ଇନଷ୍ଟାଗ୍ରାମରେ ଆସିଲା ହ୍ୱାଟ୍ସଆପ୍ ପରି ଲୋକେସନ୍ ସେୟାରିଂ ଫିଚର୍, ଜାଣନ୍ତୁ କିପରି କରିବେ ବ୍ୟବହାର

ମେଟା ମାଲିକାନାର ଲୋକପ୍ରିୟ ସୋସିଆଲ୍ ମିଡିଆ ଆପ୍ ଇନଷ୍ଟାଗ୍ରାମ ଏକ ନୂଆ ଫିଚର୍ ପ୍ରକାଶ କରିଛି । ପୋପ୍ୟୁଲାର୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ନିଜର ୟୁଜର୍ସମାନଙ୍କ ପାଇଁ ସମୟ ସମୟରେ ନୂଆ ଫିଚର୍ ରୋଲଆଉଟ୍ କରିଥାଏ । ସେହିଭଳି କମ୍ପାନୀ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ଫିଚର୍ ରିଲିଜ କରିଛି । ଇନଷ୍ଟାଗ୍ରାମର ଏହି ଅତ୍ୟାଧୁନିକ ଫିଚର୍ ୟୁଜର୍ସଙ୍କୁ ସୋସିଆଲ ମିଡିଆର ଏକ ନୂଆ ଏକ୍ସପେରିଏନ୍ସ ଦେବ ।

ଇନଷ୍ଟାଗ୍ରାମ ଆପକୁ ଅଧିକ ସୁବିଧାଜନକ କରିବାକୁ କମ୍ପାନୀ ଏହି ନୂଆ ଫିଚର୍ ଆଣିଛି । ଇନଷ୍ଟାଗ୍ରାମର ନୂଆ ଅପଡେଟ୍ ପରେ, ଆପଣ ଆପଣଙ୍କ ସାଙ୍ଗମାନଙ୍କ ସହିତ ଲାଇଭ୍ ଲୋକେସନ୍ ମଧ୍ୟ ସେୟାର କରିପାରିବେ । ଏହି ଫିଚର୍ ଦୀର୍ଘ ସମୟ ଧରି ମେଟାର ଅନ୍ୟ ଆପ୍ ଯେପରିକି ହ୍ୱାଟ୍ସଆପରେ ରହିଆସିଛି । ଇନଷ୍ଟାଗ୍ରାମର ଏହି ଲାଇଭ୍ ଲୋକେସନ ସେୟାରିଂ ଷ୍ଟିକର୍ ପ୍ୟାକକୁ ଡାଇରେକ୍ଟ ମେସେଜ୍ ସହିତ ଯୋଗ କରାଯାଇଛି ।

ଇନଷ୍ଟାଗ୍ରାମରେ ଲାଇଭ୍ ଲୋକେସନ ଷ୍ଟିକର୍ ନିକନେମ୍ ସହିତ ସେୟାର୍ ହୋଇପାରିବ । ଅର୍ଥାତ୍, ଆପଣ ନିଜ ନାମ ବ୍ୟତୀତ ଅନ୍ୟ କୌଣସି ନିକନେମ୍ ସହିତ ମେସେଜରେ ନିଜ ସାଙ୍ଗମାନଙ୍କ ସହିତ ଲାଇଭ୍ ଲୋକେସନ୍ ସେୟାର କରିପାରିବେ । ଇନଷ୍ଟାଗ୍ରାମ ଅପଡେଟ୍ ଅନୁଯାୟୀ ଲାଇଭ୍ ଲୋକେସନ ସର୍ବାଧିକ ୧ ଘଣ୍ଟା ପାଇଁ ସେୟାର କରାଯାଇପାରିବ ।

ଇନଷ୍ଟାଗ୍ରାମର ଏହି ନୂଆ ଫିଚର୍ସ ସେହିମାନଙ୍କ ପାଇଁ ଅଧିକ ଉପଯୋଗୀ ଯେଉଁମାନେ ପାର୍ଟୀ କରନ୍ତି କିମ୍ବା ଏକ ବିଶେଷ ସ୍ଥାନରେ ସାଙ୍ଗମାନଙ୍କ ସହିତ ଏକାଠି ହେବାକୁ ଚାହାଁନ୍ତି ସେମାନଙ୍କ ପାଇଁ ବିଶେଷ ଉପଯୋଗୀ ହେବ । ନୂଆ ଫିଚର୍ସ ୟୁଜର୍ସମାନଙ୍କୁ ରିଅଲ୍ ଟାଇମ୍ ଲାଇଭ୍ ଲୋକେସନ ସେୟାର କରିବାକୁ ଅନୁମତି ଦେଇଥାଏ ।

କିପରି ବ୍ୟବହାର କରିବେ ଇନଷ୍ଟାଗ୍ରାମର ଲାଇଭ୍ ଲୋକେସନ ଫିଚର୍:

-ସର୍ବପ୍ରଥମେ ଆପଣଙ୍କର ଇନଷ୍ଟାଗ୍ରାମ ଆପ୍ ଅପଡେଟ୍ କରନ୍ତୁ ।

-ବର୍ତ୍ତମାନ ସିଧାସଳଖ ମେସେଜକୁ ଯାଆନ୍ତୁ ।

-ଏଠାରେ ଆପଣ ଅନେକ ଷ୍ଟିକର୍ ଦେଖିପାରିବେ ।

-ଏଥିରୁ ଲୋକେସନ୍ ଷ୍ଟିକର୍ ଚୟନ କରନ୍ତୁ ।

-ବର୍ତ୍ତମାନ ଲୋକେସନ ଆକ୍ସେସ୍ ଦିଅନ୍ତୁ ଏବଂ ନିକନେମ୍ ସହିତ ସେୟାର କରନ୍ତୁ ।