ବଡ ଡିସପ୍ଲେ ଓ ଦମ୍‌ଦାର ବ୍ୟାଟେରୀ ସହିତ ଲଞ୍ଚ ହେଲା Infinix Smart 4 Plus, ଜାଣନ୍ତୁ ଦାମ୍‌ ଏବଂ ଫିଚର୍ସ

ଆଜି ଭାରତରେ ଲଞ୍ଚ ହେଉଛି Infinix Smart 4 Plus। ଆଜି ଦିନ ୧୨ଟାରୁ ଏହି ଫୋନ ଇ- କର୍ମସ ସାଇଟ୍‌ ଫ୍ଲିପକାର୍ଟରେ ଉପଲବ୍ଧ ହେବ। ଏହି ଫୋନର ଡିସପ୍ଲେ ଏବଂ ବ୍ୟାଟେରୀ ବିଷୟରେ ଟିଜର ପୂର୍ବରୁ ରିଲିଜ ହୋଇସାରିଥିଲା। ଫୋନରେ ୬. ୮୨ ଇଞ୍ଚ HD+ ଡିସପ୍ଲେ ମିଳିବ। ଅଧିକ ସମୟ ଚାର୍ଜ ରହିବା ପାଇଁ ଏହି ଫୋନରେ ୬୦୦୦mAhର ବ୍ୟାଟେରି ସୁବିଧା ରହିଛି ।

ଗତ ବର୍ଷ କମ୍ପାନୀ ଲଞ୍ଚ କରିଥିବା Smart Plus 3କୁ ଲଞ୍ଚ କରିଥିଲା ଏବଂ ନୂଆ Smart Plus 3ର ଉନ୍ନତ ଭର୍ସନ ହେଉଛି Smart 4 Plus 4 । ଏହି ଫୋନରେ 3GB RAMର ସୁବିଧା ମିଳିବ। ଏହାଛଡା ଏଥିରେ ୧୦ ଆଣ୍ଡ୍ରଏଡ଼ ଅପରେଟିଙ୍ଗ ସିଷ୍ଟମ ମଧ୍ୟ କାମ କରିବ । ଫଟୋଗ୍ରାଫି ପାଇଁ ଏହି ଫୋନରେ ଟ୍ରିପଲ ରିୟର କ୍ୟାମେରା ବା କ୍ୱାଡ ରିଅର କ୍ୟାମେରାର ସେଟଅପ ରହିଛି ।

infinix-smart-4

Infinix Smart 4 Plusର ମୁକାବିଲା ସାମସଙ୍ଗ୍ ଗାଲାକ୍ସୀ M21 ସହିତ ହେବ। ଏହି ଫୋନର ଦାମ ୧୩,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ୬.୪ ଫୁଲ ୬.୪ ଏଚଡି ପ୍ଲସ ଇନଫିନିଟି-ୟୁ ଡିସ୍ପଲେ sAMOLED ରହିଛି । ଏହାର ଆସପେକ୍ଟ ରେସିଓ ୧୯:୫:୯ ହୋଇଥିବା ବେଳେ ଏହାର ଡିସ୍ପଲେରେ କର୍ନିଙ୍ଗ୍ ଗୋରିଲା ଗ୍ଲାସର ୩ ସୁରକ୍ଷା ରହିଛି । ପରଫରମାନ୍ସ ପାଇଁ ଏହି ଫୋନରେ ଅକ୍ଟୋ-କୋର ଏକ୍ସିନୋସ ୯୬୧୧ ପ୍ରୋସେସର ଦିଆଯାଇଛି। ସେହିପରି ପାଓ୍ଵାର ପାଇଁ ଫୋନରେ ୬୦୦୦ ଏମଏଚର ବ୍ୟାଟେରୀ ଦିଆଯାଇଛି, ଯାହା15W ଫାଷ୍ଟ ର୍ଚାଜଂକୁ ସ୍ପିଡ କରିଥାଏ ।

Infinix-phone

ଆଣ୍ଡ୍ରଏଡ଼ ୧୦ ଉପରେ ଆଧାରିତ ଏହି ଫୋନ One UI 2.0ରେ କାମ କରିଥାଏ । ଫଟୋଗ୍ରାଫି ପାଇଁ ଏହି ଫୋନର ରିୟରରେ ଟ୍ରିପଲ ସେଟଅପ କ୍ୟାମେରାର ସୁବିଧା ରହିଛି, ଯେଉଁଥିରେ ପ୍ରାଇମେରି ସେସଂର ୪୮ ମେଗାପିକ୍ସଲ ଥିବା ବେଳେ ଦ୍ୱିତୀୟ ଓ ତୃତୀୟ କ୍ୟାମେରାରେ ଯଥାକ୍ରମେ ୮ ଓ ୫ ମେଗାପିକ୍ସଲର ଡେପ୍ଥ ସେନ୍ସର ରହିଛି । ସେହିପରି ସେଲ୍ଫି ପାଇଁ ଫୋନରେ ୨୦ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି।

Leave A Reply

Your email address will not be published.