ଅଗଷ୍ଟ ୫ରେ ଲଞ୍ଚ ହେବାକୁ ଯାଉଛି Infinix Note 40X, ଜାଣନ୍ତୁ କ’ଣ ରହିଛି ଫିଚର୍ସ

Infinix Note 40 ସିରିଜର ଆଉ ଏକ ଶସ୍ତା ଫୋନ୍ ଖୁବ୍ ଶୀଘ୍ର ଭାରତୀୟ ମାର୍କେଟକୁ ଆସିବାକୁ ଯାଉଛି । ଇନଫିନିକ୍ସର ଏହି ଫୋନ୍ ଆସନ୍ତା ମାସ ଆରମ୍ଭରେ ଲଞ୍ଚ ହେବ । ଏବେ କମ୍ପାନୀ ଏହି ଫୋନର ଲଞ୍ଚ ଡେଟ ନିଶ୍ଚିତ କରିଛି । ଏହି ସ୍ମାର୍ଟଫୋନ୍ ଲାଇମ୍ ଗ୍ରୀନ୍, ପାମ ବ୍ଲୁ ଏବଂ ଷ୍ଟାରଲିଟ୍ ବ୍ଲାକ୍ କଲର ଅପ୍ସନରେ ଲଞ୍ଚ ହେବ । ବର୍ତ୍ତମାନ ଏହି ଫୋନର ଫଟୋ କମ୍ପାନୀ ଦ୍ୱାରା ମଧ୍ୟ ସେୟାର କରାଯାଇଛି, ଯେଉଁଥିରେ ଫୋନର କ୍ୟାମେରା ଡିଜାଇନ୍ ଆଇଫୋନ୍ 15 ପ୍ରୋ ପରି ନଜର ଆସିଛି ।
ଇନଫିନିକ୍ସ ଏହାର ପ୍ରେସ ରିଲିଜରେ ଫୋନର ଲଞ୍ଚ ଡେଟ ନିଶ୍ଚିତ କରିଛି । ଏହି ସ୍ମାର୍ଟଫୋନ୍ ଆସନ୍ତା ଅଗଷ୍ଟ ୫ରେ ଭାରତରେ ଲଞ୍ଚ ହେବାକୁ ଯାଉଛି । ଏହି ସିରିଜର ଅନ୍ୟ ଫୋନ୍ ପରି ଏହା ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ସେଲ ପାଇଁ ଉପଲବ୍ଧ ହେବ ।
Infinix Note 40X ଫିଚର୍ସ:
ଫୋନର ଡିଜାଇନ୍ ବିଷୟରେ କହିବାକୁ ଗଲେ ଏହାର ବ୍ୟାକରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି । ଏହା ବ୍ୟତୀତ ଫୋନ୍ ପଛରେ ଏଲଇଡି ଫ୍ଲାସ୍ ଲାଇଟ୍ ମଧ୍ୟ ରହିଛି । ଫୋନ୍ ପଛରେ ଗ୍ଲସି ଫିନିଶ୍ ଦିଆଯାଇଛି । ଫୋନ୍ ସାମ୍ନାରେ ସେଣ୍ଟର୍ ହୋଲ୍ ପଞ୍ଚ କଟଆଉଟ୍ ଡିଜାଇନ୍ ସହିତ ଏକ ସେଲଫି କ୍ୟାମେରା ଯୋଗାଇ ଦିଆଯିବ । ଫୋନର ଏପର୍ଯ୍ୟନ୍ତ ନିଶ୍ଚିତ ହୋଇଥିବା ଫିଚର୍ସ ବିଷୟରେ କହିବାକୁ ଗଲେ ଏହାକୁ ୬. ୭୮ ଇଞ୍ଚ ଫୁଲ୍ HD ପ୍ଲସ୍ ଡ଼ିସପ୍ଲେ ସହିତ ଲଞ୍ଚ କରାଯିବ ।
ଏହି ସମୟରେ, AI ଫିଚର ସହିତ ଏକ ୧୦୮MP ମେନ୍ କ୍ୟାମେରା ଏହାର ବ୍ୟାକରେ ଉପଲବ୍ଧ ହେବ । ଏହି ଫୋନରେ ମିଡିଆଟେକ୍ ଡାଇମେନସିଟି 6300 ପ୍ରୋସେସର ମିଳିପାରିବ । ଏହା ସହିତ ଏହା ୮GB ରାମ୍ ଏବଂ ୨୫୬GB ଅନ୍ବୋର୍ଡ ଷ୍ଟୋରେଜ୍ ସହିତ ଉପଲବ୍ଧ ହୋଇପାରିବ । ଏହି ଇନଫିନିକ୍ସ ଫୋନରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୮MP କ୍ୟାମେରା ରହିବ । କନେକ୍ଟିଭିଟି ପାଇଁ ଫୋନରେ ବ୍ଲୁଟୁଥ୍ ଏବଂ NFC କନେକ୍ଟିଭିଟି ଫିଚର ମଧ୍ୟ ମିଳିପାରିବ ।
ଏହା ବ୍ୟତୀତ ଫୋନରେ ବାୟୋମେଟ୍ରିକ୍ସ ପାଇଁ ଫିଙ୍ଗର ପ୍ରିଣ୍ଟ ସେନ୍ସର ମଧ୍ୟ ରହିବ । ଇନଫିନିକ୍ସର ଏହି ଫୋନ୍ ୫୦୦୦mAh ବ୍ୟାଟେରୀ ଏବଂ ୧୮W ଫାଷ୍ଟ ଚାର୍ଜିଂ ଫିଚରକୁ ସପୋର୍ଟ କରିବାକୁ ଯାଉଛି । ତେବେ ଫୋନର କେବଳ କିଛି ଫିଚର୍ସ କମ୍ପାନୀ ଦ୍ୱାରା ନିଶ୍ଚିତ ହୋଇଛି । ଅନ୍ୟ ସମସ୍ତ ଫିଚର୍ସ ପୂର୍ବରୁ ଆସିଥିବା ଲିକ୍ ରିପୋର୍ଟ ଉପରେ ଆଧାରିତ ।