ଇନଫିନିକ୍ସ ଜିରୋ 5G ହେଲା ଲଞ୍ଚ, OnePlus Nord CE 2 5G ଭଳି ରହିଛି ଭଲ ଫିଚର

ଆଜି ଭାରତୀୟ ମାର୍କେଟରେ ଲଞ୍ଚ ହୋଇଛି ଦମଦାର ଫିଚର୍ ଥିବା ଆଉ ଏକ ନୂଆ ସ୍ମାର୍ଟଫୋନ୍ । ଇନଫିନିକ୍ସ ଜିରୋ 5G ସ୍ମାର୍ଟଫୋନ୍ ଆଜି ଭାରତରେ ଲଞ୍ଚ ହୋଇଛି। ତେବେ ଏହି ଫୋନ୍ ଯେହେତୁ ଆଜି ଲଞ୍ଚ ହୋଇଛି ଆପଣ ଯଦି ଫୋନ୍ କିଣିବାକୁ ଚାହୁଛନ୍ତି ଇନଫିନିକ୍ସ ଜିରୋ 5G କିଣିପାରିବେ।

ଏହି ଫୋନର ରହିଛି ଖୁବ୍ ଆକର୍ଷଣୀୟ ଫିଚର୍। ଏମିତିକି ଆପଣ OnePlus Nord CE 2 5G ପରି ମିଡିଆଟେକ ଡାଇମେନସିଟି 900 ପ୍ରୋସେସର୍ ପାଇବେ। ତେବେ ଆସନ୍ତୁ ଜାଣିବା ଏହି ଫୋନର ଖାସ୍ ଫିଚର୍ ବିଷୟରେ।

ଟ୍ରାନ୍ସସିଅନ୍ ହୋଲ୍ଡିଂସ୍ର ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଇନଫିନିକ୍ସ, ଆଜି ଭାରତରେ ଏହାର ପ୍ରଥମ 5G ଫୋନ୍ ଲଞ୍ଚ କରିଛି। କମ୍ପାନୀ ଆଜି ମଧ୍ୟାହ୍ନ ୧୨ ଟାରେ ଇନଫିନିକ୍ସ ଜିରୋ 5 ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ୍ ଏକ ଦମଦାର ମିଡିଆ ଟେକ୍ ଡାଇମେନସିଟି 900 ଏବଂ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ସହିତ ଭାରତରେ ଲଞ୍ଚ ହୋଇଛି। କମ୍ପାନୀ କହିଛି ଯେ ଏହି ଫୋନର ଫିଚର୍ ୱାନ ପ୍ଲସ ନୋର୍ଡ ସହିତ କିଛି ମାତ୍ରାରେ ମିଶିବ। ଏହା ଛଡା ଇନଫିନିକ୍ସ Realme ଓ Redmi ପରି ବ୍ରାଣ୍ଡ୍ ସହିତ ଟକ୍କର ଦେବ।

ଏହି ସ୍ମାର୍ଟ୍ ଫୋନକୁ ଆପଣ ଫ୍ଲିପକାର୍ଟରୁ କିଣିପାରିବେ। ଏହି ଫୋନର ଲଞ୍ଚିଂ ପୂର୍ବରୁ ସରିଛି ନାଇଜେରିଆରେ ଓ ଏହାର ମୂଲ୍ୟ ରହିଛି 19,999 ଟଙ୍କା । ନାଇଜେରିଆରେ, ଫୋନ୍ ତିନୋଟି ରଙ୍ଗରେ ଲଞ୍ଚ କରାଯାଇଛି। ଏହାର କଲର ହେଉଛି କସ୍ମିକ୍ ବ୍ଲାକ, ହରିଜନ ବ୍ଲୁ ଓ ସ୍କାଏ ଲାଇଟ୍ ଓରେଞ୍ଜ ।

ଏବେ ଆସନ୍ତୁ ଜାଣିବା ଫୋନର ଫିଚର ଓ ଏହାର ସ୍ପେସିଫିକେଶନ:

ଯେହେତୁ ଏହି ଫୋନ୍ ନାଇଜେରିଆରେ ଲଞ୍ଚ ହୋଇସାରିଛି, ଏହାର ଭଲ ଫିଚର୍ ଥିବା ଜଣାଯାଇଛି। ଏଥିରେ ଡୁଆଲ ସିମ୍ ସପୋର୍ଟ ରହିବା ସହିତ ଇନ୍ଫିନିକ୍ସ ଜିରୋ 5G ସ୍ମାର୍ଟ୍ ଫୋନ୍ ଆଣ୍ଡ୍ରଏଡ ୧୧ ଉପରେ ବେଷ୍ଟ XOS ୧୦ ଉପରେ କାମ କରେ । ଏଥିରେ ୬.୭୮ ଇଞ୍ଚର ଫୁଲ୍ HD+IPS LTPS ସ୍କ୍ରିନ୍ ରହିଛି, ଯାହା 120Hz ରିଫ୍ରେଶ ରେଟ୍ ସହ ମାର୍କେଟରେ ଲଞ୍ଚ ହୋଇଛି।

ଏଥିରେ ୮ ଜିବି ରାମ୍ ଓ ୧୨୮ ଜିବି ମେମୋରୀ ଷ୍ଟୋରେଜ ରହିଛି। ଏହି ମେମୋରୀ ଷ୍ଟୋରେଜକୁ ମାଇକ୍ରୋ SD କାର୍ଡ ଦ୍ଵାରା ପ୍ରାୟ ୨୫୬ ଜିବି ସହ ବଢ଼ାଯାଇ ପାରିବ। ଫୋନରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ରହିଛି। ଏହାର ମେନ୍ ଲେନ୍ସ ୪୮ ମେଗା ପିକ୍ସେଲ ରହିଛି। ଏହା ଛଡା ଏଥିରେ ୧୩ ମେଗା ପିକ୍ସେଲର ସେକେଣ୍ଡାରୀ ଲେନ୍ସ ଓ ୨ ମେଗା ପିକ୍ସେଲର ମାଇକ୍ରୋ ଲେନ୍ସ କରିଛି। ସେଲଫି କ୍ୟାମେରା ରହିଛି ୧୬ ମେଗା ପିକ୍ସେଲ, ଯାହା ଡୁଆଲ ଫ୍ରଣ୍ଟ ଫ୍ଲାସ ସହିତ ମାର୍କେଟକୁ ଆସିଛି।

ସବୁଠୁ ବଡ଼ କଥା ହେଲା ସିକ୍ୟୁରିଟି ପାଇଁ ଏଥିରେ ଫେସ ଅନଲକ୍ ସହିତ ସାଇଡ୍ ମାଉଣ୍ଟେନ ସେଂସର୍ ଲଗାଯାଇଛି। ଏହାର ବ୍ୟାଟେରୀ ପାୱାର ରହିଛି 5000mAh, ଯାହା 33W ର ଚାର୍ଜିଙ୍ଗର ସପୋର୍ଟ କରିବ। ଏଥିରେ 5G, FM ରେଡ଼ିଓ, ୱାଇଫାଇ, ବ୍ଲୁତୁଥ, GPS, 3.5mm ଅଡିଓ ଜ୍ୟାକ ଓ USB ଟାଇପ ସି ପୋର୍ଟ ଭଳି କନେକ୍ଟିଭିଟି ଫିଚର୍ ରହିଛି। ତେଣୁ ଏହାର ଭଲ ଫିଚର୍ ଥିବା ହେତୁ ଆପଣ ଏହାକୁ କମ୍ ବଜେଟରେ କିଣିପାରିବେ।

Leave A Reply

Your email address will not be published.