Infinix ର ଅପକମିଂ ଫ୍ଲାଗସିପ୍‌ ମଡେଲ ମାତ୍ର ୮ମିନିଟରେ ହୋଇଯିବ ଫୁଲ ଚାର୍ଜ , ଜାଣନ୍ତୁ ଏହାର ଅନ୍ୟ ଫିଚର୍ସ ସମ୍ପର୍କରେ..

Infinix ଖୁବ ଶୀଘ୍ର ଏକ ବଢ଼ିଆ ମଡେଲ ଲଞ୍ଚ କରିବାକୁ ଯାଉଛି। ଯାହାକି ମାତ୍ର ୮ମିନିଟରେ ଫୁଲ ଚାର୍ଜ ହୋଇଯିବ। ସବୁଠୁ ବଡ଼ କଥା ହେଉଛି ଏହା ଫ୍ଲାଗସିପ ସ୍ମାର୍ଟଫୋନ। ମାନେ ଫୋନରେ ସେ ସବୁ କିଛି ରହିବ ଯାହା ପ୍ରିମିୟମ ସ୍ମାର୍ଟଫୋନରେ ଥାଏ। ଏହାସହ ଯଦି ୮ ମିିନିଟରେ ଫୁଲ ଚାର୍ଜ ହୋଇଯିବ। ତେବେ ସବୁଠୁ ବଡ଼ କଥା।

Infinix ନିଜ 180W ଥଣ୍ଡର ଚାର୍ଜ ଟେକ୍ନୋଲୋଜି ଲଞ୍ଚ କରିଛି। କମ୍ପାନୀ ଏହାକୁ ଆଗାମୀ ଫ୍ଲାଗସିପ ଫୋନ ସହ ବଜାରକୁ ଆଣିବ। ଯାହା ଏବର୍ଷ ଶେଷରେ ଲଞ୍ଚ ହେବ। କମ୍ପାନୀର ନୂଆ ଚାର୍ଜିଂ ଟେକନିକରେ ୪,୫୦୦ ଏମଏଏଚ୍‌ ର ବ୍ୟାଟେରୀ ଦିଆଯାଇଛି। ଯାହା ୪ମିନିଟ ୫୦ ସେକେଣ୍ଡରେ ଚାର୍ଜ ହୋଇଯିବ। ମାନେ ଫୁଲ ଚାର୍ଜ ହେବାକୁ ୮ମିନିଟ ଲାଗିବ। ଜାଣି ରଖନ୍ତୁ ଯେ ଇନଫିନିକ୍ସ ଗତ ବର୍ଷ ଏକ କନସେପ୍ଟ ମଡେଲ ରୂପରେ 160W ଅଲଟ୍ରା ଫାଷ୍ଟ ଚାର୍ଜ ଟେକନିକ ଘୋଷଣା କରିଥିଲା। ତେବେ ଏହାର ଲାଟେଷ୍ଟ ମଡେଲ ଏବର୍ଷ ଲଞ୍ଚ ହେବ।

ଏହି ମଡେଲରେ ଦୁଇଟି ଚାର୍ଜିଂ ମୋଡ ଅଫର ରହିଛି। ଗୋଟିଏ ଫ୍ୟୁରିଅସ୍‌ ମୋଡ ଯେମିତିକି infinix note 12 VIP ରେ ଉପଲବ୍ଧ ହେବ। ଯାହା ଫୋନକୁ ଶୀଘ୍ର ଚାର୍ଜ କରିବାରେ ସାହାଯ୍ୟ କରିବ। ଏଥିରେ ଏକ ସାମାନ୍ୟ ମୋଡ ରହିଛି। ଯାହାଦ୍ୱାରା ଶୀଘ୍ର ଚାର୍ଜିଂ ସମ୍ଭବ ହୋଇଥାଏ। ଏମିତିରେ ଫୋନ ଚାର୍ଜ ହେବ ଏବଂ ଡିଭାଇସ୍‌ ଗରମ ମଧ୍ୟ ହେବ ନାହିଁ।

