Categories: ଟେକ୍

ଇନଷ୍ଟାଗ୍ରାମ ଆଣିଲା ଲାଟେଷ୍ଟ ଫିଚର, ଟିକଟକ ଭଳି ମିଳିବ ସୁବିଧା ଜାଣନ୍ତୁ କିପରି କରିବେ ବ୍ୟବହାର

ଇନଷ୍ଟାଗ୍ରାମ ନିଜର ୟୁଜର୍ସ ମାନଙ୍କ ପାଇଁ ଏକ ନୂଆ ଅପଡେଟ ଜାରି କରିଛି । ଯେଉଁଥିରେ ଅନେକ ପ୍ରକାରର ଖାସ ଫିଚର୍ସର ସପୋର୍ଟ ମିଳିବ । ଇନଷ୍ଟାଗ୍ରାମର ବୁମେରାଙ୍ଗ ଫିଚରରେ ଶ୍ଲୋ ମୋସନ, ଇକୋ ଏବଂ ଡ଼ୁଓ ଇଫେକ୍ଟ ଯୋଡି ହୋଇଯାଇଛି । ଏହା ବ୍ୟତୀତ ଏହି ଫିଚରରେ ଭିଡିଓ ଏଡିଟିଂର ଅନେକ ଅପ୍ସନ ମଧ୍ୟ ଆଡ଼ କରାଯାଇଛି । ଯଦିଓ ୟୁଜର୍ସ ମାନେ ଯେକୌଣସି ଭିଡିଓରେ ପୂର୍ବଭଳି ବୁମେରାଙ୍ଗ ଫିଚରର ବ୍ୟବହାର କରିପାରିବେ । ତେବେ ନୂଆ ମୋଡ଼ ଗୁଡିକ ବ୍ୟବହାର କରିବା ପାଇଁ ୟୁଜର୍ସ ମାନଙ୍କୁ ଆପରେ କ୍ୟାମେରା ଓପନ କରିବା ପରେ ବୁମେରାଙ୍ଗକୁ ସ୍ବାଇପ କରିବାକୁ ପଡିବ ।

ଇନଷ୍ଟାଗ୍ରାମର ଲାଟେଷ୍ଟ ଫିଚର ଏପରି କରିବ କାମ

ଯଦି ଆମେ ଲାଟେଷ୍ଟ ଫିଚର କଥା କହିବା ତାହେଲେ ଶ୍ଲୋମୋ ମୋଡ଼ରୁ ଭିଡ଼ିଓର ସ୍ପିଡ଼ କମ କରାଯାଇପାରିବ ଏବଂ ଇକୋ ମୋଡ଼ ସାହାଯ୍ୟରେ ଭିଡ଼ିଓର ଭିଜନ ଇଫେକ୍ଟ ଡବଲ ହୋଇଯିବ । ଏହା ବ୍ୟତୀତ ଡ଼ୁଓ ମୋଡ଼ ଭିଡିଓର ସ୍ପିଡ଼ ଅପ ଏବଂ ପରେ ସ୍ଲୋ ଡାଉନ କରିଦେବ । କେବଳ ସେତିକି ନୁହେଁ ୟୁଜର୍ସ ଲାଟେଷ୍ଟ ଫିଚର୍ସ ଦ୍ୱାରା ଭିଡିଓକୁ ନିଜ ହିସାବରେ ଏଡିଟ କରି ଛୋଟ କରିପାରିବେ । ଯଦିଓ ଏହିସବୁ ଫିଚର୍ସକୁ ବ୍ୟବହାର କରିବା ପାଇଁ ଆପର ଲାଟେଷ୍ଟ ଭର୍ସନକୁ ଡାଉନଲୋଡ଼ କରିବାକୁ ପଡିବ ।

ସୂଚନା ଅନୁଯାୟୀ ଇନଷ୍ଟାଗ୍ରାମର ନୂଆ ଅପଡେଟର ଘୋଷଣା ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ କରାଯାଇଥିଲା । ଯଦିଓ ଏପର୍ଯ୍ୟନ୍ତ ଇନଷ୍ଟାଗ୍ରାମର ଲାଟେଷ୍ଟ ଫିଚର ଅଧିକ ୟୁଜର୍ସଙ୍କୁ ମିଳିପାରିନାହିଁ । ତେବେ ଆଶା କରାଯାଉଛି ଯେ ଅତିଶୀଘ୍ର ଏହି ଅପଡେଟ ସମସ୍ତ ୟୁଜର୍ସ ମାନଙ୍କ ପାଇଁ ଜାରି କରାଯିବ ।

ଇନଷ୍ଟାଗ୍ରାମର ଲେଆଉଟ ଫିଚର

ଇନଷ୍ଟାଗ୍ରାମର ଏହି ଫିଚରକୁ ଗତବର୍ଷ ଡିସେମ୍ବର ମାସରେ ଲଞ୍ଚ କରାଯାଇଥିଲା । ଏହି ଫିଚର୍ସ ଜରିଆରେ ୟୁଜର୍ସ ମାନେ ଏକାଥରେ ଛଅଟି ଫଟୋ ଗ୍ରୀଡ଼ ଷ୍ଟୋରିରେ ସେୟାର କରିପାରିବେ । ଏହାସହିତ ୟୁଜର୍ସ ମାନଙ୍କୁ ଏହି ଫଟୋ ଗୁଡିକରେ ଫିଲ୍ଟର ୟୁଜ କରିବାର ଅପ୍ସନ ମଧ୍ୟ ମିଳିବ । ଇନଷ୍ଟାଗ୍ରାମର ଲାଟେଷ୍ଟ ଫିଚରର ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ପ୍ରଥମେ ଗ୍ୟାଲେରୀରୁ ଫଟୋ ଚୁଜ କରିବାକୁ ପଡିବ । ଏହା ବ୍ୟତୀତ ଆପଣ କ୍ୟାମେରା ଜରିଆରେ ମଧ୍ୟ ଫଟୋ କ୍ଲିକ କରିପାରିବେ । ତେବେ ଏହା ପୂର୍ବରୁ ୟୁଜର୍ସଙ୍କୁ ଥାର୍ଡ଼ ପାର୍ଟି ଆପର ଆବଶ୍ୟକତା ପଡୁଥିଲା । ନିକଟରେ ସମସ୍ତ ୟୁଜର୍ସଙ୍କ ପାଇଁ କମ୍ପାନୀ ଏହି ଲେଆଉଟ ଫିଚର ଅତିଶିଘ୍ର ଜାରି କରିବ ବୋଲି ସୂଚନା ଦେଇଛି ।

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

10 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

43 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

45 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

51 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago