ଟେକ୍

୨୧ ଜୁନରେ ଲଞ୍ଚ ହେବାକୁ ଯାଉଛି Infinix Note 40 5G, 120W ଫାଷ୍ଟ ଚାର୍ଜିଂ ସହ ମିଳିବ 108MP କ୍ୟାମେରା

ସ୍ମାର୍ଟଫୋନ୍ କମ୍ପାନୀଗୁଡିକ ପାଇଁ ଭାରତ ଏକ ବଡ ବଜାର । ବର୍ଷର ବାର ମାସ, କମ୍ପାନୀମାନେ ସେମାନଙ୍କ ଫ୍ୟାନ୍ସ ଏବଂ ଗ୍ରାହକଙ୍କ ପାଇଁ ବଜାରରେ ନୂତନ ସ୍ମାର୍ଟଫୋନ୍ ଲଞ୍ଚ ଜାରି ରଖନ୍ତି । ଯଦି ଆପଣ ଏହି ମାସରେ ଏକ ନୂଆ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଟେକ୍ କମ୍ପାନୀ ଇନଫିନିକ୍ସ ଜୁନ୍ ମାସରେ ଏକ ନୂତନ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି ।

କମ୍ପାନୀର ଆଗାମୀ ସ୍ମାର୍ଟଫୋନ୍ Infinix Note 40 5G ହେବ ଯାହା ଶୀଘ୍ର ବଜାରକୁ ଆସିବ । ଇନଫିନିକ୍ସ ଭାରତୀୟ ବଜାରରେ Infinix Note 40 5G ଲଞ୍ଚ କରିବାକୁ ଯାଉଛି । ପୂର୍ବରୁ ଏହି ସ୍ମାର୍ଟଫୋନ୍ ସମ୍ବନ୍ଧୀୟ କିଛି ଲିକ୍ ମଧ୍ୟ ବାହାରକୁ ଆସୁଥିଲା । ବର୍ତ୍ତମାନ ଭାରତରେ ଏହାର ଲଞ୍ଚ ଡେଟ ମଧ୍ୟ କମ୍ପାନୀ ଦ୍ୱାରା ନିଶ୍ଚିତ ହୋଇଛି ।

ଏହି ସ୍ମାର୍ଟଫୋନରେ ଗ୍ରାହକମାନେ ଏକ ପାୱାରଫୁଲ୍ ବ୍ୟାଟେରୀ ସହିତ ଏକ ଦମଦାର ପ୍ରୋସେସର୍ ପାଇବାକୁ ଯାଉଛନ୍ତି । ଯଦି ଆପଣ ମଧ୍ୟ ଏହି ଆଗାମୀ ସ୍ମାର୍ଟଫୋନ୍ ପାଇଁ ଅପେକ୍ଷା କରୁଛନ୍ତି, ତେବେ ଆପଣଙ୍କୁ କହି ରଖୁଛୁ ଯେ କମ୍ପାନୀ ୨୧ ଜୁନ୍ ୨୦୨୪ ରେ ଭାରତରେ Infinix Note 40 5G ଲଞ୍ଚ କରିବାକୁ ଯାଉଛି ।

ଇନଫିନିକ୍ସର ଏହି ସ୍ମାର୍ଟଫୋନ୍ ସାଓମି, ରିୟଲମି, ଓପୋ, ସାମସଙ୍ଗର ବଜେଟ୍ ଏବଂ ମିଡ୍ ରେଞ୍ଜ୍ ସେଗମେଣ୍ଟ ସ୍ମାର୍ଟଫୋନକୁ କଠୋର ପ୍ରତିଯୋଗିତା ଦେବାକୁ ଯାଉଛି । ତେଣୁ ଯଦି ଆପଣ ଏକ ନୂଆ ଫୋନ୍ କିଣିବାକୁ ଯାଉଛନ୍ତି ତେବେ କେବଳ ଗୋଟିଏ ସପ୍ତାହ ଅପେକ୍ଷା କରନ୍ତୁ ଏବଂ ତାପରେ ଆପଣ ଏକ ନୂଆ ଅପ୍ସନ ପାଇପାରିବେ ।

Infinix Note 40 5G ସ୍ପେସିଫିକେସନ୍ସ:

ଇନଫିନିକ୍ସର ଏହି ଆଗାମୀ ସ୍ମାର୍ଟଫୋନ୍ ସମ୍ବନ୍ଧରେ ଏପର୍ଯ୍ୟନ୍ତ ବାହାରିଥିବା ସମସ୍ତ ଲିକ୍ ଅନୁଯାୟୀ କମ୍ପାନୀ କେବଳ ଭାରତୀୟ ବଜାରରେ ଫିଲିପାଇନ୍ସ ଭାରିଆଣ୍ଟ ଲଞ୍ଚ କରିବ । ତେଣୁ, ୟୁଜର୍ସମାନେ ଏଥିରେ ୬.୭ ଇଞ୍ଚର ଏକ ବଡ଼ ଡିସପ୍ଲେ ପାଇପାରିବେ । ଏଥିରେ ଡିସପ୍ଲେ ପାଇଁ MediaTek Dimensity ୭୦୨୦ ଚିପସେଟ୍ ଦିଆଯାଇପାରେ ।

ଆଉଟ ଅଫ ଦ ବକ୍ସ, ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 14 ରେ ଚାଲିବ ଏବଂ ଏଥିରେ ୮ ଜିବି ରାମ୍ ଏବଂ ୨୫୬ ଜିବି ଷ୍ଟୋରେଜ୍ ରହିପାରେ । ଯଦି ଆମେ ଏହାର କ୍ୟାମେରା ସେଗମେଣ୍ଟ ବିଷୟରେ କଥା ହେଉ, ତେବେ ଏହି ସ୍ମାର୍ଟଫୋନ୍ Infinix Note 40 5G ରେ ଫଟୋଗ୍ରାଫି ପାଇଁ ଟ୍ରିପଲ୍ କ୍ୟାମେରା ସେଟଅପ୍ ଦିଆଯାଇପାରେ ।

ଏଥିରେ ଆପଣ ଟପ୍ ନଚ୍ କ୍ୟାମେରା କ୍ବାଲିଟୀ ପାଇପାରିବେ କାରଣ ଏହାର ପ୍ରାଇମେରୀ କ୍ୟାମେରା ୧୦୮ ମେଗାପିକ୍ସେଲ ସେନ୍ସର ସହିତ ଆସିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୩୨ ମେଗାପିକ୍ସେଲ କ୍ୟାମେରା ରହିବ । ଏହି ସ୍ମାର୍ଟଫୋନରେ ୪୫୦୦mAh ର ଏକ ବଡ ବ୍ୟାଟେରୀ ମିଳିପାରିବ ।

Srujanika Panda

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

9 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

11 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

14 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

20 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

35 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago