ଭାରତରେ ଲଞ୍ଚ ହେଲା Infinix Hot 50 Pro, କମ୍ ଦାମରେ ମିଳିବ ବଢିଆ ଫିଚର୍ସ

ଇନଫିନିକ୍ସ ଭାରତରେ ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିଛି । Hot ସିରିଜର ଏହି ବଜେଟ୍ ସ୍ମାର୍ଟଫୋନରେ ୫୦୦୦mAh ବ୍ୟାଟେରୀ, ୮ ଜିବି ରାମ୍, ୨୫୬ ଜିବି ଷ୍ଟୋରେଜ୍ ଭଳି ବଢିଆ ଫିଚର୍ସ ଅଛି । ଇନଫିନିକ୍ସର ଏହି ଦମଦାର ସ୍ମାର୍ଟଫୋନ୍ ତିନୋଟି କଲର୍ ଅପ୍ସନ – ଗ୍ଲାସିଆଲ୍ ବ୍ଲୁ, ସ୍ଲିକ୍ ବ୍ଲୁ ଏବଂ ଟାଇଟାନିୟମ୍ ଗ୍ରେରେ ଲଞ୍ଚ କରାଯାଇଛି । ଏହା ବର୍ଷ ଆରମ୍ଭରେ ଆରମ୍ଭ ହୋଇଥିବା Infinix Hot 40 Proକୁ ରିପ୍ଲେସ କରିବ ।
Infinix Hot 50 Pro ବିଶ୍ୱ ବଜାରରେ ପରିଚିତ ହୋଇଛି । ତେବେ କମ୍ପାନୀ ଏହି ସ୍ମାର୍ଟଫୋନର ମୂଲ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରି ନାହିଁ । ଏହା ଏକ 4G ସ୍ମାର୍ଟଫୋନ୍ ଏବଂ ଏଥିରେ MediaTek Helio G100 ପ୍ରୋସେସର ଅଛି । ଏହି ବଜେଟ୍ ସ୍ମାର୍ଟଫୋନରେ IP54 ୱାଟର ଏବଂ ଡଷ୍ଟ ରେଟିଙ୍ଗ ଫିଚର୍ସ ଅଛି ।
Infinix Hot 50 Pro ଫିଚର୍ସ:
ଏହି ସ୍ମାର୍ଟଫୋନରେ ୬.୭ ଇଞ୍ଚ FHD + AMOLED ଡିସପ୍ଲେ ଅଛି, ଯାହା IPS LTPS ଟେକ୍ନୋଲୋଜିକୁ ସପୋର୍ଟ କରେ । ଫୋନର ଡିସପ୍ଲେ ୧୨୦Hz ହାଇ ରିଫ୍ରେସ ରେଟ୍ ଫିଚରକୁ ସପୋର୍ଟ କରେ ଏବଂ ଏହାର ପିକ୍ ବ୍ରାଇଟନେସ ୧୮୦୦ ନିଟ୍ସ ପର୍ଯ୍ୟନ୍ତ ଦିଆଯାଇଛି । ଇନଫିନିକ୍ସର ଏହି ଶସ୍ତା ଫୋନରେ ଏକ ପଞ୍ଚ-ହୋଲ୍ ଡ଼ିସପ୍ଲେ ଡିଜାଇନ୍ ରହିବ । ଫୋନର ପରଫରମାନ୍ସ ବିଷୟରେ କହିବାକୁ ଗଲେ ମିଡିଆଟେକର ନୂଆ ପ୍ରୋସେସର Helio G100 ଏଥିରେ ବ୍ୟବହୃତ ହୋଇଛି ।
ଫୋନରେ ୮GB RAM ଅଛି, ଯାହାକୁ ୧୬GB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ । ଏହି ଫୋନ୍ ୨୫୬ ଜିବି ଇଣ୍ଟରନାଲ୍ ଷ୍ଟୋରେଜ୍ କୁ ସପୋର୍ଟ କରେ, ଯାହା ମାଇକ୍ରୋ SD କାର୍ଡ ମାଧ୍ୟମରେ ୨TB ପର୍ଯ୍ୟନ୍ତ ଏକ୍ସପାଣ୍ଡ ହୋଇପାରିବ । Infinix Hot 50 Pro ପଛରେ ଡୁଆଲ୍ କ୍ୟାମେରା ସେଟଅପ୍ ଉପଲବ୍ଧ । ଫୋନରେ ୫୦MP ମେନ୍ କ୍ୟାମେରା ରହିବ, ଯେଉଁଥିରେ ୨MP କ୍ୟାମେରା ମଧ୍ୟ ମିଳିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏକ ୮MP କ୍ୟାମେରା ଯୋଗାଇ ଦିଆଯାଇଛି ।
କନେକ୍ଟିଭିଟି ପାଇଁ, ଇନଫିନିକ୍ସର ଏହି ଶସ୍ତା ଫୋନକୁ ବ୍ଲୁଟୁଥ୍ ୫.୪, NFC, FM ରେଡିଓ, ୩.୫ ମିମି ଅଡିଓ ଜ୍ୟାକ୍ ଭଳି ଫିଚର୍ସ ପ୍ରଦାନ କରାଯାଇଛି । ଫୋନରେ ଇନ-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ମଧ୍ୟ ସମର୍ଥିତ । ଏହି ଫୋନ୍ ୫୦୦୦mAh ବ୍ୟାଟେରୀ ଏବଂ ୩୩W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ ଏବଂ ଆଣ୍ଡ୍ରଏଡ୍ 14 ଅପରେଟିଂ ସିଷ୍ଟମରେ କାମ କରେ ।