ସାପ କାମୁଡ଼ିଲେ କ’ଣ କରିବେ, ଏହି ମୋବାଇଲ୍‌ ଆପ୍‌ ଦେବ ଇନ୍‌ଷ୍ଟାଣ୍ଟ ସଲ୍ୟୁସନ୍‌

ସାପ କାମୁଡ଼ିବା ଯୋଗୁ ପ୍ରତିବର୍ଷ ଶତାଧିକ ଲୋକଙ୍କ ଜୀବନ ଯାଉଛି। କେଉଁଠି ଚିିକିତ୍ସାର ଅଭାବ ତ ଆଉ କେଉଁଠି ଅସାବଧାନତା ଯୋଗୁ ରୋଗୀର ମୃତ୍ୟୁ ଘଟୁଛି। ତେବେ ବର୍ତ୍ତମାନ ସାପ କାମୁଡ଼ିବାକୁ ରୋକିବା ପାଇଁ ଔଷଧ ସହ ଟେକ୍ନିକର ମଧ୍ୟ ସାହାଯ୍ୟ ନିଆଯାଉଛି। ଗୁଗଲ ପ୍ଲେ ଷ୍ଟୋରରେ ଏବେ ଏକ ଏଭଳି ଆପ୍‌ ଆସିଛି, ଯାହା ସାପ କାମୁଡ଼ିବା ପରେ ଏମରଜେନ୍ସିରେ ସାହାଯ୍ୟ କରିବ।

ଇଣ୍ଡିଆନ୍‌ ସ୍ନେକ୍ସ (Indian Snakes) ନାମକ ଏହି ଆପ୍‌କୁ ଡାଉନ୍‌ଲୋଡ୍‌ କରିବା ପାଇଁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ। ଏହି ଆପ୍‌ ଆପଣଙ୍କ ଅଞ୍ଚଳର ୧୦୦ କିଲୋମିଟର ମଧ୍ୟରେ ଥିବା ମେଡିକାଲ ବିଷୟରେ ସୂଚନା ଦେବ, ଯେଉଁଠାକୁ ଜରୁରୀକାଳୀନ ପରିସ୍ଥିତିରେ ଆପଣ ଯାଇପାରିବେ।

ଏହାସହ ପଢ଼ନ୍ତୁ:  ତେଲ ପକାଇବା ବେଳେ ଆଉ ହେବେନି ଠକାମିର ଶିକାର, ଏହି ଯନ୍ତ୍ର ପଠାଇବ ମୋବାଇଲ୍‌କୁ ନୋଟିଫିକେସନ୍‌

ଜୁଲୋଜିଷ୍ଟ ବିବେକ ଶର୍ମା ଏବଂ ଜୋସ୍‌ ଲୁଇସ୍‌ ମିଶି ଦୁଇ ମାସ ପୂର୍ବରୁ ଏହି ଆପ୍‌ର ନିର୍ମାଣ କରିଛନ୍ତି। ଲୁଇସ୍‌ କହିଛନ୍ତି ଯେ ଏମରଜେନ୍ସିରେ ଆପଣଙ୍କୁ ଆଉ କେଉଁଠାକୁ ଯିବା ଆବଶ୍ୟକତା ନାହିଁ। ଏହି ଗୋଟିଏ ଆପ୍‌ରେ ଆପଣ ସବୁ କିଛି ପାଇପାରିବେ। ଏହି ଆପ୍‌ରେ କମ୍‌ ସେ କମ୍‌ ୨୦୨ଟି ସାର୍ଟିଫାୟାଡ୍‌ ସାପ ଧରାଳୀଙ୍କ ସୂଚନା ରହିଛି। ଏଥିସହ ସାପ କାମୁଡ଼ିବା ପରେ ଦିଆଯାଉଥିବା ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ ଯେ, ନିକଟରେ ସାପ କାମୁଡ଼ିବା ଯୋଗୁ କେରଳରେ ୧୦ ଜଣ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.