Indian Railway ଆଣିଲା ସୁପରଆପ୍, ଗୋଟିଏ ଆପରେ ମିଳିବ ସବୁ ସର୍ଭିସ

ରେଳ ଯାତ୍ରୀଙ୍କ ପାଇଁ ରେଳ ମନ୍ତ୍ରଣାଳୟ ଏକ ନୂଆ ସୁପର ଆପ୍ ପ୍ରକାଶ କରିଛି । ଏହାର ନାମ SwaRail ରଖାଯାଇଛି । ଏଥିରେ ୟୁଜର୍ସମାନେ ଗୋଟିଏ ସ୍ଥାନରେ ଅନେକ ସୁବିଧା ପାଇବାକୁ ଯାଉଛନ୍ତି । ଟେଷ୍ଟିଙ୍ଗ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହା ଉପଲବ୍ଧ କରାଯାଇଛି । ପ୍ରାରମ୍ଭରେ କେବଳ ୧୦୦୦ ଲୋକ ଏହାକୁ ଡାଉନଲୋଡ୍ କରିପାରିବେ । ଏହା ପରେ ଫିଡବ୍ୟାକ୍ ଉପରେ ଆଧାର କରି ଏହା ୧୦,୦୦୦ ଲୋକଙ୍କ ପାଇଁ ଉପଲବ୍ଧ ହେବ ।

ଆବଶ୍ୟକୀୟ ଉନ୍ନତି ପରେ ଏହା ଲଞ୍ଚ ହେବ । ଯାହା ପରେ ସମସ୍ତେ ଏହାକୁ ଡାଉନଲୋଡ୍ କରିପାରିବେ । ରେଲୱେ ବୋର୍ଡ ସଦସ୍ୟ ଦିଲୀପ କୁମାର କହିଛନ୍ତି ଯେ ଏହି ଆପରେ ସମସ୍ତ ସୁବିଧା ଗୋଟିଏ ସ୍ଥାନରେ ଉପଲବ୍ଧ ହେବ । ଏହା ଜାନୁଆରୀ ୩୧ରୁ ଗୁଗୁଲ୍ ପ୍ଲେ ଏବଂ ଆପଲ୍ ଆପ୍ ଷ୍ଟୋର୍‌ରେ ବିଟା ଟେଷ୍ଟିଙ୍ଗ ପାଇଁ ଉପଲବ୍ଧ ହେବ । ଏହି ଆପରେ, ୟୁଜର୍ସମାନେ ସିଙ୍ଗଲ୍ ସାଇନ-ଇନ୍ ସହିତ ସମସ୍ତ ଫିଚର୍ସଗୁଡିକୁ ଆକ୍ସେସ କରିପାରିବେ ।

ଏହାର ଅର୍ଥ ହେଉଛି ଭାରତୀୟ ରେଳବାଇର ସମସ୍ତ ସୁବିଧା ଉପଭୋଗ କରିବାକୁ ୟୁଜରମାନଙ୍କୁ ବାରମ୍ବାର ସାଇନ୍ ଇନ୍ କରିବାକୁ ପଡିବ ନାହିଁ । ଯେଉଁଠାରେ ରିଜର୍ଭ ଏବଂ ଅନରିଜର୍ଭ ବୁକିଂ ପାଇଁ ପୃଥକ ଆପ୍ ଦରକାର ପଡ଼େ ସର୍ଭେ ମାଧ୍ୟମରେ ଜଣାପଡିଛି ଏହି କାର୍ଯ୍ୟଗୁଡ଼ିକ ଏବେ ଗୋଟିଏ ଆପ୍ ମାଧ୍ୟମରେ କରାଯାଇପାରିବ । ଏଥିପାଇଁ ୟୁଜରମାନଙ୍କୁ ପୃଥକ ଭାବରେ ସାଇନ୍ ଅପ୍ କରିବାକୁ ପଡିବ ନାହିଁ । ୟୁଜରମାନେ କେବଳ RailConnect ଏବଂ UTS ଆପର କ୍ରେଡେନ୍ସିଆଲ୍ ସହିତ ସାଇନ୍ ଇନ୍ କରିପାରିବେ ।

ସେଣ୍ଟର ଫର ରେଲୱେ ଇନଫରମେସନ୍ ସିଷ୍ଟମ୍ (CRIS) ଦ୍ୱାରା ବିକଶିତ ଏହି ଆପ୍ ସମସ୍ତ ପ୍ରକାର ଟିକେଟ୍ ବୁକିଂ, ପାର୍ସଲ୍ ଏବଂ ମାଲ ପରିବହନ ଅନୁସନ୍ଧାନ, ଟ୍ରେନ୍ ଏବଂ PNR ସ୍ଥିତି ଅନୁସନ୍ଧାନ, ଖାଦ୍ୟ ଅର୍ଡର, ଅଭିଯୋଗ ପାଇଁ ରେଳ ସହାୟତା ଭଳି ସେବା ଯୋଗାଇବ । ୟୁଜରମାନଙ୍କ ସୁବିଧା ପାଇଁ ଏହା ଡିଜାଇନ୍ କରାଯାଇଛି । ଥରେ ସାଇନ୍ ଇନ୍ ହୋଇଗଲେ, ୟୁଜରମାନେ ବାୟୋମେଟ୍ରିକ୍ସ ମାଧ୍ୟମରେ ମଧ୍ୟ ଏହାକୁ ଆକ୍ସେସ କରିପାରିବେ ।

You might also like