ଏବେ ୟୁଜରଙ୍କୁ କରୋନା ପାଇଁ ସଚେତନ କରିବ ଇନଷ୍ଟାଗ୍ରାମ, ଲଞ୍ଚ କଲା ନୂଆ ଫିଚର

ପ୍ରସିଦ୍ଧ ସୋସିଆଲ ମିଡ଼ିଆ କମ୍ପାନୀ ଇନଷ୍ଟାଗ୍ରାମ ଫିଡ଼ ସେବା (Instagram Feed) ଲଞ୍ଚ କରିଛି । ଯାହାଦ୍ୱାରା ୟୁଜର୍ସ ମାନେ ଏବେ ଇନଷ୍ଟାଗ୍ରାମରେ ମଧ୍ୟ କରୋନା ବିଷୟରେ ସୂଚନା ପାଇପାରିବେ । ସୂଚନା ଅନୁଯାୟୀ କମ୍ପାନୀ ଏହି ଫିଚରର ଘୋଷଣା ବହୁ ପୂର୍ବରୁ କରିସାରିଥିଲା । ଯଦିଓ ଏହି ଫିଚର ବର୍ତ୍ତମାନ ୟୁଜର୍ସ ମାନଙ୍କ ପାଇଁ ଇନଷ୍ଟାଗ୍ରାମରେ ଉପଲବ୍ଧ । କମ୍ପାନୀ ଏହି ଫିଚର ବିଷୟରେ ପୂର୍ବରୁ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲା । ତେବେ ଏହା ପୂର୍ବରୁ ମଧ୍ୟ ଇନଷ୍ଟାଗ୍ରାମ ଅନେକ ପ୍ରକାର ଫିଚର୍ସ ଆଣିସାରିଛି ଯାହାଦ୍ୱାରା ୟୁଜର୍ସ ମାନଙ୍କ ଅନୁଭୂତି ବହୁତ ଭଲ ରହିଛି । ତାହେଲେ ଆସନ୍ତୁ ଜାଣିବା ଇନଷ୍ଟାଗ୍ରାର ନୂଆ ଫିଚର୍ସ ବିଷୟରେ ।

ନିକଟରେ ଇନଷ୍ଟାଗ୍ରାମ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲା ଯେ ଆମେ ଲୋକମାନଙ୍କ ପାଖକୁ କରୋନା ଭାଇରସର ସୂଚନା ପହଞ୍ଚାଇବାକୁ ଚାଁହୁଛୁ । ଏହାସହିତ ସେ ଆଗକୁ କହିଥିଲେ ଯେ ଏଥିପାଇଁ ଆମେ ନୂଆ ଅପଡେଟ ଜାରି କରିଛୁ ଯାହା ବର୍ତ୍ତମାନ ୟୁଜର୍ସ ମାନଙ୍କ ପାଇଁ ଉପଲବ୍ଧ ।

ଇନଷ୍ଟାଗ୍ରାମ ଟ୍ୱିଟରରେ ଲେଖିଥିଲା ଯେ ୟୁଜର ମାନଙ୍କୁ Instagram Feedରେ ୱାର୍ଲଡ ହେଲଥ ଅର୍ଗାନାଇଜେସନ ସହିତ ସ୍ଥାନୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ମିଳୁଥିବା ସୂଚନା ଦିଆଯିବ । କମ୍ପାନୀର କହିବା ଅନୁଯାୟୀ ଆମେ ଏହି ଫିଡ଼ ଜରିଆରେ ୟୁଜର୍ସମାନଙ୍କ ପାଖରେ କରୋନା ସହ ଜଡିତ ସମସ୍ତ ସୂଚନା ପହଞ୍ଚାଇବାକୁ ଚାଁହୁଛୁ । ତେବେ ଏହାସହିତ ସେ ଲେଖିଥିଲେ ଯେ ୟୁଜର୍ସ ମାନେ କରୋନା ଭାଇରସ ସହ ଜଡି଼ତ AR effects ସର୍ଚ୍ଚ କରିପାରିବେ ନାହିଁ । ଯଦିଓ ଇନଷ୍ଟାଗ୍ରାମ ପ୍ରବକ୍ତା ଏକ ଇଣ୍ଟରଭିୟୁ ସମୟରେ କହିଥିଲେ ଯେ ଏହି ଫିଚର ଆକ୍ସେସ କେବଳ ସେହି ୟୁଜରଙ୍କୁ ମିଳିବ ଯେଉଁଠି କରୋନା ଭାଇରସ ସବୁଠାରୁ ଅଧିକ ସଂକ୍ରମଣ ହୋଇଥିବ ।

ସୂଚନା ଅନୁଯାୟୀ ସାରା ବିଶ୍ଵରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୬, ୫୯୨ରେ ପହଂଚିଛି ଏବଂ ପ୍ରାୟ ୫୭୯୯ ଲୋକ ମୃତ୍ୟୁବରଣ କରିସାରିଛନ୍ତି । ସବୁଠାରୁ ଅଧିକ ଚୀନର ହୁୱାଇ ସହରରେ ସଂକ୍ରମିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.