Instagram ୟୁଜର୍ସଙ୍କ ପାଇଁ ଗୁଡ୍ ନ୍ୟୁଜ୍, DM ହେବ ‘ପର୍ସନାଲ ଟ୍ରାନ୍ସଲେଟର’

କୋଟି କୋଟି Instagram ୟୁଜର୍ସଙ୍କ ପାଇଁ ଏକ ଖାସ୍ ଫିଚର ଆଡ୍ କରାଯାଇଛି । ଏହି ଫିଚର Instagram କୁ ୟୁଜର୍ସଙ୍କ ପର୍ସନାଲ୍ ଟ୍ରାନ୍ସଲେଟର କରିବ । ମେଟାର ଏହି ଫଟୋ ସେୟାରିଂ ଆପରେ ସମୟ- ସମୟରେ ଅନେକ ଫିଚର ଆଡ୍ କରାଯାଇଥାଏ । Instagram ନିଜର ଡାଇରେକ୍ଟ ମେସେଜିଂ ସର୍ଭିସ୍ (DM) ରେ ଏହି ନୂଆ ଅପଡେଟ୍ ଯୋଡିଛି, ଯେଉଁଥିରେ ମେସେଜ୍ ଟ୍ରାନ୍ସଲେସନ୍, ମ୍ୟୁଜିକ୍ ଷ୍ଟିକର ଏବଂ ମେସେଜ୍ ସିଡ୍ୟୁଲ୍ କରିବାର ସୁବିଧା ମିଳିବ । ଏହି ଫିଚର ୨୦୨୮ ମସିହାରୁ ସେଟାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକରେ ଉପଲବ୍ଧ ରହିଛି । କିନ୍ତୁ ଏହି ଫିଚର ବର୍ତ୍ତମାନ WhatsApp ରେ ଉପଲବ୍ଧ ନାହିଁ ।
Instagram ର ନୂଆ ଫିଚର୍ସ :
Instagram ନିଜର ବ୍ଲଗ୍ ପୋଷ୍ଟରେ କହିଛି ଯେ ନୂଆ ଫିଚର ଆଡ୍ ହେବା ସହିତ, ୟୁଜର୍ସମାନେ ଆପ୍ ମାଧ୍ୟମରେ ପଠାଇଥିବା କିମ୍ବା ରିସିଭ୍ ହୋଇଥିବା ଯେକୈଣସି ମେସେଜକୁ ଟ୍ୟାପ୍ କରି ଟ୍ରାନ୍ସଲେଟ୍ କରିବାର ଅପ୍ସନ୍ ପାଇବେ । ଏହା ବ୍ୟତୀତ Instagram DM ରେ ମ୍ୟୁଜିକ୍ ଷ୍ଟିକରକୁ ମଧ୍ୟ ଆଡ୍ କରାଯାଇଛି । ଏହି ସର୍ଭିସ୍ ୟୁଜର୍ସଙ୍କୁ ନିଜର ମେସେଜରେ ସିଲେକ୍ଟେଡ୍ ଗୀତରୁ ଏକ ପାରାଗ୍ରାଫ୍ ସେୟାର କରିବାକୁ ସୁବିଧା ଦେବ । ବର୍ତ୍ତମାନ ଆପଣ ଆପଣଙ୍କର ଚାଟରେ ଷ୍ଟିକର ଟ୍ୟାବରେ ଏହି ମିଜ୍ୟୁକ୍ ଫିଚର ଦେଖିପାରିବେ । ଆପଣ DM ମାଧ୍ୟମରେ ଆପଣଙ୍କ ମେସେଜରେ ୩୦ ସେକେଣ୍ଡର ମୁଜ୍ୟୁକ୍ ସେୟାର କରିପାରିବେ ।
ଏହା ବ୍ୟତୀତ ୟୁଜର୍ସମାନଙ୍କୁ Instagram DM ରେ ମେସେଜ୍ ସିଡ୍ୟୁଲ୍ କରିବାର ସୁବିଧା ମଧ୍ୟ ମିଳିବ । ଏହି ଫିଚର ଖାସ୍ ସେହି ୟୁଜର୍ସମାନଙ୍କ ପାଇଁ ବେଷ୍ଟ ରହିଛି, ଯେଉଁମାନେ ରାତିରେ କାହାକୁ ଜନ୍ମଦିନର ମେସେଜ୍ ପଠାଇବାକୁ ଚାହାଁନ୍ତି । ଏଥିପାଇଁ ସେମାନେ ଏବେ ଇନଷ୍ଟାଗ୍ରାମର ମେସେଜକୁ ସେହି ସମୟ ଅନୁସାରେ ସିଡ୍ୟୁଲ୍ କରିପାରିବେ ।
କେବଳ ଏତିନି ନୁହେଁ, Instagram ର ଗ୍ରୁପ୍ ଚ୍ୟାଟ୍ ଫିଚରରେ ମଧ୍ୟ ଏକ ଅଦରକାରୀ ପରିବର୍ତ୍ତନ କରାଯାଇଛି । ୟୁଜର୍ସମାନେ ବର୍ତ୍ତମାନ QR କୋଡ୍ ମାଧ୍ୟମରେ ଗ୍ରୁପ୍ ଚ୍ୟାଟକୁ ଇନଭାଇଟ୍ କରିପାରିବେ । ଏହା ବ୍ୟତୀତ Instagram DM ରେ ତିନୋଟି ଚାଟ୍ ପିନ୍ କରିବା ସହିତ ୟୁଜର୍ସମାନେ ଏବେ ଗ୍ରୁପ୍ ଚଟକୁ ମଧ୍ୟ ଏଥିରେ ପିନ୍ କରିପାରିବେ । Instagram ୟୁଜର୍ସମାନେ ଖୁବ୍ ଶୀଘ୍ର ଏହି ଫିଚର ପାଇପାରିବେ । ମେଟା ଏହି ଫିଚରକୁ ଅଫିସିଆଲି ଭାବରେ ରୋଲ୍ ଆଉଟ୍ କରିଛି ।