୬ହଜାରରୁ କମ ଦାମ୍‌ ରେ ଭାରତରେ ଲଞ୍ଚ ହେଲା Infinix HD Smart 2021 ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଖାସିୟତ୍‌

ଇନଫିନିକ୍ସ (Infinix) ଭାରତରେ ନିଜର ନୂଆ ସ୍ମାର୍ଟଫୋନ Infinix HD Smart 2021 ଲଞ୍ଚ କରିଛି। ଏହି ଫୋନ୍‌ ଗତକାଲି ମଧ୍ୟାହ୍ନ ୧୨ ଟାରେ ଲଞ୍ଚ ହୋଇଛି। ଫୋନ୍‌ ର ଟିଜର୍‌ କିଛି ଦିନ ପୂର୍ବରୁ ଜାରି କରାଯାଇଥିଲା, ଯାହାଦ୍ୱାରା ଫୋନର କିଛି ଫିଚର୍ସ ଏବଂ ମୂଲ୍ୟ ଜଣାପଡିଥିଲା। ଫ୍ଲିପକାର୍ଟ ଲିଷ୍ଟ ଏବଂ କମ୍ପାନୀର ଟ୍ଵିଟରରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଇନଫିନିକ୍ସ ସ୍ମାର୍ଟ HD 2021 ର ମୂଲ୍ୟ ୫,୯୯୯ ଟଙ୍କା ରହିଛି। ତେବେ ଜାଣନ୍ତୁ କ’ଣ ରହିଛି ଏହି ଫୋନର ଫିଚର୍ସ।

infinixଇନଫିନିକ୍ସ ସ୍ମାର୍ଟ ଏଚଡି ୨୦୨୧ ରେ ୬.୧ ଇଞ୍ଚର IPS HD+ ଡିସପ୍ଲେ ରହିଛି, ଯାହା 720X1560 ପିକ୍ସଲ ରେଜଲ୍ୟୁସନ୍‌ ସହ ଆସିଛି। ଏଥିସହ ଏହି ଫୋନରେ ୨ ଜିବି ରାମ୍‌ ଏବଂ ୩୨ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ସହ ଲଞ୍ଚ କରାଯାଇଛି। କିନ୍ତୁ ଏହି ଫୋନର ପ୍ରୋସେସର୍‌ ବିଷୟରେ ବର୍ତ୍ତମାନ କିଛି ସୂଚନା ମିଳିନାହିଁ। ଫୋନରେ ମେମୋରୀର ଆବଶ୍ୟକତା ପଡିଲେ ମାଇକ୍ରୋ ଏଚଡି କାର୍ଡ ସାହାଯ୍ୟରେ ୨୫୬ ଜିବି ପର୍ଯ୍ୟନ୍ତ ବଢାଯାଇପାରିବ। ଏହି ଫୋନ ଆଣ୍ଡ୍ରୋଏଡ୍‌ ୧୦ ଗୋ ଏଡିଶନ୍‌ ଅପେରେଟିଂ ସିଷ୍ଟମ ଉପରେ କାମ କରିଥାଏ।

କ୍ୟାମେରା କଥା କହିବାକୁ ଗଲେ ଏହି ଫୋନରେ ୮ ମେଗାପିକ୍ସଲ ର କ୍ୟାମେରା ଦିଆଯିବ। ଏହି ସିଙ୍ଗଲ୍‌ କ୍ୟାମେରା ସ୍କେ୍ଵୟାର ସେପ୍‌ କ୍ୟାମେରା ମଡ୍ୟୁଲ୍‌ ଭିତରେ ଫିକ୍ସ ରହିଛି। ଫ୍ରଣ୍ଟ କ୍ୟାମେରା କଥା କହିବାକୁ ଗଲେ ଏହି ଫୋନରେ ୮ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ରହିଛି। ସବୁଠାରୁ ଖାସ୍‌ କଥା ହେଉଛି ଏହି ଫୋନର କ୍ୟାମେରାରେ 30 fps ରେ 1080 ପିକ୍ସଲ ରିଜୋଲ୍ୟୁସନ୍‌ ଭଳି ଭିଡିଓ ରେକଡିଂ କରାଯାଇପାରିବ।

infinix phoneଫୋନର ସବୁଠାରୁ ଖାସ୍‌ ଫିଚର୍ସ ହେଉଛି ଏହାର ବ୍ୟାଟେରୀ। ଚାର୍ଜ ଦେବା ପାଇଁ ଏଥିରେ 5000mAh ର ବ୍ୟାଟେରୀ ଦିଆଯାଇଛି, ଯାହା 5W ର ଫାଷ୍ଟ ଚାର୍ଜିଂ ସହ ଲଞ୍ଚ ହୋଇଛି। ସେହିଭଳି କନେକ୍ଟିଭିଟି କଥା କହିବାକୁ ଗଲେ ଏହି ଫୋନରେ ବ୍ଲୁଟୁଥ୍‌, ଓ୍ଵାଇ-ଫାଇ 802.11 b/g/n, ମାଇକ୍ରୋ ୟୁଏସବି ପୋର୍ଟ ଏବଂ 3.5 mm ହେଡଫୋନ ଜୈକ୍‌ ଭଳି ଫିଚର୍ସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.