ଇନଷ୍ଟାଗ୍ରାମ ଆଣିଲା ଏକ ସ୍ପେଶାଲ ଆପ୍, ବଦଳିଯିବ ଭିଡିଓ ଏଡିଟିଂ ଫାର୍ମଟ୍

ଇନଷ୍ଟାଗ୍ରାମ ଭିଡିଓ ଏଡିଟ୍ କରିବା ପାଇଁ ନିକଟରେ କମ୍ପାନୀ ‘ଏଡିଟ୍’ ନାମକ ଏକ ଆପ୍ ଲଞ୍ଚ କରିବାକୁ ଘୋଷଣା କରିଛି । ଏହି ଆପ୍ ଆମେରିକାର ଏକ ଲୋକପ୍ରିୟ ଭିଡିଓ ଏଡିଟିଂ ଟୁଲ୍ କ୍ୟାପକଟ୍ ସହ କଠୋର ପ୍ରତିଦ୍ୱନ୍ଦ୍ୱିତା କରିବ । ବିଶେଷକରି କ୍ରିଏଟର୍ସମାନଙ୍କ ପାଇଁ ଏହି ନୂଆ ଏଡିଟ୍ ଆପ୍ ବହୁତ ଉପଯୋଗୀ ପ୍ରମାଣିତ ହୋଇପାରେ । ଇନଷ୍ଟାଗ୍ରାମର ଏହି ନୂଆ ଆପ୍ ଆଇଓଏସ୍ ଆପ୍ ଷ୍ଟୋର୍ରେ ପ୍ରି-ଅର୍ଡର ପାଇଁ ଉପଲବ୍ଧ ହୋଇସାରିଛି । ଏହି ‘ଏଡିଟ୍’ ଆପ୍ ଆସନ୍ତା ମାର୍ଚ୍ଚ ୧୩ ରେ ଲଞ୍ଚ ହେବ । ତେବେ ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା ।
ବର୍ତ୍ତମାନ ପର୍ଯ୍ୟନ୍ତ, ୟୁଜର୍ସମାନେ ଇନଷ୍ଟାଗ୍ରାମରେ କେବଳ ଫଟୋ ଏବଂ ରିଲ୍ ଏଡିଟ୍ କରିପାରୁଥିଲେ । କିନ୍ତୁ, ବର୍ତ୍ତମାନ ୟୁଜର୍ସମାନେ ଏଡିଟିଂ ପାଇଁ ଏକ ପୃଥକ ଆପ୍ ପାଇପାରିବେ । ୟୁଜର୍ସମାନେ ଏଡିଟ୍ ଆପ୍ ରେ ଅନେକ କ୍ରିଏଟିଭ୍ ଟୁଲସ୍ ପାଇବେ । ଏହି ଆପ୍ ସାହାଯ୍ୟରେ ୟୁଜର୍ସମାନେ ହାଇ କ୍ୱାଲିଟି ଭିଡିଓ ଏଡିଟ୍ କରିବା ପାଇଁ ସୁବିଧା ପାଇବେ । ଥ୍ରେଡରେ ଥିବା ଏକ ପୋଷ୍ଟ ମାଧ୍ୟମରେ ‘ଏଡିଟ୍’ ଆପ୍ ବିଷୟରେ ଘୋଷଣା କରି ଇନଷ୍ଟାଗ୍ରାମର ହେଡ୍ ଲେଖିଛନ୍ତି, ଆଜି ଆମେ “ଏଡିଟ୍ସ” ନାମକ ଏକ ନୂଆ ଆପ୍ ଘୋଷଣା କରୁଛୁ ।
ଏହି ଆପ୍ ସେହିମାନଙ୍କ ପାଇଁ ଯେଉଁମାନେ ସେମାନଙ୍କ ଫୋନରେ ଭିଡିଓ ତିଆରି କରିବାକୁ ଭଲପାଆନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ‘ଏଡିଟ୍’ ଆପ୍ ଆଇଓଏସ୍ ରେ ଆସିବା ପରେ ଏହା ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ମଧ୍ୟ ଲଞ୍ଚ ହେବ । ‘ଏଡିଟ୍’ ଆପ୍ ସମ୍ପୂର୍ଣ୍ଣ ଭାବରେ ଏକ ମୋବାଇଲ୍ ଭିଡିଓ ଏଡିଟିଂ ସଫ୍ଟୱେର । କମ୍ପାନୀ କହିଛି ଯେ ଏହା କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ଏକ ବେଷ୍ଟ ଟୁଲ୍ ହୋଇପାରିବ । ଏହି ଆପରେ ଭିଡିଓ ଏଡିଟ୍ କରିବା ସହ ଡ୍ରାଫ୍ଟରେ ଥିବା ଭିଡିଓ ଆପଣ ନିଜ ଫ୍ରେଣ୍ଡଙ୍କ ସହ ମଧ୍ୟ ସେୟାର କରିପାରିବେ ।
ଇନଷ୍ଟାଗ୍ରାମ ଅନୁଯାୟୀ, ‘ଏଡିଟ୍’ ଆପ୍ ଦ୍ୱାରା ଏଡିଟ୍ କରାଯାଇଥିବା ଭିଡିଓକୁ ଇନଷ୍ଟାଗ୍ରାମରେ ପବ୍ଲିସ୍ କରିବା ପରେ ଏହା କିପରି ପରଫର୍ମ କରୁଛି ତାହା କ୍ରିଏଟର୍ସମାନେ ଜାଣିପାରିବେ । କମ୍ପାନୀ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ‘ଏଡିଟ୍’ ଆପ୍ କାଜୁଆଲ୍ ଭିଡିଓ ମେକର୍ସଙ୍କ ଅପେକ୍ଷା କ୍ରିଏଟର୍ସଙ୍କୁ ଅଧିକ ଫୋକସ କରି ତିଆରି କରାଯାଇଛି । ଅର୍ଥାତ୍ ଏଥିରେ କ୍ରିଏଟର୍ସଙ୍କ ସହ ଜଡ଼ିତ ଅଧିକ ଟୁଲ୍ସ ରହିବ ଯାହା ରିଲ୍ସ ଏଡିଟ୍ କରିବାରେ ସାହାଯ୍ୟ କରିବ । ଏଠାରେ ଏକ ଡ୍ୟାସବୋର୍ଡ ମଧ୍ୟ ରହିବ ଯେଉଁଠାରୁ ଭିଡିଓ ଏଡିଟର ଟ୍ରାକ୍ ରଖାଯାଇପାରିବ ।
ପୋପ୍ୟୁଲାର୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ନିଜର ୟୁଜର୍ସମାନଙ୍କ ପାଇଁ ସମୟ ସମୟରେ ନୂଆ ଫିଚର୍ ରୋଲଆଉଟ୍ କରିଥାଏ । ସେହିଭଳି ଇନଷ୍ଟାଗ୍ରାମର ଏହି ଅତ୍ୟାଧୁନିକ ଆପ୍ ୟୁଜର୍ସଙ୍କୁ ସୋସିଆଲ ମିଡିଆର ଏକ ନୂଆ ଏକ୍ସପେରିଏନ୍ସ ଦେବ । ତେବେ ଦର୍ଶକବନ୍ଧୁ ଏହି ନୂଆ ଆପ୍ ଲଞ୍ଚ ହେବା ପରେ ଏହା ଆଜିକାଲିର ରିଲସ୍ ସଉକିନ ଯୁବପିଢିଙ୍କ ପାଇଁ ବେଶ ଉପଯୋଗୀ ହେବାକୁ ଯାଉଛି ।