୪ଟି କ୍ୟାମେରା ସହିତ ଲଞ୍ଚ ହେଲା Infinix Hot 9, Hot 9 Pro ସ୍ମାର୍ଟଫୋନ, ଦାମ୍‌ ବହୁତ କମ୍‌

Infinix Hot 9, Infinix Hot 9 Pro ଦୁଇଟି ସ୍ମାର୍ଟଫୋନ ଭାରତୀୟ ବଜାରରେ ଲଞ୍ଚ ହୋଇଛି। ଏହି ଦୁଇଟି ଫୋନରେ ୫୦୦୦ ହଜାର ବ୍ୟାଟେରୀ କ୍ଷମତା ସହିତ କ୍ୱାର୍ଡ ରିଅର କ୍ୟାମେରା ସେଟଅପ୍‌ ମଧ୍ୟ ରହିଛି। ଫୋନର ବ୍ୟାକରେ ମଧ୍ୟ ଫିଙ୍ଗରପ୍ରିଣ୍ଟ ସେନସର ରହିଛି। ଏହାଛଡା ଏହି ଫୋନରେ ଫେସ ଅନଲକ, ଏଆର ଇମୋଜୀ ଏବଂ DTS Audio ଟେକ ରହିଛି।

phone 1

ଏହି ଫୋନ ସିରିଜରେ ୬.୬ ଇଞ୍ଚର ଡିସପ୍ଲେ ରହିଥିବା ବେଳେ ଦୁଇଟି ଫୋନରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୮ ମେଗାପିକ୍ସେଲ କ୍ୟାମେରା ରହିଛି। Infinix Hot 9 Pro ଫୋନରେବ୍ୟାକରେ ପ୍ରାଇମେରୀ ସେନସର ୪୮ ମେଗାପିକ୍ସେଲର ରହିଛି ।

phone

Infinix Hot 9 ଫୋନ ୮,୪୯୯ ଟଙ୍କାରେ ମିଳୁଥିବା ବେଳେ ଏଥିରେ ୪ ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜ ରହିଛି। ସେହିପରି Infinix Hot 9 Pro ର ମୂଲ୍ୟ ୯,୪୯୯ ଟଙ୍କା ରହିଛି। ଏଥିରେ ୪ ଜିବି ରାମ ସହିତ ୬୪ ଜିବି ଷ୍ଟୋରେଜ ରହିଛି। ଫୋନ ଦୁଇଟି କଲର ଓସିୟନ େଓ୍ଵଭ ଏବଂ ଭାଓଳେଟ କଲରରେ ମିଳୁଛି। ଏହି ଫୋନର ପ୍ରଥମ ସେଲ ଆସନ୍ତା ଜୁନ୍‌ ୫ ତାରିଖରୁ ଫ୍ଲିଫକାର୍ଟରେ ଆରମ୍ଭ ହେବ।

You might also like