ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ଷ୍ଟୋରକୁ ଟକ୍କର ଦେବାକୁ ଯାଉଛି ଭାରତ, ଆଣୁଛି ଦେଶୀ ପ୍ଲେ ଷ୍ଟୋର

ଆତ୍ମନିର୍ଭର ଭାରତ ଗଢ଼ିବା ଦିଗରେ ଦେଶ ଆଉ ପାଦେ ଆଗେଇଛି। ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ଷ୍ଟୋରକୁ ଟକ୍କର ଦେବା ପାଇଁ ଭାରତ ଖୁବଶୀଘ୍ର ନିଜର ଏକ ଆପ ଲଞ୍ଚ କରିବାକୁ ଯାଉଛି। ଭାରତର ଆପ ନିର୍ମାତା କମ୍ପାନୀ ଓ ବିଜନେସମ୍ୟାନ ଏକ ଆପ ଷ୍ଟୋର ତିଆରି କରିଥିବା ଦାବି କରିଛନ୍ତି। ମୋଦି ସରକାର ଏନେଇ ବିଚାର କରୁଥିବା ଜଣାଯାଇଛି।
କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ୱିଟ କରି କହିଛନ୍ତି ତାଙ୍କୁ ଭାରତୀୟ ଆପ ଡେଭଲପରଙ୍କ ପରାମର୍ଶ ପସନ୍ଦ ଆସିଲା। ଆତ୍ମନିର୍ଭର ଆପ ଇକୋସିଷ୍ଟମ ତିଆରି କରିବା ପାଇଁ ଭାରତୀୟ ଡେଭଲପରଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ।
ସୂଚନାଯୋଗ୍ୟ ଯେ ଏକ ଦେଶୀ ଆପ ଷ୍ଟୋର ପୂର୍ବରୁ ରହିଛି। ଏବେ ଏଥିରେ କେବଳ ସରକାରୀ ଆପ ଯଥା- ଉମଙ୍ଗ, ଆରୋଗ୍ୟ ସେତୁ ଓ ଡିଜିଲକର ହିଁ ରହିଛି।