Infinix ଦୁନିଆର ଲିଡିଂ ବ୍ୟାଟେରୀ ନିର୍ମାତା କମ୍ପାନୀ ସହ ଏକ ନୁଆ ପ୍ରୋଜେକ୍ଟ ଆରମ୍ଭ କରିବ। ଏଥିରେ 8C ବ୍ୟାଟେରୀ ସେଲ ଉପରେ କାର୍ଯ୍ୟକାରୀ କରାଯିବ। ଯାହା କି ବର୍ତ୍ତମାନ ସମୟରେ ଭଲ ଡିମାଣ୍ଡରେ ରହିଛି। ଏହା ଲିଥିୟମ ରିଚାର୍ଜବେଲ ଯାହାକି ଫୋନକୁ ଶୀଘ୍ର ଚାର୍ଜ କରାଇବାରେ ସକ୍ଷମ ହୋଇଥାଏ। କମ ସମୟରେ ଫୁଲ ଚାର୍ଜ କରିବା ପାଇଁ କମ୍ପାନୀ 4,500 mAh ର କମ୍ବାଇଡ କାପାସିଟି ର ଦୁଇଟି 8C ରେଟେଡ ବ୍ୟାଟେରୀ ବ୍ୟବହାର କରିବ। ପ୍ରତ୍ୟେକ ବ୍ୟାଟେରୀକୁ 90W ରେ ଚାର୍ଜ କରାଯିବ।

୯୯% ଚାର୍ଜିଂ କନଭର୍ସନ ଏଫିସିଏନ୍ସି ୩ଟି ପାରାଲାଲ ଚାର୍ଜ ପମ୍ପ ଓ ୨ଟି ବ୍ୟାଟେରୀ ଚାର୍ଜ କରିଥାଏ। ଓଭରଲୋଡ ଓ ଓଭରହିଟିଂକୁ ଏହା ରୋକିଥାଏ। ସୁରକ୍ଷା ପାଇଁ ଚାର୍ଜିଂ ଟେକନିକରେ ସ୍ମାର୍ଟଫୋନ, ଚାର୍ଜର ଓ ଚାର୍ଜିଂ କେବୁଲ ପାଇଁ ୧୧୧ସଫ୍ଟେଓ୍ଵୟାର ଓ ହାର୍ଡେଓ୍ଵୟାର ସିକ୍ୟୁରିଟି ପ୍ରୋଟେକ୍ସନ ମେକାନିଜିମ ଦିଆଯାଇଛି। ଏହାବ୍ୟତିତ ୨୦ଟି ସେନସର ରହିଛି।ଯାହା ୟୁ ଏସବି ପୋର୍ଟ , ଚାଜିଂ ଚିପ୍ସ, ବ୍ୟାଟେରୀ ଆଦି ପ୍ରମୁଖ କମ୍ପୋନେଣ୍ଟସ୍‌ ହିଟିଂ ପାଓ୍ଵାରକୁ ନଜର ରଖିଥାଏ। ଏହା ଧ୍ୟାନ ରଖେ ଯେ ୪୩ଡିଗ୍ରୀ ସେଲସିୟସ ରୁ ଏହ ଅଧିକ ନହେଉ। ଏହ ବ୍ୟାଟେରୀ ଖରାପ ନହେବାରୁ ରକ୍ଷା କରିଥାଏ।

ଥଣ୍ଡର ଚାର୍ଜ ଏକ ଏନକ୍ରିପସନ ଚିପ କୁ ଉପଯୋଗ କରିଥାଏ। ଏହା କେବୁଲ କୁ ଭେରିଫାଏ କରିଥାଏ। ଏମିତିରେ ୟୁୂଜର୍ସ ନିଜ ଇଚ୍ଛା ଅନୁସାରେ ଚାର୍ଜିଂ କେବୁଲର ବ୍ୟବହାର କରିପାରିବେ। ଏହାସହ ଥଣ୍ଡର ଚାର୍ଜର ଉପଯୋଗ ଅନ୍ୟଡିଭାଇସ୍‌ କୁ 60W କିମ୍ବା 100W ର କ୍ୟାପ୍ଡ ସ୍ପିଡରେ ପାଓ୍ଵର ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.