ବଗ୍‌ର ଶିକାର ଇନଷ୍ଟାଗ୍ରାମ, ଲିକ୍ ହେଲା ଗ୍ରାହକଙ୍କ ପାସୱାର୍ଡ଼

ନୂଆଦିଲ୍ଲୀ : ଫଟୋ ଏବଂ ଭିଡ଼ିଟ ଶେୟାରିଂ ସୋସିଆଲ ନେଟୱାର୍କିଂ ସର୍ଭିସ ଇନଷ୍ଟାଗ୍ରାମ ଏବେ ବଗ୍‌ର ଶିକାର ହୋଇଛି। ବର୍ତ୍ତମାନ ଗ୍ରାହକଙ୍କ ପାସୱାର୍ଡ଼ ଲିକ ହୋଇଥିବା ଜଣାପଡ଼ିଛି। ନିକଟରେ ମିଳିଥିବା ସୂଚନା ଅନୁଯାୟୀ, କମ୍ପାନିର ଏହି ଭୁଲର ଚିହ୍ନଟ ଏବେ କରାଯାଇଛି। ଏହି ବଗ୍ ଟି ବତ୍ତର୍ମାନ ଏହାର ପ୍ରାରମ୍ଭିକ ସ୍ତରରେ ରହିଛି। ଏଣୁ ଏଥିରେ ବହୁତ କମ  ଗ୍ରାହକ ପ୍ରଭାବିତ ହୋଇଛନ୍ତି। ଏହାକୁ ତୁରନ୍ତ ଠିକ କରାଯିବା ନେଇ କମ୍ପାନି ସୂଚନା ପ୍ରଦାନ କରିଛି।

Instagram

ଏହି ବଗ୍ ଟି ଏପରି ଫିଚରରେ ମିଳିଛି ଯାହାକୁ ଇନଷ୍ଟାଗ୍ରାମ ଏପ୍ରିଲ ମାସରେ ରୋଲଆଉଟ କରିଥିଲା। ଇନଷ୍ଟାଗ୍ରାମ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଯେଉଁ ଗ୍ରାହକ ନିଜର ଲଗ ଇନ ସମୟର ତଥ୍ଯକୁ ‘Download Your Data’ ଟୁଲରେ ସେଭ କରିଛନ୍ତି ସେହି ଗ୍ରାହକଙ୍କର ପାସୱାର୍ଡ଼ ଲିକ୍ ହୋଇଥିବା ଜଣାପଡ଼ିଛି। ତେବେ କମ୍ପାନି ଏନେଇ କିଛି ପରିବର୍ତ୍ତନ କରିଛି ଯାହା ଦ୍ବାରା ଏପରି ଅସୁବିଧା ଆଉଥରେ ଉପୁଜିବ ନାହିଁ।

instagram

ବର୍ତ୍ତମାନ ଅସୁବିଧା ଉପୁଜିଥିବା ଟୁଲକୁ ଏଥିପାଇଁ କରାଯାଇଥିଲା ପ୍ରସ୍ତୁତ। ଏହା ଦ୍ବାରା ଗ୍ରାହକ ନିଜର ଡ଼ାଟାକୁ ସହଜରେ କପି କରି ସେଭ କରିପାରିବେ। କିନ୍ତୁ ଏବେ ସେହି ଟୁଲରେ ଅସୁବିଧା ଆରମ୍ଭ ହୋଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଇନଷ୍ଟାଗ୍ରାମର ପାସୱାର୍ଡ଼ ଫେସବୁକ ସରର୍ଭରରେ ସେଭ ରହିଥାଏ। ଏଣୁ ଇନଷ୍ଟାଗ୍ରାମରେ ଅସୁବିଧା ହେବା ଦ୍ବାରା କିଛି ମାତ୍ରାରେ ଫେସବୁକ୍ ପ୍ରଭାବିତ ହୋଇପାରେ।

insta

 

କମ୍ପାନିର ସୂଚନା ମୁତାବକ, ସୃଷ୍ଟି ହୋଇଥିବା ଏହି ଅସୁବିଧାକୁ ବର୍ତ୍ତମାନ ଠିକ୍ କରାଯାଇଛି। ଯାହା ଫଳରେ ଆଉ ଗ୍ରାହକଙ୍କ ପାସୱାର୍ଡ଼ ଲିକ୍ ହେବ ନାହିଁ। ଏଥି ସହ କମ୍ପାନି ଗ୍ରାହକଙ୍କୁ ପାସୱାର୍ଡ଼ ବଦଳିବା ପାଇଁ ଅନୁରୋଧ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like