ଯାତ୍ରୀଙ୍କୁ ଖୁସି ଖବର ଦେଲା ରେଲୱେ, ଏବେ ଟ୍ରେନରେ ମିଳିବ କନଫର୍ମ ଟିକେଟ୍‌

ଭାରତୀୟ ରେଳ ଦୁନିଆର ଚତୁର୍ଥ ଏବଂ ଏସିୟାର ଦ୍ୱିତୀୟ ବଡ ରେଳ ନେଟଓ୍ଵର୍କ। ଯେଉଁଠି ପ୍ରତ୍ୟେକଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନ୍‌ ଯାତ୍ରା କରୁଛନ୍ତି। ଭାରତୀୟ ରେଳ ଯାତ୍ରୀଙ୍କ ସୁବିଧା ପାଇଁ ନିଜର ସର୍ଭିସକୁ ଲଗାତର ପରିବର୍ତ୍ତନଶୀଳ କରାଉଛି। ନିକଟରେ ରେଲୱେ ଟ୍ରେନରେ ଯାତ୍ରା କରୁଥିବା କୋଟି କୋଟି ଯାତ୍ରୀଙ୍କୁ ଖୁସି ଖବର ଦେଇଛି। ହଁ ଏ ଖବର ଆପଣଙ୍କୁ ନିହାତି ଭାବେ ଖୁସି କରାଇବ। ଏବେ ଆପଣଙ୍କୁ ଚଳନ୍ତା ଟ୍ରେନରେ ମଧ୍ୟ କନଫର୍ମ ସିଟ୍‌ ମିଳିବ। ଆପଣଙ୍କୁ ସିଟ୍‌ ପାଇଁ ଆଉ ଚିନ୍ତା କରିବାର ଆବଶ୍ୟକ ନାହିଁ। ଏଥିପାଇଁ ରେଳବାଇ ନୂଆ ଟେକ୍ନୋଲୋଜୀ ଆରମ୍ଭ କରିଛି। ତେବେ ଆସନ୍ତୁ ଆଉ ଡେରି ନକରି ଜାଣିବା ପୂରା ଖବର।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ଯାତ୍ରୀଙ୍କୁ ୱେଟିଙ୍ଗ କିମ୍ବା ଆରଏସି ଟିକେଟକୁ କନଫର୍ମ କରିବା ପାଇଁ କୌଣସି ଟିଟିଇର ଚକ୍କର ଲଗାଇବାକୁ ପଡିବନି। ଏହି ସୁବିଧା ରେଲେଓ୍ଵର ହ୍ୟାଣ୍ଡ ହୋଲଡିଙ୍ଗ ଡିଭାଇସ (HHT) ସାହାଯ୍ୟରେ ମିଳିବ। ଏହି ମେସିନରେ ଖାଲି ସିଟ୍‌ ଗୁଡିକର ରିୟଲ ଟାଇମ ଅପଡେଟ ହେଉଛି। ଯାହାଦ୍ୱାରା ଏହାର ସିଧା ଫାଇଦା ଯାତ୍ରୀଙ୍କୁ ମିଳୁଛି। ଏହାକୁ ବ୍ୟବହାର କରି ପ୍ରତିଦିନ ହଜାର ହଜାର ଯାତ୍ରୀଙ୍କ ଟିକେଟ କନଫର୍ମ ହେଉଛି।

ଟ୍ରେନରେ କୌଣସି ଯାତ୍ରୀ ଯଦି କୌଣସି କାରଣବସତଃ ଯାତ୍ରା କରିପାରିନାହାଁନ୍ତି, ତାହେଲେ ତାଙ୍କ ସିଟ୍‌ ଖାଲି ପଡିଥାଏ। ପୂର୍ବରୁ ଏହି ଖାଲି ସିଟକୁ ୱେଟିଙ୍ଗଙ୍କ ପାଇଁ ଟିଟିଇ ଆଲର୍ଟ କରୁଥିଲେ, କିନ୍ତୁ ଏବେ ଖାଲି ସିଟର ସୂଚନା HHT ଡିଭାଇସରେ ମିଳିଯାଇଥାଏ। ଯଦି ଟ୍ର୍ରେନରେ କୌଣସି ସିଟ୍‌ ଖାଲି ଅଛି, ତାହେଲେ ସେ ୱେଟିଙ୍ଗରେ ଥିବା କିମ୍ବା ଆରସି ଥିବା ଯାତ୍ରୀଙ୍କୁ ମିଳିବ। ଏହାଦ୍ୱାରା ଯାତ୍ରୀଙ୍କୁ ବହୁତ ମାତ୍ରାରେ ସୁବିଧା ହୋଇଯିବ। ଏବଂ ଚଳନ୍ତା ଟ୍ରେନରେ ହିଁ କନଫର୍ମ ଟିକେଟ ମିଳିଯିବ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ନୂଆ ଟେକ୍ନୋଲୋଜିକୁ ଗତ ମାସ ଆରମ୍ଭ କରାଯାଇଥିଲା। HHTମେସିନ୍‌ ଆଇପ୍ୟାଡ ଭଳି ହିଁ ହୋଇଥାଏ। ଏଥିରେ ପାସେଞ୍ଜରଙ୍କ ଚାର୍ଟ ଥାଏ। ଏହି ଚାର୍ଟ ଲଗାତର ଅପଡେଟ ହେଉଥାଏ। ଏଥିରେ ୱେଟିଙ୍ଗ, ଆରସି ଏବଂ କ୍ୟାନ୍ସଲ ସିଟର ସୂଚନା ଲଗାତର ଭାବେ ଅପଡେଟ ହେଉଥାଏ। ଏହି ସୁବିଧା ରେଲୱେ ରିଜର୍ଭେସନ ସିଷ୍ଟମ ସହ ଯୋଡି ହୋଇଥାଏ। ଏଥିପାଇଁ ଏଥିରେ ଯେଉଁ ବିବରଣୀ ଅପଡେଟ ହୋଇଥାଏ ତାହା ୧୦୦ ପ୍ରତିଶତ ସଠିକ ହିଁ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.