ଭାରତରେ ଲଞ୍ଚ ହେଲା Infinixର ZeroBook Ultra ଲାପଟପ୍‌ , ମିଳିବ ବଢ଼ିଆ ଫିଚର

ଯଦି ଆପଣ ଏକ ନୂଆ ପାଓ୍ଵାରଫୁଲ୍‌ ଲାପଟପ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ଇନଫିନିକ୍ସ କମ୍ପାନୀ ଭାରତ ବଜାରରେ ଏକ ନୂଆ ଲାପଟପ୍ ଇନଫିନିକ୍ସ ZeroBook Ultra ଲଞ୍ଚ କରିଛି । ଯଦି ଆପଣ ମିଡ୍‌ ରେଞ୍ଜ୍ ସେଗମେଣ୍ଟରେ ଏକ ଭଲ ଲାପଟପ୍ କିଣିବାକୁ ଚାହୁଁଛନ୍ତି, ତେବେ ଇନଫିନିକ୍ସର ଏହି ଡିଭାଇସ୍ ଆପଣଙ୍କ ପାଇଁ ଏକ ଭଲ ଅପ୍ସନ ହେବ । ଇନଫିନିକ୍ସ ଏହି ଲାପଟପ୍ ରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଫିଚରକୁ ସପୋର୍ଟ କରିଛି ।

Infinix ZeroBook Ultraକୁ ଇନଫିନିକ୍ସକୁ ୱିଣ୍ଡୋଜ୍ ୧୧ ସପୋର୍ଟ ସହ ଲଞ୍ଚ କରିଛି । ଏଥିରେ ଫୁଲ୍ HD ପ୍ଲସ୍ ଆଇପିଏସ୍ ପ୍ୟାନେଲ୍ ସହିତ ଏକ ବଡ଼ ୧୫.୬ ଇଞ୍ଚର ଡିସପ୍ଲେ ରହିଛି । ପ୍ରତିଦିନର କାର୍ଯ୍ୟ ସହିତ ଆପଣ ଏଥିରେ ଅଫିସ୍‌ କାମ ଏବଂ ମଲ୍ଟିଟାସ୍କିଂ ମଧ୍ୟ କରିପାରିବେ । ଆସନ୍ତୁ ନୂଆ ଲଞ୍ଚ ହୋଇଥିବା ଏହି ଲାପଟପ୍ ବିଷୟରେ ଡିଟେଲ୍ସରେ ଜାଣିବା ।

ଇନଫିନିକ୍ସ ଭାରତରେ Infinix ZeroBook Ultraକୁ ୩ଟି ଭାରିଆଣ୍ଟରେ ଲଞ୍ଚ କରିଛି । ଏହାର ଗୋଟିଏ ମଡେଲ ଅଲ୍ଟ୍ରା ୫ ପ୍ରୋସେସର ସହିତ ଆସିଥାଏ ଯାହାର ଦାମ୍‌ ୫୯,୯୯୦ ଟଙ୍କା ହେବ । ଏହାର ଦ୍ୱିତୀୟ ମଡେଲ୍ ଅଲ୍ଟ୍ରା ୭ ପ୍ରୋସେସର୍ ସହିତ ଲଞ୍ଚ କରାଯାଇଛି ଯାହାର ଦାମ୍‌ ୬୯,୯୯୦ ଟଙ୍କା ହେବ । ଏହାର ତୃତୀୟ ଏବଂ ଉପର ମଡେଲ ଅଲ୍ଟ୍ରା ୯ ପ୍ରୋସେସର ସହିତ ଆସିଥାଏ ଯାହାର ଦାମ୍‌ ୮୪,୯୯୦ ଟଙ୍କା ।

ଆପଣଙ୍କ ବଜେଟ୍ ଅନୁଯାୟୀ ଆପଣ Infinix ZeroBook Ultraର ଯେକୌଣସି ଭାରିଆଣ୍ଟ କିଣିପାରିବେ । ଯଦି ଆମେ ଏହାର ସେଲ୍‌ ବିଷୟରେ କହିବା ଏହା ଜୁଲାଇ ୧୦ ରୁ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ଉପଲବ୍ଧ ହେବ । କମ୍ପାନୀ HDFC ବ୍ୟାଙ୍କ କାର୍ଡରେ ଗ୍ରାହକଙ୍କୁ ତୁରନ୍ତ ୨୦୦୦ ଟଙ୍କା ଡିସକାଉଣ୍ଟ ମିଳିବ । ଏହା ସହିତ ଆପଣ ନିଜ ପୁରୁଣା ଲାପଟପରେ ୨୮,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ୍ ଅଫର ମଧ୍ୟ ପାଇବେ ।

You might also like