆପ୍‌ ସୁରକ୍ଷା ଓ ପ୍ରାଇଭେସି ଦୃଷ୍ଟିରୁ ସୁରକ୍ଷିତ ନୁହେଁ। ଏହି ଆପ୍‌ ମାଧ୍ୟମରେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ ହେବାର ସମ୍ଭାବନା ରହିଛି। ଏସବୁ ତଥ୍ୟ ଚୀନ୍‌ରେ ଥିବା ସର୍ଭରକୁ ଚାଲିଯାଇଥାଏ। ଗୁଇନ୍ଦା ସଂସ୍ଥା ସରକାରଙ୍କୁ ଯେଉଁ ତାଲିକା ପଠାଇଛି ସେଥିମଧ୍ୟରେ ଭିଡିଓ କନ୍‌ଫରେନ୍ସିଂ ଆପ୍‌ ଜୁମ୍‌, ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌, ୟୁସି ବ୍ରାଉଜର, ଜେଣ୍ଡର, ସେୟାରଚାଟ୍‌ ଓ କ୍ଲିନ୍‌ ମାଷ୍ଟର ଭଳି ଆପ୍‌ର ନାମ ରହିଛି।

What we learned from Chinese Companies & Consumers — A week of ...

ସୂଚନାଯୋଗ୍ୟ ଯେ ଚଳିତବର୍ଷ ଏପ୍ରିଲ ମାସରେ ଗୃହ ମନ୍ତ୍ରଣାଳୟ ଜୁମ୍‌ ଆପ୍‌ରେ ୟୁଜର୍ସଙ୍କ ଡାଟା କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ କରିଥିଲା। କେବଳ ଭାରତରେ ନୁହେଁ ଆମେରିକାରେ ମଧ୍ୟ ଜୁମ୍‌ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଟେସ୍‌ଲା ଓ ଫେସ୍‌ବୁକ୍‌ ନିଜ କର୍ମଚାରୀଙ୍କୁ ଜୁମ୍‌ ବ୍ୟବହାର କରିବାକୁ ମନା କରିଛନ୍ତି। ତାଇବାନ୍‌ ମଧ୍ୟ ଜୁମ୍‌ ବ୍ୟବହାର କରିବାକୁ ଉପରେ ରୋକ୍‌ ଲଗାଇଛି।

uc

 

ଗୁଇନ୍ଦା ସଂସ୍ଥା ତରଫରୁ ଦିଆଯାଇଥିବା ଆପ୍‌ ମଧ୍ୟରେ TikTok, Vault-Hide, Vigo Video, Bigo Live, Weibo, WeChat, SHAREit, UC News, UC Browser, BeautyPlus, Xender, ClubFactory, Helo, LIKE, Kwai, ROMWE, SHEIN, NewsCanine, Photo Wonder, APUS Browser, VivaVideo- QU Video Inc, Perfect Corp, CM Browser, Virus Cleaner (Hi Security Lab), Mi Community, DU recorder, YouCam Makeup, Mi Store, 360 Security, DU Battery Saver, DU Browser, DU Cleaner, DU Privacy, Clean Master – Cheetah, CacheClear DU apps studio, Baidu Translate, Baidu Map, Wonder Camera, ES File Explorer, QQ International, QQ Launcher, QQ Security Centre, QQ Player, QQ Music, QQ Mail, QQ NewsFeed, WeSync, SelfieCity, Clash of Kings, Mail Master, Mi Video call-Xiaomi, Parallel Space ଆପ୍‌ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.