ମାତ୍ର ୬୯୯୯ ଟଙ୍କାରେ ପାଆନ୍ତୁ ତିନିଟି କ୍ୟାମେରା ଥିବା ସ୍ମାର୍ଟଫୋନ୍‌

ସ୍ମାର୍ଟଫୋନ୍‌ କମ୍ପାନୀ Infinix ଭାରତରେ ଏକ ଶସ୍ତାଫୋନ୍‌ ଲଞ୍ଚ୍‌ କରିଛି। Infinix Hot 8 ନାମକ ଏହି ଫୋନ୍‌ର ଦାମ୍‌ ୬,୯୯୯ଟଙ୍କା ଥିବା ବେଳେ ଏଥିରେ ବହୁ ଅତ୍ୟାଧୁନିକ ଫିଚର ରହିଛି। ଏବେ ଫ୍ଲିପକାର୍ଟରେ ଏହି ଫୋନ୍‌ର ବିକ୍ରି ଆରମ୍ଭ ହୋଇଛି।

Infinix Hot 8 ର ସ୍ପେସିଫିକେସନ୍‌

ଏହି ଫୋନ୍‌ରେ ୧୬୦୦x୭୨୦ ପିକ୍ସେଲ ରିଜଲ୍ୟୁସନ୍‌ଯୁକ୍ତ ୬.୫୩ ଇଞ୍ଚର HD+ ଡିସ୍‌ପ୍ଲେ ରହିଛି। ଏହାର ଡିସ୍‌ପ୍ଲେରେ ୨.୫ଡି କ୍ୱାର୍ଡ ଗ୍ଲାସ୍‌ ପ୍ରୋଟେକ୍ସନ୍‌ ରହିଛି। ଏହି ଫୋନ୍‌ରେ କ୍ଲକ ସ୍ୱିଡ୍‌ ୨ GHzର ମିଡିଆଟେକ୍‌ର ଅକ୍ଟାକୋର ହିଲିୟୋ P୨୨ ପ୍ରୋସେସ୍‌ର ମିଳିବ। ଏଥିସହ ଫୋନ୍‌ରେ ୪ ଜିବି ରାମ ସହ ୬୪ ଜିବିର ଷ୍ଟୋରେଜ ମିଳିବ। ମେମୋରି କାର୍ଡ ଦ୍ୱାରା ଏହାକୁ ୨୫୬ ଜିବି ପର୍ଯ୍ୟନ୍ତ ବଢ଼ାଇ ହେବ। ପାଞ୍ଚୋଟି କଲରରେ ଏହା ଉପଲବ୍ଧ।

 

କ୍ୟାମେରା

ଏହି ଫୋନ୍‌ରେ ୧୩ ମେଗାପିକ୍ସେଲ, ୨ ମେଗାପିକ୍ସେଲ ଏବଂ ଲୋ ଲାଇଟ୍‌ଲେନ୍ସର ତିନିଟି ରିୟର କ୍ୟାମେରା ମିଳିବ। ଫୋନ୍‌ର ଫ୍ରଣ୍ଟରେ ଫ୍ଲାସ୍‌ ଲାଇଟ୍‌ ସହ ୮ ମେଗାପିକ୍ସେଲର କ୍ୟାମେରା ରହିଛି।

ଏହାସହ ପଢ଼ନ୍ତୁ: ଏବେ ମଶାଙ୍କ ଗୁଣୁଗୁଣୁ ଶବ୍ଦକୁ ବ୍ୟବହାର କରି ମରାଯିବ ମଶା, ବୈଜ୍ଞାନିକଙ୍କ ନୂଆ ଉଦ୍ଭାବନ

ବ୍ୟାଟେରୀ ଓ କନେକ୍ଟିଭିଟି

Infinix Hot 8 ରେ ଆଣ୍ଡ୍ରଏଡ ୯.୦ ସହ ୫୦୦୦MAHର ବ୍ୟାଟେରୀ ମିଳିବ। ଏହି ଫୋନ୍‌ରେ ଆପଣ ୪ଜି ନେଟଓ୍ଵର୍କରେ ୨୨.୫ ଘଣ୍ଟା ଧରି କଥା ହୋଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏଥିସହ ଫୋନ୍‌ରେ ଡୁଆଲ ସିମ୍‌ ସପୋର୍ଟ, ୪ଜି ଭୋଲ୍ଟି, ବ୍ଲୁ ଟୁଥ୍‌ ୫.୦ ଓ୍ଵାଇଫାଇ, ଜିପିଏସ୍‌ ଏବଂ ୟୁଏସ୍‌ବି ପୋର୍ଟ ଭଳି ଫିଚର ରହିଛି। ସେହିପରି ଫୋନ୍‌ ପଛପଟେ ଫିଙ୍ଗରପ୍ରିଣ୍ଟ ସେନ୍ସର ଏବଂ ଫେସ୍‌ଅନ୍‌ଲକ୍‌ ଭଳି ଅତ୍ୟାଧୁନିକ ସୁବିଧା ମଧ୍ୟ ଉପଲବ୍ଧ ରହିଛି।