ଲଞ୍ଚ ହୋଇଛି Infinix ର ନୂଆ ମଡେଲ୍, ରହିଛି ଦମଦାର୍ ଫିଚର୍ସ ସହିତ ଜବରଦସ୍ତ ବ୍ୟାଟେରୀ

Infinix ଭାରତରେ ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିଛି । କମ୍ପାନୀ ଏହାର ସ୍ମାର୍ଟ ସିରିଜର ଏହି ନୂତନ ମଡେଲ ଉପସ୍ଥାପନ କରିଛି । ଏହି ଫୋନ୍ ହେଉଛି ଡିସେମ୍ବର ୨୦୨୩ ରେ ଲଞ୍ଚ ହୋଇଥିବା Infinix Smart 8 HD ର ପରବର୍ତ୍ତୀ ମଡେଲ୍ । ୫୦୦୦mAh ର ଦମଦାର୍ ବ୍ୟାଟେରୀ ସହିତ ଫୋନର ଭଲ ଫିଚର୍ସ ଦିଆଯାଇଛି । Infinix ର ଏହି ନୂଆ ମଡେଲ୍ Smart 9 HD ନାମରେ ଲଞ୍ଚ କରାଯାଇଛି । କମ୍ପାନୀ ଏଥିରେ IP54 ରେଟିଙ୍ଗ ଦେଇଛି, ଯାହାର ଅର୍ଥ ହେଉଛି ଯଦି ଫୋନ୍ ପାଣିରେ ପଡ଼ଯାଏ ତେବେ ଖରାପ ହେବ ନାହିଁ । Infinix ର ଏହି ଶସ୍ତା ଫୋନ୍ Redmi, Realme ଏଣ୍ଟ୍ରି ଲେଭଲ୍ ଫୋନକୁ କଡ଼ା ଟକ୍କର ଦେବ ।
କମ୍ପାନୀ Infinix Smart 9 HD କୁ ଗୋଟିଏ ଷ୍ଟୋରେଜ୍ ଭ୍ୟାରିଆଣ୍ଟରେ ଲଞ୍ଚ କରିଛି । ଯାହାର ପ୍ରାଇସ୍ ୬,୯୯୯ ଟଙ୍କା ରହିଛି । ଏହି ଫୋନ୍ ସ୍ପେସାଲ ଅଫରରେ ୫୦୦ ଟଙ୍କା ଶସ୍ତା ହୋଇ ୬,୧୯୯ ଟଙ୍କାରେ ସେଲ୍ ହେବ । ଏହି ଫୋନର ସେଲ୍ ଫେବୃଆରୀ ୪ ଇକର୍ସ ୱେବସାଇଟ୍ Flipkart ରେ ଆୟୋଜିତ ହେବ । ଏହି ଫୋନ୍ କୁ Mint Green, Coral Gold, Neo Titanium ଏବଂ Metallic Black ରେ କିଣାଯାଇପାରିବ ।
Infinix Smart 9 HD ର ଫିଚର୍ସ :
Infinix ର ଏହି ଫୋନରେ ୬.୭ ଇଞ୍ଚର HD+ ଡିସପ୍ଲେ ଦିଆଯାଇଛି । ଫୋନର ଡିସପ୍ଲେ ୯୦ Hz ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିଥାଏ । Infinix ର ଏହି ଶସ୍ତା ଫୋନରେ କମ୍ପାନୀ ପଞ୍ଚ-ହୋଲ୍ ଡିଜାଇନ୍ ସହିତ ଏକ ଡିସପ୍ଲେ ପ୍ୟାନେଲ୍ ଦିଆଯାଇଛି । ଫୋନରେ ଡୁଆଲ୍ ସ୍ପିକର୍ସ ଏବଂ ସାଉଣ୍ଡ ବୁଷ୍ଟିଙ୍ଗ୍ ଟେକ୍ନୋଲୋଜିର ମଧ୍ୟ ବ୍ୟବହାର କରାଯାଇଛି ।
ଏହି ବଜେଟ୍ ସ୍ମାର୍ଟଫୋନ୍ MediaTek Helio G50 ପ୍ରୋସେସରରେ କାମ କରିଥାଏ । ଫୋନରେ ୬ GB RAM ସହିତ ୬୪ GB ଇଣ୍ଟରନାଲ୍ ଷ୍ଟୋରେଜର ସପୋର୍ଟ ଦିଆଯାଇଛି । କମ୍ପାନୀ ଏଥିରେ ୩ GB ଫିଜିକାଲ୍ ଏବଂ ୩ GB ଭର୍ଚୁଆଲ୍ RAM ର ବ୍ୟବହାର କରାଯାଇଛି । ଫୋନରେ ୫୦୦୦ mAh ର ବ୍ୟାଟେରୀ ସହିତ USB Type C ଚାର୍ଜିଂ ଫିଚର ମିଳିବ । ଏହି ଫୋନ୍ Android 14 Go ଅପରେଟିଂ ସିଷ୍ଟମରେ କାମ କରିଥାଏ । ଏହା ସହିତ ଏଥିରେ ୩.୫ mm ଅଡିଓ ଜ୍ୟାକ୍ ମିଳିଥାଏ ।
Infinix ର ଏହି ସ୍ମାର୍ଟଫୋନର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । ଫୋନରେ ୧୩ MP ର ମେନ୍ ଏବଂ ଏକ ସେକେଣ୍ଡାରୀ ରିୟର କ୍ୟାମେରା ମିଳିବ । ଆପଣ ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୮ MP ର କ୍ୟାମେରା ପାଇବେ ।